ଦାମଙ୍କ ନୂଆ ଦଳ ଚିନ୍ତା ଓ ଓଡ଼ିଶା ରାଜନୀତି:  ନଜର ପକାନ୍ତୁ ଓଡ଼ିଶା ରାଜନୀତିକ ଇତିହାସରେ ଆଞ୍ଚଳିକ ଦଳର ଭୂମିକା ଉପରେ

0
19

୦୧୯ ନିର୍ବାଚନ ଆସନ୍ନ। ଏହିକ୍ରମରେ ବିଭିନ୍ନ ଦଳରେ ଅସନ୍ତୁଷ୍ଟଙ୍କ ଦଳ ଛାଡ଼ିବା, ଦଳ ଭିତରେ ଥିବା ବରିଷ୍ଠ ନେତାଙ୍କୁ ସମ୍ମାନ ନମିଳିବା ତଥା ଟିକେଟ୍‌ ଆଶାୟୀଙ୍କ ପାଇଁ ସମ୍ଭାବନା କ୍ଷୀଣ ହେବା ଆଦି ଅନେକ ପ୍ରସଙ୍ଗ ସାମ୍ନାକୁ ଆସିବା ଆରମ୍ଭ ହେଲାଣି। ଆଗକୁ ଏହା ଅଧିକ ଉତ୍କଟ ହେବ। ଓଡ଼ିଶା ରାଜନୀତିରେ ଏହା କିଛି ନୂଆ ପ୍ରସଙ୍ଗ ନୁହେଁ। ଏହିକ୍ରମରେ ଏକଦା ବିଜେଡିର ତୁଣ୍ଡ ବୋଲାଉଥିବା ଡା. ଦାମୋଦର ରାଉତଙ୍କ ନୂଆ ଦଳ ଗଢ଼ିବା ନିଷ୍ପତ୍ତି ମଧ୍ୟ ଉଲ୍ଲେଖଯୋଗ୍ୟ। ପ୍ରଶ୍ନ କିନ୍ତୁ ସେଇଠି ଅଟକିଛି, ସତରେ କ’ଣ ଓଡ଼ିଶାକୁ ଆଉ ଏକ ଆଞ୍ଚଳିକ ଦରଳର ଆବଶ୍ୟକ ରହିଛି?

ପ୍ରକାର ପ୍ରଶ୍ନ ପଚାରିବା ପଛରେ ଅନେକ କାରଣ ରହିଛି। କିନ୍ତୁ ପ୍ରମୁଖ ହେଉଛି ରାଜ୍ୟରେ ଆଞ୍ଚଳିକ ଦଳର ଇତିହାସ। ସ୍ଵାଧୀନତା ପୂର୍ବର ରାଜନୀତି ହେଉ ବା ପରବର୍ତ୍ତୀ ସମୟର ରାଜନୀତି ସବୁବେଳେ ଆଞ୍ଚଳିକ ଦଳ ଏଠାରେ ଜନ୍ମ ନେଇଛନ୍ତି କିନ୍ତୁ ସେଗୁଡ଼ିକ ଦୀର୍ଘଜୀବୀ ହୋଇପାରି ନାହାନ୍ତି। ରାଜ୍ୟରେ ଶିଶୁମୃତ୍ୟୁକୁ ସିନା ହ୍ରାସ କରାଯାଇପାରିଲା ହେଲେ ଭିନ୍ନ ଆଭିମୁଖ୍ୟର ଆଞ୍ଚଳିକ ଦଳ ଏଠାରେ ତିଷ୍ଠି ପାରିଲା ନାହିଁ। ଆସନ୍ତୁ ନଜର ପକାଇବା ଓଡ଼ିଶାରେ ଆଞ୍ଚଳିକ ଦଳ ଗଠନ ଓ ଏମାନଙ୍କ ପ୍ରଭାବ ସମ୍ପର୍କରେ ଏକ ରିପୋର୍ଟ।

ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପା୍ରୀଙ୍କ ସହ ମୁଖ୍ୟମନ୍ତଅୀ ନବୀନ ପଟନାୟକ

