ରାଜ୍ୟ ସରକାର ସହଯୋଗ କଲେ ଅନେକ କାମ ହେବ: ନୀତେଶ ଗଙ୍ଗଦେବ

ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗ ରହିଲେ କେନ୍ଦ୍ରୀୟ ଯୋଜନାଗୂଡ଼ିକୁ ଅନାୟାସାରେ ସମ୍ବଲପୁର ଲୋକସଭା ନିର୍ବରଚନମଣ୍ଡଳୀରେ କାର୍ଯ୍ୟକାରୀ କରାଯାଇପାରିବ ବୋଲି ସମ୍ବଲପୁରର ନବ ନର୍ବାଚିତ ସାଂସଦ ନିତେଶ ଗଙ୍ଗଦେବ ପ୍ରକାଶ କରିଛନ୍ତି। ବିଗତ ଦିନରେ ଦେବଗଡ଼ରେ ଫୁଡ୍‌ପାର୍କ ପ୍ରତିଷ୍ଠ, ତାଳଚେର -ବିମଳାଗଡ଼ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ରାଜ୍ୟ ସରକାରଙ୍କ ଆବଶ୍ୟକ ସହଯୋଗରେ ସେ ଅଭାବ ଲକ୍ଷ୍ୟ କରିଛନ୍ତି, ବିକାଶ ପାଇଁ ଅସହଯୋଗ ଅନାବଶ୍ୟକ ବୋଲି ବି ଏକ ସାକ୍ଷାତକାର ଅବସରରେ କହିଛନ୍ତି।

କଡ଼ା ଟକ୍କରରେ ନିକଟତମ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କଠାରୁ ଜିତିବା ପରେ ନୀତେଶ ଦିଲ୍ଲୀଗସ୍ତ କରିଛନ୍ତି। ତାଙ୍କୁ ଭେଟିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ।

ଡ଼ିଶା ବିଧାନସଭାରେ କିଏ କେଉଠୁ ଜିତିଲେ ଜାଣିବା ପାଇଁ ଏହି ଲିଙ୍କ୍‌ କୁ କ୍ଲିକ୍‌ କରନ୍ତୁ: https://odishatime.com/wp-content/uploads/2019/05/ODISHA-ASSEMBLY-RESULTS-2019_FINAL.pdf

ଗ୍ରମ୍ୟ ବିକାଶକୁ ଗୁରୁତ୍ଵ

ସାଂସଦ ଭାବରେ ନିର୍ବାଚିତ ହୋଇ ବିଜୟୀ ପ୍ରଶଂସାପତ୍ର ହାସଲ କରିବା ପରେ ଓଡ଼ିଶା ଟାଇମ୍‌ ଡଟ୍‌କମ୍‌କୁ ସ୍ଵତନ୍ତ୍ର ସାକ୍ଷାତକାର ଦେଇ ଶ୍ରୀ ଗଙ୍ଗଦେବ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଥିବା ସାତଟିଯାକ ନିର୍ଚବାନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ଅଙ୍ଗୀକାର ଥିବା କହିଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଜଳସେଚନ ବ୍ୟବସ୍ଥା, ପାନୀୟଜଳ , ଗ୍ରମ୍ୟ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକାରଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବଲପୁର ହେବ ସ୍ମାର୍ଟସିଟି

ଆସନ୍ତା କିଛିଦିନ ଭିତରେ ସମ୍ବଲପୁରକୁ ସ୍ମାର୍ଟସିଟିରେ ପରିଣତ ପାିବା ତଥଶ ଏହି ମାନ୍ୟତା ଘୋଷଣା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ସେ ଦାବି କରିବେ। ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇପାରିବ ବୋଲି କହିଛନ୍ତି ନୀତେଶ।

ରୋଜଗାର

ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଙ୍ଗାଲୀ, ଛେଣ୍ଡିପଦାରେ ପ୍ରତିଷ୍ଠିତ ଶିଳ୍ପ କାରଖାନାରେ ସ୍ଥାନୀୟ ରୋଜଗାର ସମସ୍ୟା ଉପରେ ବିଶେଷ ପଦକ୍ଷେପ ନିଆଯିବ।

ବୁଡ଼ି ଅଞ୍ଚଳ ସମସ୍ୟା

ହୀରାକୁଦ ଓ ରେଙ୍ଗାଲି ବୁଡ଼ି ଅଞ୍ଚଳର ସମସମ୍ୟା ଦୀର୍ଘଦିନର। ଏହାକୁ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଚିନ୍ତା କରିଛନ୍ତି ନୀତେଶ।

ଭୀମ୍‌ସାରକୁ ଉନ୍ନୀତ କରାଯିବ

ଭୀମ୍‌ସାର୍‌ ସ୍ଵୟଂଶାସିତ ହୋଇଛି। କିନ୍ତି ସମସମ୍ୟା ଅସନରନ୍ତି। ଏଯାଏ ତାହାର କୌଣସି ସମସ୍ୟା ଖିଅ ବାହାରୁନି। ଏସବୁକୁ ସମାଧାନ ଦିଗରେ ସହଯୋଗ ମଗାଯିବ। ଆବଶ୍ୟକ ସମସୟରେ ସମସ୍ୟାର ସମାଧାନ ପାଇଁ ସାଂସଦଙ୍କ ପକ୍ଷରୁ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରାଯିବ।

Leave a Reply

Your email address will not be published.