ନବରାତ୍ରୀର ୯ଦିନ, କେଉଁ ଦିନ କେଉଁ ରଙ୍ଗ ହେବ ଆପଣଙ୍କ ପାଇଁ ଶୁଭ

ଆରମ୍ଭ ହୋଇସାରିଛି ନବରାତ୍ରୀ । ଏହି ୯ ଦିନରେ ବିଧିବିଧାନର ସହ ମା’ଙ୍କ ଆରାଧନା କରିବା ପାଇଁ ସମେସ୍ତ ତତ୍ପର । କନ୍ୟା ପୂଜନ ସହିତ ପୂଜା ସାମଗ୍ରୀରେ ଯେଭଳି କୌଣସି ଭୁଲ୍ ନହୁଏ, ସେଥିପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଏ । ସକାଳୁ ସ୍ନାନ ସାରିବା ପରେ ସ୍ୱଚ୍ଛ ବସ୍ତ୍ର ପରିଧାନ କରି ପବିତ୍ର ମନରେ ମା’ ଦୁର୍ଗାଙ୍କ ଆରାଧନା କରିବା ଉଚିତ୍ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ୯ଦିନରେ ବିଭିନ୍ନ ପ୍ରକାର ରଙ୍ଗର ମଧ୍ୟ ମହତ୍ୱ ରହିଛି । କେଉଁ ଦିନ କେଉଁ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଆପଣଙ୍କର ଶୁଭ ହେବ, ସେ ସମ୍ପର୍କରେ ଜ୍ୟୋତିଷମାନେ କହିଥାନ୍ତି । ତେବେ ଆସନ୍ତୁ ଜାଣିବା –

୧- ପ୍ରଥମ ଦିନ ଅର୍ଥାତ୍ ପ୍ରତିପଦାରେ ଆପଣ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ପୂଜା ଆରମ୍ଭ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

୨- ଦ୍ୱିତୀୟା ଦିନ ଗ୍ରୀନ୍ ବା ସବୁଜ ରଙ୍ଗର ପରିଧାନ ପିନ୍ଧନ୍ତୁ ।

୩- ତୃତୀୟା ଦିନ ଗ୍ରେ ରଙ୍ଗର ବସ୍ତ୍ର ଆପଣଙ୍କ ପାଇଁ ଶୁଭ ଦାୟକ ।

୪- ଚତୁର୍ଥୀ ଦିନ କମଳା ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭଫଳ ଦେଇଥାଏ ।

୫- ପଞ୍ଚମୀରେ ଆପଣ ଶୁଭ୍ରତାର ପ୍ରତୀକ ଧଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ।

୬- ଷଷ୍ଠି ଦିନ ନାଲି ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ୍ ।

୭- ସପ୍ତମୀରେ ଆପଣ ରୟାଲ୍ ବ୍ଲୁ ରଙ୍ଗର ପରିଧାନ ପିନ୍ଧନ୍ତୁ ।

୮- ମହା ଅଷ୍ଟମୀ ଦିନ ଗୋଲାପୀ ରଙ୍ଗର ବସ୍ତ୍ର ଆପଣଙ୍କୁ ଶୁଭଫଳ ଦେବ ।

୯- ମହା ନବମୀରେ ଆପଣ ନିଶ୍ଚିତ ଭାବେ ପର୍ପଲ ରଙ୍ଗକୁ ପ୍ରାଧାନ୍ୟ ଦିଅନ୍ତୁ । 

Leave a Reply