ଏସପି ୩୮ଟି ଓ ବିଏସପି ୩୮ଟି ଆସନରେ ଲଢ଼ିବ

0
62

ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନ ମଧ୍ୟରୁ ଏସପି ୩୮ଟି ଓ ବିଏସପି ୩୮ଟି ଆସନରେ ଲଢ଼ିବେ। ସେହିପରି ୨ଟି ଆସନ ଅନ୍ୟ ସହଯୋଗୀମାନଙ୍କ ପାଇଁ ବର୍ତ୍ତମାନ ଉନ୍ମୁକ୍ତ ରଖାଯାଇଛି। ସେହିପରି ଆମେଥି ଓ ରାଏବରେଲିରେ ଏସପି- ବିଏସପି ମେଣ୍ଟ ପ୍ରାର୍ଥୀ ଦେବ ନାହିଁ। ଏହି ଦୁଇଟି ଆସନରେ ଦଳ କଂଗ୍ରେସ ସହିତ ମେଣ୍ଟ ହୋଇ ନ ଥିଲେ ମଧ୍ୟ , କଂଗ୍ରେସ ଦଳକୁ ସମର୍ଥନ କରିବ ବୋଲିି ଆଜି ଉଭୟ ନେତା ଘୋଷଣା କରିଛନ୍ତି।

ଆଜି ଲକ୍ଷ୍ନୌଠାରେ ଆୟୋଜିତ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ ଓ ଅଖିଳେଶ ଯାଦବ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଏସପି-ବିଏସପି ମହାମେଣ୍ଟର ସାମିଲ ହେବେ ନାହିଁ। ୨୦୧୯ ଲୋକସଭା ନିର୍ବାଚନରେ ମାୟାବତୀଙ୍କ ପାର୍ଟି ବହୁଜନ ସମାଜ ପାର୍ଟି ଓ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହେବ। କଂଗ୍ରେସ ଦ୍ୱାରା ପ୍ରସ୍ତାବିତ ମହାମେଣ୍ଟ ପୂର୍ବରୁ ଉତ୍ତରପ୍ରଦେଶରେ ଏସପି- ବିଏସପି ମେଣ୍ଟ କରିବାକୁ ଉଭୟ ଦଳର ଶୀର୍ଷ ନେତୃତ୍ୱ ନିଷ୍ପତ୍ତିି ନେଇଛନ୍ତି।

ମାୟାବତୀ କହିଛନ୍ତି କି, ଏହା ଏକ ଐତିହାସିକ ପ୍ରେସ କନଫରେନ୍ସ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଦ ଉଡିଯିବ। ସବୁଠୁ ଖାସ କଥା ଏହିକି ଯେ, ୨୦୧୭ ବିଧାନସଭା ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀ ଯେଉଁ ସ୍ଥାନରେ ଆୟୋଜନ କରାଯାଇଥିଲା ଏବେ ସେହି ସ୍ଥାନରେ ପୁଣି ଥରେ ଆୟୋଜନ କରାଯାଇଛି। ୧୯୯୩ରେ ସମାଜବାଦୀ ପାର୍ଟି ସହ କାଶୀରାମ ମୁଲାୟମଙ୍କ ସହ ମହାମେଣ୍ଟ କରିଥିଲେ। ଏବେ ବିଜେପିର ଜାତିବାଦ ଏବଂ ସାମ୍ପ୍ରଦାୟିକ ନୀତି ଠାରୁ ବର୍ତ୍ତିବା ପାଇଁ ବିଏସପି ପୁଣି ଥରେ ମହାମେଣ୍ଟ କରିଛୁ ବୋଲି ମାୟାବତୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୮ ପରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ସମସ୍ତ ଲୋକସଭା ଓ ବିଧାନସଭା ଆସନ ଉପନିର୍ବାଚନରେ ଏସପି-ବିଏସପି ମେଣ୍ଟ କରି ଶାସକ ବିଜେପି ସମସ୍ତ ଆସନରେ ପରାସ୍ତ କରିଥିଲେ। ତେଣୁ ସେ ଦୃଷ୍ଟିକୋଣରୁ ଜାତୀୟ ରାଜନୀତିରେ ଏସପି-ବିଏସପି ମେଣ୍ଟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।