ଏନ୍‌ଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଇବ ପୂର୍ବତଟ ରେଳପଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ କାଲି ଗଡିବ ସ୍ୱତନ୍ତ୍ର ଟ୍ରେନ୍ । କାଲି ସନ୍ଧ୍ୟା ୫ଟାରେ କଟକ, ସମ୍ବଲପୁର ଓ ବିଶାଖାପାଟଣାକୁ ଟ୍ରେନ୍ ଚାଲିବ । ୬ ତାରିଖରେ ପରୀକ୍ଷା ଥିବାରୁ ପୂର୍ବତଟ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ପୂର୍ବତଟ ରେଳପଥ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକ ଆସନ୍ତାକାଲି (ସେପ୍ଟେମ୍ବର ୫ ତାରିଖ) ସନ୍ଧ୍ୟା ୫ଟାରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରୁ ଚଳାଚଳ କରିବ । ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ଅନୁଗୁଳରୁ କଟକ, ବ୍ରହ୍ମପୁରରୁ କଟକ, ପାରାଦୀପରୁ କଟକ, କେନ୍ଦୁଝରରୁ କଟକ, ବାଲେଶ୍ୱରରୁ କଟକ ଚାଲିବ। ବାଲେଶ୍ୱରରୁ କଟକ ସ୍ୱତନ୍ତ୍ର ଟ୍ରେନ ଛାଡ଼ିବାର ସମୟ ନିର୍ଦ୍ଧାରଣ ହୋଇନାହିଁ ।

ସେହିପର ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ରାଉରକେଲାରୁ ସମ୍ବଲପୁର, କଣ୍ଟାବାଞ୍ଜିରୁ ସମ୍ବଲପୁର, ଆନ୍ଧ୍ରପ୍ରଦେଶର ଇଚ୍ଛାପୂରମରୁ ବିଶାଖାପାଟଣା ଚାଳିବ। ଏନ୍‌ଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ସେପ୍ଟେମ୍ବର ୬ ତାରିଖ ସକାଳେ ଅଛି ।

 

Leave a Reply

Your email address will not be published.