 

ଆରମ୍ଭ କରିବା ୨୦୧୪ ନିର୍ବାଚନ ପୂର୍ବର କିଛି ଘଟଣାବଳୀକୁ ନେଇ। ଏହି ପ୍ରାକ୍‌ ନିର୍ବାଚନୀ ଘଟଣାକ୍ରମରେ ଅନେକ କିଛଇ ପରିବର୍ତ୍ତନର ଆଶା କରାଯାଉଥିଲା। ବିଜେଡିର ଚାଣକ୍ୟ ବୋଲାଉଥିବା ପ୍ୟାରୀମୋହନ ମହାପାତ୍ର ଏକ ଦଳ ଗଢ଼ି ବିଜେଡିକୁ ବ୍ରହ୍ମାସ୍ତ୍ର ମାରିବେ ବୋଲି ଘୋଷଣା କଲେ। ଦଳର ନାଁ ରହିଲା ‘ଜନମୋର୍ଚା’। ହେଲେ ପ୍ରାରମ୍ଭରୁ ପ୍ରୟାସ ବିଫଳ ହେଲା। ଏବେ ପ୍ୟାରୀବାବୁ ଆଉ ନାହାନ୍ତି କି ତାଙ୍କ ଦଳ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏହିକ୍ରମରେ ‘ସମତା କ୍ରାନ୍ତି ଦଳ’ ଆରମ୍ଭ କଲେ। ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ନିଜା କ୍ୟାରିୟର ଆରମ୍ଭ କରିଥିବା ବ୍ରଜକିଶୋର ଜଣେ ଅଭିଜ୍ଞ ନେତା। ଦୁର୍ନୀତି ବିରୋଧରେ ସେ ସ୍ଵର ଉତ୍ତୋଳନ କରି ଏହି ଦଳ ଗଠନ କଲେ। ନିଜେ ନ ଜିତିପାରିଲେ ମଧ୍ୟ ତାଙ୍କରି ଦଳର ବ୍ୟାନରରେ ସେତେବେଳେ ବିଧରାୟକ ଭାବେ ଜର୍ଜ ତିର୍କୀ ବିଜୟଲାଭ କରିଥିଲେ। ଏହା ଏକ ସଫଳତା ଥିଲା। ହେଲେ ଏବେ ଜର୍ଜ ଦଳରୁ ବାହାରି କଂଗ୍ରେସରେ ଯୋଗ ଦେଲାପରେ ବ୍ରଜ ଖାଲି ଖାଲି। ଆଗକୁ ପ୍ରଶ୍ନ ଚିହ୍ନରେ ସମାହିତ ହୋଇଛନ୍ତି।

ଓଡ଼ିଶାର ଭାଗ୍ୟ ବଦଳାଇଦେବ ବୋଲି କହି ପୂର୍ବତନ ସାଂସଦ ଖାରବେଳ ସ୍ଵାଇଁ ରାଜ୍ୟ ବିଜେପି ବିରୋଧରେ ଘେଶଷଣା କଲେ ‘ଉତ୍କଳ ଭାରତ’। କିନ୍ତୁ ବିଗତ ବର୍ଷର ଇତିହାସକୁ ଦେଖଆଲେ ନିଜ ଭାଗ୍ୟକୁ ଏକୁଟିଆ ଧରି ବସିଛନ୍ତି ଖାରବେଳ।

ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ସମୟରେ ଗଠନ କଲେ ‘ଆମ ଓଡ଼ିଶା’ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ଓ ମାଓ ନେତାଙ୍କ ପ୍ରତିନିଧି ତାଙ୍କ ସହ ରହିଲେ। ଚାଷୀ ସଂଗଠନ ଠୁ ଆରମ୍ଭ କରି ରାଜଧାନୀରେ ଅଟୋ, ରିକ୍ସା, ଫଳ ଦୋକାନୀ ସବୁ ସଂଘ ତାଙ୍କରି ପାଖରେ ଯାତାୟାତ କଲେ। କିନ୍ତୁ ଖଣ୍ଡପଡ଼ାରେ ସେ ଠିଆ ହୋଇଥିବା ସ୍ଥାନରେ ଭୋଟ୍‌ ଦେଲେନି। ଫଳରେ ତାଙ୍କର ପରାଜୟ ହେଲା। ଏବେ ସୌମ୍ୟ ନିଜ ଭାଗ୍ୟକୁ ବିଜେଡିରେ ଯୋଡ଼ି ସାଂସଦ ପଦଟିଏ ପାଇଛନ୍ତି।

