ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ଯିବ ସୋଆ ଅଲ ଟେରାନ ଯାନ
ଶିକ୍ଷା ଓ ଅନୁସନ୍ଧାନର ଡିମ୍ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଆଇ.ଟି.ଇ.ଆର କଲେଜର ଏସ.ଆଇ. ଇଣ୍ଡିଆ କ୍ଲବର ଛାତ୍ରଛାତ୍ରୀମାନେ ରୋବଷ୍ଟ ଏବଂ ଅଲ ଟେରାନ ଯାନ ପ୍ରସ୍ତୁତ କରି ସଫଳତା ହାସଲ କରିଛନ୍ତି। ଏହି ସଫଳତା ଦ୍ୱାରା ଦେଶର ସବୁଠାରୁ ବଡ ରେସିଂ ଇଭେଣ୍ଟ “ମହିନ୍ଦ୍ରା ସାଇ ବାଜା-୨୦୧୯ରେ’ ଭାଗ ନେବାର ସୁନାମ ଅର୍ଜନ କରିଛନ୍ତି। ଆସନ୍ତା ୭ ରୁ ୧୧ ତାରିଖ ମଧ୍ୟରେ ପଞ୍ଜାବ ରୂପନଗର ସ୍ଥିତ ଆଇଆଇଟି ରୋପାରରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହେବ। କଲେଜର ୨୫ ଜଣ ମେକାନିକାଲ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ନିଜ ଉଦ୍ୟମରେ ପୋ-ସାଇଡେନ ରେସିଂ କାର ତିଆରି କରିଛନ୍ତି। ବଜାରରେ ଉପଲବ୍ଧ ଥିବା ଗାଡ଼ିଠାରୁ ଏହା ଭିନ୍ନ। ଏହା ପାହାଡ଼ିଆ ଅଞ୍ଚଳରେ ଗମନାଗମନର ସୁବିଧା ଦେଇପାରିବ। ଛାତ୍ରଛାତ୍ରୀମାନେ ଏହାର ନାମ ଏ.ଟି.ଭି. କାର ନଂ-୨୯ ଓ କାର ନଂ-୫୬ ରଖିଛନ୍ତି।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ଉତ୍ସବରେ ନାଲକୋ ଡିଜିଏମ ଆଶୁତୋଷ ରଥ ଏବଂ ସୋଆ ନିର୍ର୍େଦ୍ଦଶକ (ଆଡମିସନ) ପ୍ରଫେସର ମାନସ ରଞ୍ଜନ ମଲ୍ଲିକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଥିଲେ ନାଲକୋ। ସୋଆ କୁଳପତିଙ୍କ କହିବାନୁଯାୟୀ ଏହି କାର୍ଯ୍ୟକ୍ରମରେ ନାଲକୋ ଅନେକ ସାହାଯ୍ୟ ଓ ସହଯୋଗ କରିଛି।
ଆଇଟିଇଆର ମେକାନିକାଲ୍ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ନାଲକୋ, ପଞ୍ଜାବ ନେସନାଲ ବ୍ୟାଙ୍କ, ମୋଟୋସେନ୍ସ ଏବଂ କ୍ଲିୟର ପ୍ରିଣ୍ଟର ସହଯୋଗକୁ ନେଇ ଅନେକ ପ୍ରଶଂସା କରିଥିଲେ। ନାଲକୋ କମକର୍ତାମାନେ ମଧ୍ୟ ଛାତ୍ରଛାତ୍ରୀମାନଙ୍କର ଜ୍ଞାନ କୌଶଳକୁ ଅନେକ ପ୍ରଶଂସା କରିଥିଲେ। ପାଗ ଖରାପ ଥିବା ସତ୍ତ୍ୱେ ଆଇଟିଇଆରର ଅନେକ ଛାତ୍ରଛାତ୍ରୀ ଓ ଫାକଲ୍ଟୀମାନେ ଏଥିରେ ଯୋଗଦେଇଥିଲେ।