ଶ୍ରୀକାନ୍ତ-ନିରଞ୍ଜନ ବାକ୍ ଯୁଦ୍ଧ ଆରମ୍ଭ

0
14
advt
< a href= "#">

ଭୁବନେଶ୍ୱର,(ଓଟି): କଂଗ୍ରେସ ଇସ୍ତାହାର କମିଟିରୁ ବାଦ‍୍‌ ପଡ଼ିବାର ୨୪ଘଣ୍ଟା ନ ପୁରୁଣୁ ଏହାକୁ ନେଇ ଶ୍ରୀକାନ୍ତ ଜେନା ଓ ନିରଞ୍ଜନ ପଟନାୟକଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବାଦ‍୍‌ ପଡ଼ିବା ଘଟଣାକୁ ଶ୍ରୀକାନ୍ତ ସହଜରେ ଗ୍ରହଣ କରିନପାରି ନିରଞ୍ଜନଙ୍କୁ ଖଣି ଲୁଟେରା ଭାବେ ପୁଣି ଆକ୍ଷେପ କରି ତାଙ୍କ ମନୋବଳକୁ ଭାଙ୍ଗିବାକୁ ଅପଚେଷ୍ଠା ଆରମ୍ଭ କରିଛନ୍ତି। ଯାହାକୁ ନେଇ ଉଭୟ ନେତା ମୁହାଁମୁହାଁ ହୋଇଛନ୍ତି। ଶ୍ରୀକାନ୍ତ ଗଣମାଧ୍ୟମରେ ନିରଞ୍ଜନଙ୍କୁ ଖଣି ଲୁଟେରା ଭାବରେ ବଣ୍ଣ ର୍ନା କରିବାରୁ ନିରଞ୍ଜନ ଏହାର ପ୍ରତି ଜବାବ ଦେଇ ଶ୍ରୀକାନ୍ତଙ୍କ ଉଦ୍ଦେଶ୍ୟରେ ଚୋର କହୁଛି ଚୋର ପଳାଇଲା ବୋଲି କହିଛନ୍ତି । କଂଗ୍ରେସରେ ପୁଣି କନ୍ଦଳ ଦେଖାଦେଇଛି।

advt

ପଦବୀରୁ ହଟିବା ପରେ ଶ୍ରୀକାନ୍ତ ସେ ଏଥିରେ ଖୁସି ବୋଲି ଉପରକୁ ଦେଖାଇବା ପାଇଁ କହୁଥିଲା ବେଳେ ବାସ୍ତବରେ ଏ ଘଟଣା ତାଙ୍କୁ କେତେ ଆଘାତ ଦେଇଛି ତାହା ସେ ରଖିଥିବା ପ୍ରତିକ୍ରିୟାରେ ନିରଞ୍ଜନଙ୍କୁ କରିଥିବା ଆକ୍ରମଣରୁ ସ୍ପଷ୍ଟ ସୂଚନା ମିଳୁଛି। ଶ୍ରୀକାନ୍ତ ଏଘଟଣାକୁ ସହଜରେ ନେବେ ନାହିଁ ଏଭଳି ଏକ ବାର୍ତ୍ତା ମଧ୍ୟ ଦେବାକୁ ସେ ପଛାଇ ନାହାଁନ୍ତି। ଏହାକୁ ନେଇ କଂଗ୍ରେସ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି।