୨୦୧୪ରେ ଏସବୁ ଆଞ୍ଚଳିକ ଦଳର ମହତ୍ତ୍ଵ ନିର୍ବାଚନ ବୈତରଣୀରେ ଭାସି ଯାଇଥିଲା। ଏବେ ସେମାନେ ପ୍ରସ୍ତୁତ ହେଉଛନ୍ତି ଆଉ ଏକ ଇନିଂସ ପାଇଁ।

୨୦୦୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ଜତୀଶ ମହାନ୍ତିଙ୍କ ସମୃଦ୍ଧ ଓଡ଼ିଶାର ଅଭ୍ୟୁଦୟ ହୋଇଥିଲା। ୧୦୬ ଜଣ ପ୍ରାର୍ଥୀଙ୍କ ଏହି ଦଳ ନିର୍ବାଚନରେ ଠିଆ କରାଇଥିଲା। ହେଲେ ସୁଫଳ ମିଳିଲା ନାହିଁ। ଏ ସମସ୍ତେ ନୁର୍ଦୀତି ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ।

ଏବେ ବିଜେଡି ବିପକ୍ଷରେ ସୃଷ୍ଟି ଆଞ୍ଚଳିକ ଦଳର ଗାଥା ।

ବିଜେଡି ଗଢ଼ା ହେବା ପରଠୁ କ୍ଷମତାରେ ରହିଥିବା କୁହାଯାଇପାରେ। ପ୍ରଥମେ ସଂସଦରେ ଏବେକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଇଲା ଓ ଇସ୍ପାତ ମନ୍ତ୍ରଣାଳୟକୁ ସମ୍ଭାଳିଥିଲେ। ବିଜେପି ସହ ହାତ ମିଳାଇ ଦଳର ପ୍ରଗତୀ ଓଡ଼ିଶାରେ ଜାରି ରହିଥିଲା। ୨୦୦୦ ମସିହାର ପ୍ରଥମ ନିର୍ବାଚନରେ କଂଗ୍ରେସର ବିଫଳ ପ୍ରଶାସନ, ଦୁର୍ନୀତି ବିରୋଧରେ ଏହା ସ୍ଵର ଉତ୍ତୋଳନ କଲା ଆଉ ତାହାରି ପ୍ରଭାବରେ ଲୋକେ ନବୀନ ବାବୁଙ୍କ ନଜାଣି ନଶୁଣି ମଧ୍ୟ ବିଜୁ ବାବୁଙ୍କ ଦାୟାଦ ଭାବେ ତାଙ୍କୁ ଭୋଟ୍‌ ଦେଲେ। ଆଉ ସେ ଶାସନ ଆରମ୍ଭ କଲେ। ଏବେ ତାହା ୧୮ ବର୍ଷର ଶାସନରେ ପହଞ୍ଚିଛି।

