‘ସୁପର ୩୦’ ୨ଦିନର ବକ୍ସ ଅଫିସ୍ ବ୍ୟବସାୟ

0
55
advertisement

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ଟ୍ୱିଟ୍ ଅନୁଯାୟୀ ହ୍ରିତିକ୍ ଷ୍ଟାରର୍ ଫିଲ୍ମ ‘ସୁପର୍ ୩୦’ ମାତ୍ର ଦୁଇଦିନ ମଧ୍ୟରେ ୫୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବ୍ୟବସାୟ କରିସାରିଛି । ଓପନିଙ୍ଗ୍ ଡେ’ (ଶୁକ୍ରବାର ଦିନ)ରେ ଏହା ୧୧.୮୩ କୋଟିର ବ୍ୟବସାୟ କରିଥିଲା । ଶନିବାର ଓ ରବିବାର, ଛୁଟି ଦିନର ସମ୍ପୂର୍ଣ୍ଣ ଫାଇଦା ଏହାର ବ୍ୟବସାୟ ଉପରେ ପଡ଼ିଥିଲା । ତେଣୁ ଘରୋଇ ବକ୍ସ ଅଫିସରେ ଏହାର ମୋଟ ବ୍ୟବସାୟ ୫୦. ୭୪ କୋଟିରେ ପହଞ୍ଚିଛି । ଏହା ସହିତ ଚଳିତବର୍ଷ ପ୍ରଥମ ୱିକଏଣ୍ଡରେ ୫୦ କୋଟି ଛୁଇଁଥିବା ଫିଲ୍ମ ତାଲିକାରେ ‘ସୁପର୍ ୩୦’ ୭ମ ସ୍ଥାନ ଅଧିକାର କରିଛି ।

ଏହାର ପ୍ରଥମ ୩ଟି ସ୍ଥାନରେ ଯଥାକ୍ରମେ ରହିଛି ‘ଭାରତ’, ‘କେଶରୀ’ ଓ ‘ଗଲିବୟ’ । ବିକାଶ ବେହେଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ‘ସୁପର୍ ୩୦’ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଆନନ୍ଦ କୁମାର ସଂଘର୍ଷରତ ଜୀବନୀକୁ ନେଇ ନିର୍ମିତ । ବିହାରର ଗରୀବ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ଆନନ୍ଦଙ୍କ ଅବଦାନ ଅବର୍ଣ୍ଣନୀୟ । ଏହି ଫିଲ୍ମ ରିଲିଜ୍ ହେବା ପରଠାରୁ ଦେଶରେ ଓ ଦେଶ ବାହାରେ ଏହାକୁ ନେଇ ଅନେକ ପ୍ରଶଂସା ଶୁଣିବାକୁ ମିଳୁଛି । ତେଣୁ ଆଗାମୀ ଦିନରେ ଏହି ଫିଲ୍ମ ୧୦୦ କୋଟି ଫିଲ୍ମ କ୍ଲବରେ ସାମିଲ୍ ହେବ ବୋଲି ଆଶା କରାଯାଉଛି ।