ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ୪ ଜଣଙ୍କ ଲାଏ ଡିଟେକ୍‌ସନ ଟେଷ୍ଟ କରିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ବର, (ଓଡିଶା ଟାଇମ୍) :  ସସ୍ପେନ୍ସରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା । ମୃତ୍ୟୁ ମାମଲା ଉପରୁ ପରଦା ହଟୁନି । ଦିନ ପରେ ଦିନ ମାସ ପରେ ମାସ ଗଡି ଚାଲିଥିବା ବେଳେ ମୃତ୍ୟୁର ରହସ୍ୟ କେବଳ ରହସ୍ୟ ଘେରରେ ରହିଛି । ଏହି ମାମଲାରୁ ପରଦା ହଟାଇବା ପାଇଁ ପ୍ରାଣ ପରେ ଲାଗି ପଡିଛି କ୍ରାଇମବ୍ରାଞ୍ଚ । ତେବେ ଏହି ମାମଲାର ଶୀର୍ଷରେ ପହଞ୍ଚିବା ନେଇ ୪ଜଣଙ୍କ ଲାଏ ଡିଟେକସନ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ । ଏହି ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛି ରାଜ୍ୟ ଫରେନସିକ ଲାବ୍ରୋଟୋରୀ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ପିପୁଲ ଫର ସେବା ସଦସ୍ୟ ପପୁ, ବିକାଶ ଓ ଅନ୍ୟ ଜଣଙ୍କର ଲାଏ ଡିଟେକସନ ଟେଷ୍ଟ ହେବ ।

ସେହିପରି କିଛି ଦିନ ତଳେ ଆଦିତ୍ୟକଙ୍କ ଫେସବୁକରେ ହୋଇଥିବା ଶେଷ ପୋଷ୍ଟକୁ ନେଇ ଛାନଭିନ କରୁଥିଲା କ୍ରାଇମବ୍ରାଞ୍ଚ । ଏହାସହ ଫେସବୁକକୁ ଚିଠି ଲେଖଥିଲା କ୍ରାଇମବ୍ରାଞ୍ଚ । କାହା ମୋବାଇଲରେ ପୋଷ୍ଟିଂ ହୋଇଥିଲା ସେନେଇ ଯାଞ୍ଚ ଚାଲିଛି । କାରଣ ବିଦ୍ୟାଶ୍ରୀ ମଧ୍ୟ ତାଙ୍କ ଫେସବୁକ୍ ପାସୱାର୍ଡ଼ ଜାଣିଥିଲେ । ଏହାସହ ୧୦ମାସର କଲ ଡିଟେଲ୍ସ ବାହାର କରିବାକୁ ଚେଷ୍ଟା ଜାରି ରହିଛି ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ । 

Leave a Reply

Your email address will not be published.