କ୍ଷମତା ରାଜନୀତିରେ କେବେ ହାରି ନଥିବା ନବୀନ ଏବଂ ତାଙ୍କ ଦଳ ଭିତରେ କିନ୍ତୁ ଅନେକ କନ୍ଦଳ ହୋଇଛି। ଦଳ ଯେତିକି ବଳିଷ୍ଠ ହୋଇଛଇ ନେତାମାନେ ସେତିକି ବିବାଦୀୟ ହୋଇଛନ୍ତି। ଏହିକ୍ରମରେ ଅସନ୍ତୋଷ ବାଣ ବିସ୍ଫୋରଣ ପ୍ରଥମେ ଆରମ୍ଭ ହୋଇଥିଲା ୨୦୦୦ ମସିହା ନିର୍ବାଚନ ସମୟରୁ।  ନିଜକୁ ବିଜୁ ଜନତାଦଳ ଅନ୍ୟତମ ପ୍ରତିଷ୍ଠାତା ବୋଲି କହୁଥିବା ବିଜୟ ମହାପାତ୍ରଙ୍କୁ ନବୀନ ପାଟକୁରାରୁ ଟିକେଟ୍‌ ଦେଇ ଅକସ୍ମାତ କାଟିଦେଲେ। ଏମିତି ସମୟରେ ଟିକେଟ୍‌ କଟାଗଲଶ ଯେ, ବିଜୟ ଆଉ ନିର୍ବାଚନ ଲଢ଼ିପାରିଲେ ନାହିଁ। ଏଥିରେ ତତ୍‌କାଳୀନ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କ ହାତ ଥିବା କୁହାଗଲା। ପରେ ପରେ ପ୍ୟାରୀ ନବୀନଙ୍କ ଅତ୍ୟନ୍ତ ନିକଟତର ହେଲେ। ଆଉ ବିଜୟ ଦୂରେଇଗଲେ।

 

ବିଜୟ ମହାପାତ୍ର

ଓଡ଼ିଶା ଗଣପରିଷଦ’

 ସେ ପ୍ରଥମେ ’ଓଡ଼ିଶା ଗଣପରିଷଦ’ ଗଠନ କଲେ। ସେତେବେଳେ ଏବେକାର ବିରୋଧୀନଦଳ ନେତା ନରସିଂହ ମିଶ୍ର, ସାଂସଦ ତଥାଗତ ସତପଥି, ରୁଦ୍ରମାଧବ ରାୟ ପ୍ରମୁଖ ତାଙ୍କୁ ସହାୟତା କରୁଥିଲେ। କିନ୍ତୁ ଏହି ଦଳକୁ ଲୋକେ ସମଥର୍ର୍ନ କଲେନାହିଁ। ଜଣେ ପରେ ଜଣେ ଦଳରୁ ଓହରିଲେ ଖାଲି ପଡ଼ିଲା ଓଜିପି। ଏବେ ବିଜୟ ନିଜେ ବିଜେପିରେ ଆଉ ଅସନ୍ତୁଷ୍ଟ। ଅର୍ଥାତ୍‌ ନବୀନଙ୍କ ବିରୋଧରେ ସୃଷ୍ଟି ହୋଇଥିବା ପ୍ରଥମ ବିରୋଧ ଏବେ ନିଜର ସତ୍ତା ଖୋଜୁଛି। ୧୯୯୭, ଡିସେମ୍ବର ୨୬ ତାରିଖରେ ଗଢ଼ା ହୋଇଥଇବା ବିଜେଡି ଏ ଭିତରେ ଲଗାତାର ୪ ଥର କ୍ଷମତାକୁ ନିର୍ବାଚିତ ହୋଇଛି।

