ଲୋକସେବା ଭବନରେ ସାପ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଙ୍କଟ ସମୟରେ ଲୋକମାନେ ଘରୁ ବାହାରରୁ ନଥିବା ବେଳେ ବନ୍ୟଜନ୍ତୁଙ୍କ ରାଜୁତି ଦେଖିବାକୁ ମିଳୁଛି । ସେହିପରି ଆଜି ଲୋକସେବା ଭବନ ପରିସରରେ ସାପ ଦେଖାଯାଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟମାନେ ମାନେ ଆସି ସାପୁକ ଉଦ୍ଧାର କରିଛନ୍ତି । ତେବେ ଗଛ କୋରଡରେ ଢାମଣା ସାପଟି ଛପି ରହିଥିବା ଜଣାପଡିଛି ।

ସୂଚନାଅନୁସାରେ, ଆଜି ଲୋକସେବା ଭବନ ପରିସରରେ ଥିବା ଗଛ କୋରଡ ଭିତରେ ଲୁଚିଥିବା ଢମଣା ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ ! ଡ୍ଯୁଟିରେ ଥିବା ସୁରକ୍ଷାକର୍ମୀ ପଡିଆ ଭିତରୁ ସାପଟି ଗଛର କୋରଡକୁ ଯିବା ଦେଖିବା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଶୁଭେନ୍ଦୁ ଉଦ୍ଧାର କରି ସାପକୁ ଏକ ସୁରକ୍ଷିତ ସ୍ଥାନରେ ଛାଡିଛନ୍ତି। ଉଦ୍ଧାର ହୋଇଥିବା ସାପଟି ଲମ୍ବ ୫ଫୁଟ ହେବ ।

Leave a Reply

Your email address will not be published.