ଖଣି ଲୁଟେରାଙ୍କ ବିରୋଧରେ ସଂଗ୍ରାମ ହେବ

କଂଗ୍ରେସ ଇସ୍ତାହାର କମିଟିରୁ ବାଦ‍୍‌ ପଡ଼ିବା ଘଟଣା ଶୁଣି ହଠାତ୍ ଚକିତ ହେବା ସହ ପ୍ରତିକ୍ରିୟାଶୀଳ ହୋଇପଡି ଛନ୍ତି। ସେ କହି ଛନ୍ତି, ରାହୁଲ ଗାନ୍ଧୀଙ୍କୁ କହିଥିଲି, ନିର୍ବାଚନ ଇସ୍ତାହାରରେ ରାଜ୍ୟର ମୁଖ୍ୟମନ୍ତ୍ରୀ କେବଳ ଦଳିତ ଆଦିବାସୀ ଓ ପଛୁଆ ବର୍ଗଙ୍କ ଭିତରେ ହେବ ଏହା ରଖିବା ପାଇଁ କହିଥିଲି। ଆଉ ଏକଥା ବି କହିଥିଲି ଏଥିରେ ଯଦି ଦ୍ୱିମତ ତେବେ ମୋତେ କମିଟିରେ ରଖିବେ ନାହିଁ। କଂଗ୍ରେସ କାହାରି ଏକ ଚାଟିଆ ନୁହେଁ। ଯିଏ ଦାୟିତ୍ୱରେ ଅଛନ୍ତି ଓ ଯିଏ ଦାୟିତ୍ୱରେ ନାହାଁନ୍ତି କାହାରି ଏକ ଚାଟିଆ ନୁହେଁ। କଂଗ୍ରେସ ହେଉଛି ଲୋକଙ୍କ ଦଳ ବହୁ ଜନଙ୍କର ଦଳ। ଗରିବ ଗୁରୁବାଙ୍କ କଂଗ୍ରେସ। ଏ ଖଣି ଲୁଟେରାଙ୍କ କଂଗ୍ରେସ ନୁହେଁ। ଦୁଇଟି ପରିବାର ୪୦ ବର୍ଷ ଧରି ରାଜ୍ୟକୁ ଲୁଟୁଛନ୍ତି, ସେ କଥା ହିଁ ଆମେ କହୁଛୁ। ଆଉ ଏହା ବିରୋଧରେ ହିଁ ସଂଗ୍ରାମ ହେବ।

ଏକଥା କଣ ଭୁଲ। ଓଡିଶା ଗରିବରୁ ଗରିବ ରାଜ୍ୟ ହୋଇଛି। ଏହା କଣ ମାମୁଲି କଥା। ଲୋକେ ଭୋଟ ଦେଇ ଚାଲିଥିବେ ଆଉ ତମେ ଲୁଟି ଚାଲିଥିବ। ଏହାର ପ୍ରତିବାଦ ହେବ ରାଜରାସ୍ତାରେ। ଲଢେଇ ଏବେ ଆରମ୍ଭ ହେଲା। କଂଗ୍ରେସ କିଏ ଦାୟିତ୍ୱ ନେଲେ ନନେଲେ ତାହା ବଡ କଥା ନୁହଁ। ଯଦି ଖଣି ଚୋରଙ୍କ ଦ୍ୱାରା ଓଡିଶାରେ କଂଗ୍ରେସ ଚାଲିବ ତାହାହେଲେ ରାହୁଲ ଗାନ୍ଧୀ ପରେ ବୁଝିବେ ଯେ କଂଗ୍ରସର ଅବସ୍ଥା କଣ ହେବ ବୋଲି ଶ୍ରୀ ଜେନା କହିଛନ୍ତି। ଯେପର୍ଯ୍ୟନ୍ତ କଂଗ୍ରେସରେ ୯୦ ପ୍ରତିଶତ ଦଳିତ ଓ ପଛୁଆ ବର୍ଗ ଅଛନ୍ତି ଏବଂ ସେମାନଙ୍କର ଯେପର୍ଯ୍ୟନ୍ତ ପ୍ରତିନିଧିତ୍ୱ ନ ହୋଇଛି, ସେମାନଙ୍କ ମଧ୍ୟରୁ ଯଦି କେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନ ହେଉଛନ୍ତି ତାହାହେଲେ ସେ ପଦବୀରେ ମୋର ଆଉ ରହିବାର ଆବଶ୍ୟକତା ନାହିଁ। ମୁଁ ସେ ପଦବୀରେ ରହିବି ନାହିଁ କି ମୋର ସେଥିରେ ମନ ଦୁଃଖ ନାହିଁ ବୋଲି ସେ କହିଛନ୍ତି।