ବିଜେଡି ଗଠନ ନବୀନଙ୍କ ଆସିବା ପୂର୍ବରୁ ଓଡ଼ିଶାରେ ହୋଇଛି କହିଲେ ଭୁଲ୍‌ ହେବ ନାହିଁ। ରାଜନୀତିକ ସମୀକ୍ଷକଙ୍କ ଅନୁସାରେ ଏହି ଦଳା ମୂଳଦୁଆ ବିଜୁ ବାବୁଙ୍କ ସମ୍ରରେ ହିଁ ହୋଇଥିଲା। ହେଲେ ନିଷ୍ପତ୍ତି ଘୋଷଣା ହେବା ପୂର୍ବରୁ ତାଙ୍କ ଦେହାନ୍ତ ହୋଇଗଲା। ଏହାପରେ କିଛି ତୁଙ୍ଗ ନେତା ବିଜୁବାବୁଙ୍କ ସାନ ପୁଅଙ୍କୁ ଦଳର ନେତୃତ୍ଵ ନେବାକୁ ଅନୁରୋଧ କଲେ। ସେମାନଙ୍କ ମଧ୍ୟରେ ପ୍ରସନ୍ନ ଆଚାର୍ଯ୍ୟ, ବିଜୟ ମହାପାତ୍ର, ଦିଲିପ ରାୟ, ସୁରେନ୍ଦ୍ରନାଥ ନାୟକ, ଅନଙ୍ଗ ଉଦୟ ସିଂହ ଦେଓ, କମଳା ଦାସ ପ୍ରମୁଖ ଅନ୍ୟତମ ଥିଲେ। ବିଜୁ ପରିବାର ନବୀନଙ୍କ ନାଁକୁ ଦଳୀୟ ନେତୃତ୍ଵ ପାଇଁ ଅନୁମୋଦନ ଦେବା ପରେ ଆରମ୍ଭ ହେଲା ବିଜୁ ନାଁରେ ଶାସନ ଚାଳନା। ସେତେବେଳେ ରାଜ୍ୟରେ ଥିବା ୪୦ ଜଣ ଜନତା ଦଳ ବିଧାୟକଙ୍କ ଭିତରୁ ୨୬ ଜଣ ବିଜେଡିକୁ ଡେଇଁଲେ। ଆଉ ୧୪ ଜଣ ଜନତା ଦଳରେ ହିଁ ରହିଲେ। ଡା. ଦାମୋଦର ରାଉତ ତାଙ୍କ ଭିତରେ ଅନ୍ୟତମ ଥିଲେ। ହେଲେ ମହାବାତ୍ୟା, ଅଞ୍ଜନା ଗଣଧର୍ଷଣ ପ୍ରଭୃତି ଦୁର୍ନୀତି ଓ ଅପରାଧଆକ ମାମଲା ହେତୁ କଂଗ୍ରେସ ବିରୋଧୀ ହାୱା  ଏହି ବିଜୁ ଜନତା ଦଳ ବିଶେଷ ସହାୟକ ହୋଇପାରିଲା। ଆଉ ବାରମ୍ବାର ସରକାର ଗଠନ କଲେ ବିଜୁ ଜନତା ଦଳ।

ବିଜେଡି ପୂର୍ବରୁ ରାଜ୍ୟେର ଜନତା ଦଳ, କଂଗ୍ରେସର ଛକା ପଞ୍ଝା ଚାଲିଥିଲା। କେବେ ବିଜୁ ବାବୁ ତ କେବେ ଜାନକୀ ବାବୁ ଶାସନକୁ ଆସୁଥିଲେ। ସେହି ସମୟରେ ମଧ୍ୟ ଅନେକ ରାଜନୀତିକ ଦଳ ଓଡ଼ିଶାରେ ବରିଷ୍ଠ ନେତାମାନଙ୍କ ମାଧ୍ୟମରେ ମୁଣ୍ଡ ଟେକି ପରେ ପରେ ନିଶ୍ଚିହ୍ନ ହୋଇଯାଇଛି।

 

ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହ ନନ୍ଦିନୀ ଶତପଥି

 

ଜାଗ୍ରତ ଓଡ଼ିଶା

୧୯୭୬ ମସିହାର କଥା। ଅପମାନଜନକ ଭାବେ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ କ୍ଷମତାକୁ ବିଦା ହେଲେ। ତାଙ୍କୁ କିଛଇ ସମ୍ମାନଜନକ ପଦ ପଦବୀ ବି ମିଳିଲା ନାହିଁ। ନନ୍ଦିନୀ ଜଗଜ୍ଜୀବନ ରାମଙ୍କ ସହ ହାତ ମିଳାଇ କଂଗ୍ରେସ ଫର ଡେମୋକ୍ରାସୀରେ ଯୋଗ ଦେଲେ। ଏମିତି ୮ ବର୍ଷ ବିତିଗଲା। ନନ୍ଦିନୀ ନିଜ ପକ୍ଷରୁ ଉଦ୍ୟମ ଆରମ୍ଭ କଲେ। ୧୯୮୪ ମେ ମାସରେ ଏକ ନୂଆ ଦଳ ଗଢ଼ିଲେ ଯାହାର ନାଁ ରହିଲା ଜାଗ୍ରତ ଓଡ଼ିଶା। ୧୯୮୫ ନିର୍ବାଚନରେ ଏହା ନିର୍ବାଚନ ଲଢ଼ିଥିଲା। ନନ୍ଦିନୀ ଓ ଅନ୍ୟ ଦୁଇଜଣ ପ୍ରାର୍ଥୀ ହୋଇଥିଲେ, ହେଲେ କାହାର ବିଜୟ ହୋଇ ନଥିଲା।

