ଲତାଙ୍କ ନୂଆଗୀତରେ ଭାବବିହ୍ୱଳ ହେଲେ ମୋଦି, ‘ସୌଗନ୍ଧ ମୁଝେ ଇସ୍ ମିଟି କି…’ ଭିଡିଓ ରିଲିଜ୍

ଅନେକ ଦିନ ପରେ ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକର୍ ତାଙ୍କର ମିଠା ସ୍ୱରରେ ଏକ ଗୀତ ଗାଇଛନ୍ତି । ‘ସୌଗନ୍ଧ ମୁଝେ ଇସ୍ ମିଟି କି…’ ନାମକ ଏହି ଗୀତଟି ଭାରତୀୟ ଜବାନଙ୍କ ବୀରତ୍ୱ ଓ ବଳିଦାନ ପାଇଁ ସମର୍ପିତ । ଏହାକୁ ମୟୁରେଶ ପାଇ କମ୍ପୋଜ୍ କରିଛନ୍ତି। ଲତା ଟ୍ୱିଟର୍ ଆକାଉଣ୍ଟ୍ ମାଧ୍ୟମରେ ଏହାକୁ ସେୟାର୍ କରିଛନ୍ତି ।

सौगंध मुझे इस मिट्टी की – https://t.co/vUixy4Ch5d— Lata Mangeshkar (@mangeshkarlata) March 30, 2019

ଏ ସମ୍ପର୍କରେ ଲତା କହିଛନ୍ତି ଯେ ଏହି ଗୀତ ପଛର ପ୍ରେରଣା ହେଉଛନ୍ତି ନରେନ୍ଦ୍ର ମୋଦି । କାରଣ ଗୀତର ଇଣ୍ଟ୍ରୋ ପାର୍ଟରେ ଯେଉଁ ସୁନ୍ଦର ଲାଇନ୍ ରହିଛି, ତାହା ମୋଦିଙ୍କ ସ୍ୱରଚିତ ଏକ କବିତା । ଏହି କବିତାକୁ ଏକ ର‌୍ୟାଲିରେ ମୋଦି ଆବୃତି କରିଥିଲେ । ଏହି ସଙ୍ଗୀତ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଏବଂ ଅଗଣିତ ଲାଇକ୍ ମିଳୁଛି । ଏହି ଭିଡିଓକୁ ମୋଦି ମଧ୍ୟ ଦେଖିଛନ୍ତି ଏବଂ ଲତାଙ୍କ କଣ୍ଠରେ ଏହି ଗୀତ ତାଙ୍କୁ ଭାବବିହ୍ୱଳ କରିଦେଇଛି। ଏ ସର୍ମ୍ପକରେ ମୋଦି ଟ୍ୱିଟ୍ କରି ପ୍ରତିକ୍ରିୟା ଜଣାଇଛନ୍ତି ।

नमस्कार. ‘भारत के ‘मिशन शक्ति’ कामयाबी पर मैं हमारे वैज्ञानिकों का और माननीय प्रधानमंत्री @narendramodi जी का अभिनंदन करती हूँ. वन्दे मातरम्.— Lata Mangeshkar (@mangeshkarlata) March 27, 2019

ସେ ଲେଖିଛନ୍ତି ଯେ – ‘ମୁଁ ଏହି ଗୀତରେ ଖୁବ୍ ପ୍ରଭାବିତ । ଆପଣଙ୍କ ଅନ୍ତରାତ୍ମାରୁ ସୁମଧୁର ସ୍ୱରରେ ଗୀତ ରୁପରେ ବାହାରିଥିବା ସ୍ନେହ ଓ ଆଶୀର୍ବାଦ ମୋ ପାଇଁ ପ୍ରେରଣାର ଉତ୍ସ’ । ମୋଦିଙ୍କର ଏହି ଟ୍ୱିଟ୍କୁ ଲତା ମଧ୍ୟ ପ୍ରତିଉତ୍ତର ଦେଇ କହିଛନ୍ତି ଯେ – ‘ମିଶନ୍ ଶକ୍ତି’ର ସଫଳତା ପାଇଁ ଆମର ବୈଜ୍ଞାନିକ ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଅନେକ ଅଭିନନ୍ଦନ । ବନ୍ଦେ ମାତରମ୍’ । ସୂଚନାଯୋଗ୍ୟ ମୋଦିଙ୍କ ଜୀବନୀ ଉପରେ ନିର୍ମିତ ବାୟୋପିକ୍ ଖୁବ୍ ଶୀଘ୍ର ପରଦା ଉପରକୁ ଆସିବ ।

ରଙ୍ଗୀଲାରୁ ରାଜନୀତି ପର୍ଯ୍ୟନ୍ତ ଉର୍ମିଳାଙ୍କ ଯାତ୍ରା

Leave a Reply

Your email address will not be published.