ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ଷ୍ଟିମ୍ ଛେନା

(ଓଡିଶା ଟାଇମ୍) : ସମସ୍ତଙ୍କୁ ମିଠା ଖାଇବାକୁ ଭଲ ଲାଗେ । ପିଲା ହୁଅନ୍ତୁ କିମ୍ବା ବୟସ୍କ । ଆପଣ ଘରେ ନିଜେ ସହଜରେ ସ୍ୱାଦିଷ୍ଟ ଷ୍ଟିମ୍ ଛେନା ପ୍ରସ୍ତୁତ କରି ପାରିବେ । ଆସନ୍ତୁ ଜାଣିବା ଏହି ବ୍ୟଞ୍ଜନର ପ୍ରସ୍ତୁତି ପ୍ରଣାଳୀ..

ସାମଗ୍ରୀ:

କ୍ଷୀର: ୧ଲିଟର

ଲେମ୍ବୁ: ୧ଟି

ଚିନି: ୫୦ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ଲିଟର କ୍ଷୀରରୁ ଏକ ଛୋଟ ପାତ୍ରରେ ଅଧା କପ କ୍ଷୀର ବାହାର କରି ଅଲଗା ରଖନ୍ତୁ । ଏହାପରେ ଏକ ପାତ୍ରରେ ବାକି ଥିବା କ୍ଷୀରକୁ ସିଝାଇ ଦିଅନ୍ତୁ । ସେଥିରେ ଏକ ଲେମ୍ବୁକୁ କାଟି ଚିପୁଡ଼ି ଦିଅନ୍ତୁ । କ୍ଷୀରଟି ଫୁଟିବା ଅବସ୍ଥାରେ ଛିଣ୍ଡିବାକୁ ଲାଗିଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ । କ୍ଷୀର ସମ୍ପୂଣ୍ଣ ଭାବେ ଛିଣ୍ଡି ପାଣିରୁ ଅଲଗା ହୋଇଗଲେ ତାକୁ ଥଣ୍ଡା କରି ଏକ ସଫା କପଡ଼ା ଦେଇ ଛାଣି ନିଅନ୍ତୁ । ସେହି ଛେନାକୁ କପଡ଼ା ବନ୍ଧା ଅବସ୍ଥାରେ ଥଣ୍ଡା ପାଣିରେ ରଖନ୍ତୁ । ଏହାପରେ ସେହି ଛେନାକୁ ଗ୍ରାଇଣ୍ଡିଂ କରି ସେଥିରେ କପରେ ରଖାଯାଇଥିବା କ୍ଷୀର ଓ ଚିନିକୁ ପକାନ୍ତୁ । ଏହାପରେ ସେହି ଛେନା ପେଷ୍ଟକୁ ଏକ ପତଳା ପ୍ଲେଟରେ ପକାଇ ଇଡ଼ିଲି ସିଝାଇବା ଭଳି ଗ୍ୟାସରେ ଅଳ୍ପ ଜାଳରେ ଏକ ପାତ୍ରରେ ପାଣି ନେଇ ତା ଉପରେ ପ୍ଲେଟକୁ ରଖନ୍ତୁ ଓ ତାକୁ ଏକ କାଚ ଘୋଡ଼ଣୀରେ ଘୋଡ଼େଇ ଦିଅନ୍ତୁ । ୩୦ମିନିଟ ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଷ୍ଟିମ୍ ଛେନା ।

Leave a Reply

Your email address will not be published.