 

ବିଜୁ ପଟ୍ଟନାୟକ

ଉତ୍କଳ କଂଗ୍ରେସ

ଏଥର ବିଜୁବାବୁଙ୍କ କଥା। କଂଗ୍ରେସରୁ ବିତାଡ଼ିତ ହେବା ପରେ ବିଜୁମାବୁ ୧୯୭୦ ମେ’ ୧୬ ତାରିଖରେ ଏକ ଦଳ ଗଠନ କରିଥିଲେ ଯାହାର ନାଁ ରହିଲା ‘ଉତ୍କଳ କଂଗ୍ରେସ’। ୧୯୭୧ରେ ଏହା ନିର୍ବାଚନରେ ଏହା ନିର୍ବାଚନ ଲଢ଼ିଲା ଆଉ ୩୩ଆସନ ବି ଲାଭ କରିଥିଲା। ସରକାରରେ ଅଂଶୀଦାର ମଧ୍ୟ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସରକାରରେ ମତଭେଦ ହେଲା ଆଉ ବିଜୁ ବାବୁଙ୍କ ନେତୃତ୍ଵରେ ଗଠନ ହୋଇଥିବା ଉତ୍କଳ କଂଗ୍ରେସ କଂଗ୍ରେସ ପାର୍ଟି ସହ ବିଲୀନ ହୋଇଯାଇଥିଲା।

 

ପ୍ରଗତି ଦଳ

ପରେ ପୁଣିଥରେ କଂଗ୍ରେସରେ ଶ୍ରୀ ପଟ୍ଟନାୟକଙ୍କ ବିଭେଦ ହୋଇଥିଲା। ୧୯୭୨ ନଭେମ୍ବର ୧୨ ତାରିଖରେ ପୁଣିଥରେ ଉତ୍କଳ କଂଗ୍ରେସର ପତାକା ଉଡ଼ାଗଲା। ଫେବୃୟାରୀ ମାସରେ ୨୧ଜଣ କଂଗ୍ରେସ ବିଧାୟକ ଦଳ ଛାଡ଼ି ବିଜୁ ବାବୁଙ୍କ ଉତ୍କଳ କଂଗ୍ରେସରେ ଯୋଗ ଦେଲେ। ହେଲେ ଏ ସଂଗଠନ ଦୀର୍ଘସ୍ଥାୟୀ ହେଲା ନାହିଁ। ଏହି ସମୟରେ ରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ, ବିଜୁ ପଟନାୟକ ଏବଂ ହରେକୃଷ୍ଣ ମହତାବ ଏକାଠି ହୋଇ ରାଜନୀତିକ ଗୋଟିଚାଳନା କଲେ। ଆଉ ଗଠନ ହେଲା ପ୍ରଗତି ଦଳ।

 

 

