ଆଖିକୁ ସୁସ୍ଥ ରଖିବ ଏହି ସବୁ ଖାଦ୍ୟ, ପଢନ୍ତୁ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ବ୍ୟସ୍ତ ବହୁଳ ଜୀବନରେ ଆମେ ସ୍ୱାସ୍ଥ୍ୟ ପ୍ରତି ଏତେଟା ଧ୍ୟାନ ଦେଇପାରୁ ନାହୁଁ । ଏପରିକି ସକାଳୁ ରାତି ଯାଏଁ ମୋବାଇଲ୍ ସ୍କ୍ରିନ୍ ହେଉ ବା ଲାପଟପ୍ ସ୍କ୍ରିନ୍ କୁ ଦେଖିବାକୁ ପଡିଥାଏ । ଯାହା ଫଳରେ ଏହାର ପ୍ରଭାବ ଆମ ଆଖି ଉପରେ ପଡିଥାଏ ।

ବାରମ୍ବାର ସ୍କ୍ରିନକୁ ଦେଖିବା ଦ୍ୱାରା ଅନେକ ଆଖି ଜନିତ ସମସ୍ରା ଦେଖାଦେଇଥାଏ । ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ପଦାର୍ଥ ଖାଇଲେ ଆମକୁ ଆଖି ସମ୍ବନ୍ଧୀୟ ସମସ୍ୟାରୁ ଉପଶମ ମିଳିପାରିବ ।

ସକାଳୁ ଉଠି ମୁହଁ ଧୋଇବା ବେଳେ ପ୍ରଥମେ ଆଖିରେ ଭଲଭାବେ ପାଣି ଛାଟନ୍ତୁ । ଯାହା ଦ୍ୱାରା ଆଖିରେ ସଂକ୍ରମଣ ଆଶଙ୍କା କମ୍ ହୋଇଥାଏ ।

ବାଦାମ- ବାଦାମରେ ଓମେଗା ୩ ଫ୍ୟାଟି ଏସିଡ୍‌, ଭିଟାମିନ୍ ଇ ଏବଂ ଆଣ୍ଟି ଅକ୍ସିଡାଣ୍ଟଭରପୂର ମାତ୍ରାରେ ରହିଥାଏ । ଯାହା ଆଖି ପାଇଁ ଉପକାରୀ ହୋଇଥାଏ । ଏହା ବ୍ୟତିତ ସ୍ମରଣ ଶକ୍ତି ଓ ଏକାଗ୍ରତାରେ ମଧ୍ୟ ବଢାଇବାରେ ସହାୟକ ହୋଇଥାଏ । ଏଥିପାଇଁ ଆପଣ ବାଦାମ ନଚେତ୍ ଆଦାମ ପେଷ୍ଟକୁ ଖିର ସହ ମିଶାଇ ପିଇ ପାରିବେ ।

ଅଁଳା- ଆଖିର ଦୃଷ୍ଟି ଶକ୍ତି ବଢାଇବା ଲାଗି ଅଁଳା ଏକ ଆର‌୍ୟୁବେଦିକ ଉପାୟ ଭାବେ କାର୍ଯ୍ୟ କରିଥାଏ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ଓ ଆଣ୍ଟି ଅକ୍ସିଡାଣ୍ଟ ରହିଛି । ଆପଣ ଚାହିଁଲେ ଅଧା କପ୍ ପାଣିରେ କିଛି ଚାମଚ ଅଁଳା ରସ ମିଶାଇ ପିଇ ପାରିବେ । ଏହା ଛଡା ଏହାର ଜୁସ୍ ମଧ୍ୟ ସେବନ କରି ପାରିବେ ।

ମାଛ- କୁହାଯାଏ ଆଖିର ଦୃଷ୍ଟି ଶକ୍ତି ବଢାଇବାରେ ମାଛ ମଧ୍ୟ ସହାୟକ ହୋଇଥାଏ । ଟୁନା, ମେକେରେଲ୍‌, ସାମନ, ଚୁନା ମାଛ ଆଖି ପାଇଁ ଖୁବ୍ ଉପକାରୀ ହୋଇଥାଏ ।

ଏହା ବ୍ୟତିତ ଭିଟାମିନ୍ ସି ଜାତୀୟ ଖାଦ୍ୟ ପଦାର୍ଥ ଲାଗି ଲେମ୍ବୁ, କମଳା, ଟମାଟୋ, ପାଳଙ୍ଗ, ଫୁଲକୋବି ଓ ବ୍ରୋକଲି ଭଳି ଖାଦ୍ୟ ପଦାର୍ଥ ଆଖି ପାଇଁ ଉପକାରୀ ହୋଇଥାଏ ।

 

Leave a Reply

Your email address will not be published.