ସ୍ଵତନ୍ତ୍ର ଟ୍ରେନ୍‌ର ସୁବିଧା ନେବାକୁ ପୁରୀରେ ରେଳବାଇର ସ୍ଵତନ୍ତ୍ର ଘୋଷଣା

ପୁରୀ, (ଓଟି): ଦିନ ୧୨ଟାରେ ପୁରୀରୁ ଶାଲିମାର ଅଭିମୁଖେ ବାହାରିବାକୁ ଥିବା ଟ୍ରେନ୍‌ର ସୁବିଧା ନେବାକୁ ପୁରୀରେ ପୂର୍ବତଟ ରେଳବାଇ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଛି। ସମୁଦ୍ରକୂଳରେ ଥିବା ହୋଟେଲଗୁଡ଼ିକ ନିକଟରେ ପ୍ରଚାର ଗାଡ଼ି,, ମାଇକ୍‌ ସହାୟତାରେ ଘୋଷଣା କରାଯାଉଛି।

ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଏହି ସ୍ଵତନ୍ତ୍ର ଟ୍ରେନ୍‌ରେ ଉଭୟ ସଂରକ୍ଷଣ ଓ ଅଣସଂରକ୍ଷଣ ବ୍ୟବସ୍ଥା ରହିବ। ଅର୍ଥାତ୍‌ ସାଧାରଣ, ସ୍ଲିପର ସହ ୨ୟ ଓ ତୃତୀୟ ବାତାନୁକୂଳ ବଗି ମଧ୍ୟ ରହିଛି। ଏହି ଟ୍ରେନ୍‌ ପୁରୀରୁ ୧୨ଟା ବେଳେ ଛାଡ଼ି ଭୁବନେଶ୍ଵରରେ ୧ଟା୩୦ ମିନିଟ୍‌ ସମୟରେ ପହଞ୍ଚିବ। ଖୋର୍ଦ୍ଧାରୋଡ୍‌ଳ ଭୁବନେଶ୍ଵର, କଟକ, ଯାଜପୁର, କେନ୍ଦୁଝର ରୋଡ୍‌, ଭଦ୍ରକ, ବାଲେଶ୍ଵର ଏବଂ ଖଡ଼ଗପୁର ଷ୍ଟେସନ୍‌ରେ ରହଣୀ ସାରି ଏହା ଶାଲିମାର ପହଞ୍ଚିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ପୁରୀରେ ଥିବା ପର୍ଯ୍ୟଟକଙ୍କୁ ବାତ୍ୟା ପ୍ରଭାବରୁ ମୁକ୍ତ କରିବା ଲାଗି ପ୍ରଶାସନ ଉଦ୍ୟମ କରୁଛି। ଏହିକ୍ରମରେ ରେଳବାଇ ପକ୍ଷରୁ ତିନୋଟି ସ୍ଵତନ୍ତ୍ର ଟ୍ରେନ୍‌ ଘେଶଷଣଶ କରାଯାଇଛି। ପ୍ରତି ତିନିଘଣ୍ଟା ବ୍ୟବଧାନରେ ଏହି ଟ୍ରେନ୍‌ ପୁରୀ ଛାଡ଼ିବ। ଏହି ଟ୍ରେନ୍‌ଗୁଡ଼ିକରେ ଉଭୟ ସଂରକ୍ଷଣ ଓ ଅଣ ସଂରକ୍ଷଣ ବ୍ୟବସ୍ଥା ସହ ବାତାନୁକୂଳ ବ୍ୟବସ୍ଥା ବି ରହିଛି।

Leave a Reply

Your email address will not be published.