କାହିଁକି ବାଦ୍ ପଡ଼ିଲେ ଶ୍ରୀକାନ୍ତ ଓ ଶରତ

ରାଜ୍ୟ କଂଗ୍ରେସ ସୂତ୍ରରୁ ମିଳିଥିବା ଅନୁସାରେ ଓଡ଼ିଶାରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ତଥା ବିଧାୟକ ଦଳ ମଧ୍ୟରେ ଏକଜୁଟତା ରଖିବା ଉଦ୍ଦେଶ୍ୟରେ ଏଆଇସିସି ଏପରି ପଦକ୍ଷେପ ନେଇଛି। ଇସ୍ତାହାର କମିଟିର ଅଧ୍ୟକ୍ଷ ହେବାପରେ ଶ୍ରୀକାନ୍ତ ଏଆଇସିସିକୁ ଲେଖିଥିବା ଚିଠିରେ ଦଳ କ୍ଷମତାକୁ ଆସିଲେ ନିରଞ୍ଜନଙ୍କ ମୁଖ୍ୟମନ୍ତ୍ରୀ ହେବାର ଆଶା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଥିବାବେଳେ ଏବେ ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫା ଘଟଣାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ୍ କରିବାକୁ ପଛାଇ ନଥିଲେ। ସଂଗଠନକୁ ଅସ୍ଥିର କରିବା ପାଇଁ ଶ୍ରୀକାନ୍ତ ବିଭିନ୍ନ ସମୟରେ ଦେଉଥିବା ବୟାନବାଜି ବିରୁଦ୍ଧରେ ପିସିସି ନେତୃତ୍ୱ ଏଆଇସିସିର ହସ୍ତକ୍ଷେପ ଲୋଡ଼ିଥିଲେ। ଯାହାର ଫଳସ୍ୱରୂପ ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବିଦା ହେବାକୁ ପଡ଼ିଛି।

ଚୋର କହେ ଚୋର ପଳାଇଲା:ନିରଞ୍ଜନ

ଶ୍ରୀକାନ୍ତଙ୍କ ଏହି ଖଣି ଚୋର କଥା ଉପରେ ପ୍ରତିକ୍ରିୟା ରଖି ନିରଞ୍ଜନ କହିଛନ୍ତି, ଶ୍ରୀକାନ୍ତ ବାବୁ ଯାହା କହିଛନ୍ତି କିଛି ଭୂଲ କଥା କହିନାହାନ୍ତି। ଯିଏ ଚୋର ସେ କଣ ଦଳ କି ରାଜ୍ୟ ଚଳାଇପାରିବ। ଆଉ ଯେ ଚୋର ହୋଇଥିବା ସେ ଏ କଥା କହିବ। ବେଳେବେଳେ ଏମିତି ବି ହୁଏ ଚୋର କହେ ଚୋର ପଳାଇଲା। ସେ ଆମ ବରିଷ୍ଠ ନେତା ମୁଁ ତାଙ୍କ ବାବଦରେ କିଛି କହିବିନି। କିନ୍ତୁ ଦଳରେ ଯିଏ ବିଶୃଙ୍ଖଳା କରିବ ସେ ଯେତେ ବଡ ନେତା ହେଉ ନା କାହିଁକି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ନିରଞ୍ଜନ କଟାକ୍ଷ କରିବା ସହ ଚେତାଇ ଦେଇଛନ୍ତି। ଦୁଇ ପ୍ରମୁଖ ନେତାଙ୍କ ବିବାଦ ଏବେ ଦଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ 

ଏଆଇସିସିସ ଟାର୍ଗେଟରେ ଶ୍ରୀକାନ୍ତ

ଏଆଇସିସିସ ଟାର୍ଗେଟରେ ଶ୍ରୀକାନ୍ତ

ନିର୍ବାଚନ ମୁହାଁ ଅପରାଜିତା: ଗୁରୁବାରଠୁ କ୍ୟାମ୍ପେନ୍‌ ଆରମ୍ଭ, ଭୁବନେଶ୍ଵର ଲୋକସଭା ଆସନକୁ ଟାର୍ଗେଟ୍‌

ନିର୍ବାଚନ ମୁହାଁ ଅପରାଜିତା: ଗୁରୁବାରଠୁ କ୍ୟାମ୍ପେନ୍‌ ଆରମ୍ଭ, ଭୁବନେଶ୍ଵର ଲୋକସଭା ଆସନକୁ ଟାର୍ଗେଟ୍‌

ଓଡ଼ିଶା ମଇଦାନରେ କଂଗ୍ରେସ-ବିଜେପି ଲଢ଼େଇ ଆରମ୍ଭ

ଓଡ଼ିଶା ମଇଦାନରେ କଂଗ୍ରେସ-ବିଜେପି ଲଢ଼େଇ ଆରମ୍ଭ

advt
< a href= "#">