ଜନକଂଗ୍ରେସ

୧୯୬୫ ମସିହା କଥା। ମେ ମାସ ୫ ତାରିଖଷର ହକେୃଷ୍ଣ ମହତାବଙ୍କ ନେତୃତ୍ଵରେ ଜନକଂଗ୍ରେସର ଜନ୍ମ ହୋଇଥିଲା। ସମସ୍ୟା ଥିଲା ବିଜୁ ପଟ୍ଟନାୟକ ଓ ହରେକୃଷ୍ଣ ମହତାବଙ୍କ ଭିତରେ ଝଗଡ଼ା। ‘କଂଗ୍ରେସ ହଟାଅ’ ଥିଲା ଜନ କଂଗ୍ରେସର ମୂଳ ଆହ୍ବାନ। ଏଥିରେ ନବକୃଷ୍ଣ ଚୌଧରୀ, ରାଧାନାଥ ରଥ, ରାଜେନ୍ଦ୍ର ନାରାୟଣ ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ। ୧୯୬୭ ନିର୍ବାଚନରେ ଜନ କଂଗ୍ରେସ ସ୍ଵତନ୍ତ୍ର ପାର୍ଟି ସହ ମିଶି ନିର୍ବାଚନ ଲଢ଼ିଥିଲା। ଜନ କଂଗ୍ରେସକୁ ୨୬ ଆସନ ଓ ସ୍ଵତନ୍ତ୍ର ପାର୍ଟିକୁ ୪୯ ଆସନ ମିଳିଥିଲା। ପୂର୍ବରୁ ୮୨ ଆସନ ପାଇଥିବା କଂଗ୍ରେସ ୩୧ ଆସନରେ ସୀମିତ ହେଲା। ଏହିକ୍ରମରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସ୍ଵତନ୍ତ୍ର ପାର୍ଟି ସରକାର ଗଢ଼ିବ ବୋଲି ସ୍ଥିର ହେଲା। ମାର୍ଚ୮ ତାରିଖରେ ମନ୍ତ୍ରିମଣ୍ଡଳ ଗଠନ ହେଲା। ମାତ୍ର ହରେକୃଷ୍ଣ ମହତାବ ଏହାକୁ ଅସ୍ଵୀକାର କଲେ। ମେଣ୍ଟ ଚୁକ୍ତିକୁ ଉଲ୍ଲଙ୍ଘନ କରାଯାଇଥିବା ଦର୍ଶାଇ ହରେକୃଷ୍ଣ କଂଗ୍ରେସକୁ ଫେରିଗଲେ। ଆଉ ଜନକଂଗ୍ରେସ ଭାଗ୍ୟ ଅସ୍ତ ହୋଇଗଲା।

 

ଗଣତନ୍ତ୍ର ପରିଷଦ

ସ୍ଵାଧୀନତା ପରେ ପରେ ଗଣତନ୍ତ୍ର ପରିଷଦର ଜନ୍ମ। ରାଜା ତଥା ଜମିଦାରଙ୍କ ଦଳ ଇଏ। ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ମହାରାଜା ପ୍ରତାପ କେଶରୀ ଦେଓଙ୍କ ଦ୍ଵାରା ପ୍ରାକ୍‌ ସ୍ଵାଧୀନତା ସମୟରେ ଗଠିତ କୋଶଳ-ଉତ୍କଳ ପ୍ରଜା ପରିଷଦ ୧୯୪୮ ଅକ୍ଟୋବରରେ ଗଣତନ୍ତ୍ର ପରିଷଦର ନାଁ ନେଇଥିଲା। ୧୯୫୨ରେ ଏହା ନିର୍ବାଚନ ଲଢ଼ିଥିଲା। ପରାଷ୍ଠା ଯଥେଷ୍ଟ ଥିଲା। ସେତେବେଳେ ଛୋଟ ଛୋଟ ଦଳ ସହ ଏହା ବୁଝାମଣା କରିଥିଲେ। ଯେମିତି ନୀଳକଣ୍ଠ ଦାସଓ ଗୋଦାବରୀଶ ମିଶ୍ରଙ୍କ ଦ୍ଵାରା ଗଢ଼ାଯାଇଥିବା ଇଣ୍ଡିପେଣ୍ଡେଣ୍ଟ ପିପ୍ୟୁଲସ୍‌ ପାଟିର୍ର୍, ଆଚାର୍ଯ୍ୟ ଜେବି କ୍ରିପଲାନୀଙ୍କ ଦ୍ଵାରା ଗଠିତ କିଷାନ ମଜଦୂର ପ୍ରଜା ପାର୍ଟି ସହ ଗଣତନ୍ତ୍ର ପରିଷଦର ଆସନ ବୁଝାମଣଶ ୧୯୫୨ ପ୍ରଥମ ନିର୍ବାଚନରେ ହୋଇଥିଲା। ଏହାଦ୍ଵାରା କଂଗ୍ରେସ ଉପରେ ଚାପ ବଢ଼ିଥିଲା। ୧୯୫୭ ନିର୍ବାଚନରେ ମଧ୍ୟ ଏହି ଦଳର ଭୂମିକା ଯଥେଷ୍ଟ ଥିଲା। ୧୯୬୨ଯାଏ ଗଣତନ୍ତ୍ର ପରିଷଦର ସତ୍ତା ରହିଥିଲା। କିନ୍ତୁ ଏହିବର୍ଷ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କ ନେତୃତ୍ଵରେ ଗଢ଼ାଯାଇଥିବା ସ୍ଵତନ୍ତ୍ର ପାର୍ଟିରେ ମାର୍ଚ ୩ ତାରିଖରେ ଗଣତନ୍ତ୍ର ପରିଷଦର ବିଲୟ ହୋଇଥିଲା।

