ମୋଦି ସରକାରଙ୍କୁ ଉଶ୍ଵାସ: ‘ରାଫେଲ୍‌’ ଚୁକ୍ତିର ତଦନ୍ତ ପାଇଁ ମନା କଲେ ସୁପ୍ରିମ୍‌କୋର୍ଟ

0
120
advertisement

ଭୁବନେଶ୍ଵର, (ଓଟି): ଦୀର୍ଘଦିନ ହେଲା ରାଫେଲ୍‌ ବିମାନ ଚୁକ୍ତିରେ ଅନିୟମିତତା ଅଭିଯୋଗ କରି ବିରୋଧୀ ଯେଉଁ ହୋ ହଲ୍ଲା କରୁଥିଲେ ସେଥିରେ ରୋକ୍‌ ଲାଗିବ। ଅର୍ଥାତ୍‌ ମୋଦି ସରକାରଙ୍କୁ ଏକ ବଡ଼ ଉଶ୍ଵାସ ମିଳିଛି। କାରଣ ରାଫେଲ୍‌ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ ପାଇଁ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି, ଆମେ ରାଫେଲ୍‌ ବିମାନ କିଣା ଚୁକ୍ତିକୁ ନେଇ କୌଣସି ଅନିମୟମିତତା ହୋଇଥିବା  ପ୍ରମାଣ ପାଉ ନାହୁଁ। ଏହାଛଡ଼ା ସବୁ କିଣା ବିକା ହିସାବ କରିବାକୁ କୋଟ; ସମର୍ଥ ନୁହଁନ୍ତି। ଏଣୁ ଏ ବାବଦରେ ହସ୍ତକ୍ଷେପ କରିବାକୁ କୌଣସି କାରଣ ହିଁ ନାହିଁ’।

ଏହା କୋର୍ଟଙ୍କ କାମ ନୁହେଁ ଯେ, ଟିକି ନିଖି ହିସାବ କରିବା। ଏହା ନିଶ୍ଚି ଭାବେ ଗୋପନୀୟ ରହିବା ଆବଶ୍ୟକ। 

୩୬ଟି ଫ୍ରେଞ୍ଚ ବିମାନ ରାଫେଲ୍‌ କିଣିବାରେ ଆର୍ଥିକ ଅନିୟମିତତା ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା।  ଏଥିନେଇ ଡାସଲ୍ଏ‌ଟ ସହ ୫୦ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଦୋଷାରୋପ କରିଥିଲା। 

ଏଣୁ କୋର୍ଟଙ୍କ ତତ୍ତ୍ଵାବଧାନରେ ଏକ କମିଟତ ମାମଲାର ତଦନ୍ତ କରୁ ବୋଲି କଂଗ୍ରେସ ଦାବି କରିଥିଲା। ଏ ସରକାର ଶିଳ୍ପପତିଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଥିବା କଂଗ୍ରେସ ଅଭିଯୋଗ କରିଥିଲା।