ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭିଜିଲାନ୍ସ ଜାଲରେ ପଡିଲେ ବରିଷ୍ଠ କିରାଣୀ । ଭୁବନେଶ୍ବର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ କିରାଣୀ ଉଦୟନାଥ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ର ଚଢାଉ କରିଛି ।

ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଥିବା ଜଣାପଡିଛି । ଭୁବନେଶ୍ବର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ, ସୁନ୍ଦରପଦା ଏବରାଙ୍ଗ ସ୍ଥିତ ବାସଭବନ, କେନ୍ଦ୍ରାପଡା ରାଜନଗର ଇନ୍ଦୁଲପୁର ସ୍ଥିତ ପୈତୃକ ଘରେ ଏକକାଳୀନ ଚଢାଉ ଚାଲିଛି ।

Leave a Reply

Your email address will not be published.