ଲକଡାଉନ୍‌ରେ ସମ୍ପୂର୍ଣ୍ଣ ଦରମା: ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ସ୍ଥଗିତ

ଯେଉଁ କମ୍ପାନୀଗୁଡିକ ଲକଡାଉନ୍‌ରେ ସମ୍ପୂର୍ଣ୍ଣ ମଜୁରୀ ଦେଇପାରିବେ ନାହିଁ ସେମାନଙ୍କ ବିରୋଧରେ ମାମଲା ରୁଜୁ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଦିନ ସମଗ୍ର ଦେଶର ପ୍ରଶାସନକୁ ନିର୍ଦ୍ଦେଶ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ କୋଭିଡ – ୧୯ କାରଣରୁ ଦେଶବ୍ୟାପୀ ଲକଡାଉନ୍‌ ସମୟରେ ଶ୍ରମିକମାନଙ୍କୁ ସମ୍ପୂର୍ଣ୍ଣ ପାରିଶ୍ରମିକ ଦେବାକୁ ଅସମର୍ଥ ନିଯୁକ୍ତିଦାତାଙ୍କୁ କୋର୍ଟ ଚାଲାଣ କରନ୍ତୁ ନାହିଁ ।

ଦେଶବ୍ୟାପୀ ଲକଡାଉନ୍‌ ସମୟରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମାର୍ଚ୍ଚ ୨୯ରେ ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା।

ଉତ୍ପାଦନ ବନ୍ଦ ହୋଇଯିବାରୁ ସେମାନଙ୍କର ଦେୟ ଦେବାର କୌଣସି ଉପାୟ ନାହିଁ ବୋଲି ଦାବି କରି ଇଣ୍ଡଷ୍ଟ୍ରିଆଲ୍ ୟୁନିଟ୍ କୋର୍ଟକୁ ଯାଇଥିଲେ । ଆବେଦନକାରୀମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ କରୋନା ଭାଇରସ୍ ମହାମାରୀ ପରେ ଦେଶବ୍ୟାପୀ ବାଧ୍ୟତାମୂଳକ ଲକଡାଉନ୍‌ ସମୟରେ ସଂଗଠନଗୁଡିକ ସେମାନଙ୍କ କର୍ମଜୀବୀଙ୍କୁ ଦେୟ ଦେବାରେ ସମ୍ପୂର୍ଣ୍ଣ ଛାଡ଼ କରିବା ଉଚିତ୍ । ମୁମ୍ବାଇ ସ୍ଥିତ ଟେକ୍ସଟାଇଲ ଫାର୍ମ ଏବଂ ପଞ୍ଜାବ ସ୍ଥିତ ୪୧ ଟି କ୍ଷୁଦ୍ର ସଂଗଠନର ଗୋଷ୍ଠୀ ପକ୍ଷରୁ ଏହି ଆବେଦନ କରାଯାଇଥିଲା ।

ଆବେଦନକାରୀମାନେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୧୦ (୨) (୧) ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି । ପଞ୍ଜାବ ସ୍ଥିତ ଲୁଧିଆନା ହ୍ୟାଣ୍ଡ ଟୁଲ୍ସ ଆସୋସିଏସନ ଦାବି କରିଛି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଅନୁଯାୟୀ ଗୃହ ମନ୍ତ୍ରାଳୟର ଆଦେଶ ୨୯, ୧୯(୧) (ଜି), ୨୬୫ ଏବଂ ୩୦୦ର ଉଲ୍ଲଂଘନ କରୁଛି ।

Leave a Reply

Your email address will not be published.