ସି ରାଜଗୋପାଳାଚାରୀ

 

ଏହା ପୂର୍ବରୁ ପରାଧୀନ ଭାରତରେ ମଧ୍ୟ ଆଞ୍ଚଳିକ ଦଳ ହୋଇଛି। ଏସବୁ କଂଗ୍ରେସକୂ ବିରୋଧକରି। କାରଣ ଓଡ଼ିଶାରେ ଏକ କଂଗ୍ରେସ ବିରୋଧୀ ଭାବନା ଆରମ୍ଭରୁ ରହି ଆସିଛି। ସ୍ଵାଧୀନାତ ପୂର୍ବେ ପାରଳାଖେମୁଣ୍ଡି ମହାରାଜାଙ୍କ ଦ୍ଵାରା ଗଢ଼ା ହୋଇଥିଲା ନ୍ୟାସନାଲ୍‌ ପାର୍ଟି; ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଦ୍ଵାରା ୟୁନାଇଟେଡ୍‌ ପାଟିର୍ର୍ ଗଠନ କରାଯାଇଥିଲା। ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦରାଜ ଏକ ଇଣ୍ଡିପେଣ୍ଡେଣ୍ଟ ପାର୍ଟି ଗଠନ କରି କଂଗ୍ରେସ ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ।

 

ଶେଷକଥା

ଏହିକ୍ରମରେ ଦେଖିବାକୁ ଗଲେ ଡା, ଦାମୋଦର ରାଉତଙ୍କ ସ୍ଵପ୍ନର ନୂଆଦଳ ଆଉ କିଛି ନୂଆ ସୃଷ୍ଟି କରିବ ନାହିଁ। ପୂର୍ବ ବଣ୍ଣିର୍ର୍କ ସମୀକରଣ ଭିତରୁ କାହାକୁ ଗ୍ରହଣ କରିପାରନ୍ତି। ଯେମିତି ଜାତୀୟ ଦଳ ସହ ହାତ ମିଳାଇପାରନ୍ତି, ତାହା ନହେଲେ ଛୋଟ ଛୋଟ ଦଳଗୁଡ଼ିକୁ ଏକାଠି କରିପାରନ୍ତି। କିନ୍ତୁ ସବୁକିଛି ସେଇଠି ଅଟକିବଯେଉଁଠି ଲୋକେ ଭୋଟ୍‌ ଦେବେ। ପ୍ରଶ୍ନ ହେଉଛି ଲୋକେ ଏହି ନୂଆ ସମୀକରଣକୁ କାହିଁକି ଭୋଟ୍‌ ଦେବେ? କେବଳ ନବୀନ ବିରୋଧି ହେଲେ କ’ଣ ଦାମୋଦର ଲୋକଙ୍କ ଭୋଟ୍‌ ପାଇବେ? ନା ଶିଶୁ ମୃତ୍ୟୁପରି ଦାମଙ୍କ ଚିନ୍ତାଧାରାର ଅକାଳ ବିୟୋଗ ହେବ?

Loading...