ସୋଆରେ ଆୟୋଜିତ ହେବ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ୟାରେଡ କ୍ୟାମ୍ପ- ଯୋଗ ଦେବେ ୧୦ ରାଜ୍ୟର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ରେ ରବିବାର ଠାରୁ ଆରମ୍ଭ ହେବ ୧୦ ଦିନିଆ ସାଧାରଣତନ୍ତ୍ର ଦିବସ ପୂର୍ବବର୍ତୀ ପ୍ୟାରେଡ କ୍ୟାମ୍ପ । ଏହି କ୍ୟାମ୍ପରେ ପୂର୍ବାଂଚଳ ଏବଂ ଉତର ପୂର୍ବାଂଚଳ ରାଜ୍ୟରୁ ୨୦୦ ଜଣ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଯୋଗ ଦେବେ ।

କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ୟୁଜିସି ପକ୍ଷରୁ ଜାରି ହୋଇଥିବା କୋଭିଡ-୧୯ ନିୟମାବଳୀ ପାଳନ ପୂର୍ବକ ଭୁବନେଶ୍ୱର, କୋଲକାତା ଏବଂ ଗ୍ୱୋହାଟିର ଏନ୍‌ଏସ୍‌ଏସ୍ ଆଂଚଳିକ ନିର୍ଦ୍ଦୋଶାଳୟ ଅଧିନସ୍ଥ ପ୍ରତିଯୋଗୀମାନେ ଏହି କ୍ୟାମ୍ପରେ ଯୋଗ ଦେବେ ବୋଲି ସୋଆ ଏନ୍‌ଏସ୍‌ଏସ୍ ଶାଖାର କାର୍ଯ୍ୟକ୍ରମ ସଂଯୋଜକ ଡ. ନଚିକେତା କେ. ଶର୍ମା ସୂଚନା ଦେଇଛନ୍ତି ।

ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିୁଚ୍ୟୁଟ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଏହି କ୍ୟାମ୍ପ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ନିମନ୍ତେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ ପକ୍ଷରୁ ଅନୁମତି ମିଳିସାରିଛି ।
ଓଡ଼ିଶା, ପଶ୍ଚିମବଂଗ, ସିକିମ୍‌, ଆସାମ୍‌, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ୍‌, ନାଗାଲାଣ୍ଡ ଏବଂ ତ୍ରିପୁରାରୁ ୧୦୦ ବାଳକ ଓ ୧୦୦ ବାଳିକା ଏହି କ୍ୟାମ୍ପରେ ଯୋଗ ଦେବେ । ଭୁବନେଶ୍ୱର ଆଂଚଳିକ ନିର୍ଦ୍ଦେଶାଳୟର ୧୦ ଜଣ ପ୍ରୋଗ୍ରାମ୍ ଅଫିସର ଏବଂ ୬ ଜଣ ଅଫିସର ଏମାନଙ୍କୁ ସହାୟତା କରିବେ ବୋଲି ଡଃ ଶର୍ମା ସୂଚନା ଦେଇଛନ୍ତି ।

Leave a Reply

Your email address will not be published.