ପୁଣି ଏକ ସ୍ମାର୍ଟ ସ୍ୱପ୍ନ: ବିଶ୍ୱକପ୍‍ ହକି ପୂର୍ବରୁ ଭୁବନେଶ୍ୱରରେ ହେବ ଷ୍ଟିଲ୍‍ ବସ୍‍ ଷ୍ଟପ୍‍

0
118
advertisement

ଭୁବନେଶ୍ୱର, (ଓଟି): ବିଶ୍ୱକପ୍‍ ହକି ପୂର୍ବରୁ ଭୁବନେଶ୍ୱର ସ୍ମାର୍ଟ ସିଟିରେ ଷ୍ଟିଲ୍‍ ବସ୍‍ ଷ୍ଟପ୍‍ ହେବ । ଯେଉଁଠାରେ ସାଇକେଲ୍‍ ଓ ବାଇକ୍‍ ଆରୋହୀଙ୍କୁ ବାଇକ୍‍ ରଖି ବସ୍‍ ଆରୋହଣ କରିବାର ସୁବିଧା ରହିବ । ଏହା ସହ ଏହି ବସ୍‍ ଷ୍ଟପ୍‍ରେ ଅତ୍ୟାଧୁନିକ ସେବା ଉପଲବ୍ଧ ହେବ । ପଲି କାର୍ବୋନେଟ୍‍ ଛାତ ସାଙ୍ଗକୁ ଏହି ବହୁତଳ ବସ୍‍ ଷ୍ଟପ୍‍ସବୁ ଅତିବାଇଗଣି ରଶ୍ମି ପ୍ରତିରୋଧକ ହେବ । ଏଥିପାଇଁ ଜେଏସ୍‍ଏଲ୍‍ ଲାଇଫ୍‍ ଷ୍ଟାଇଲ୍‍କୁ କାର୍ଯାଦେଶ ଦିଆଯିବାକୁ ସ୍ଥିର ହୋଇଛି । ପ୍ରତି ବସ୍‍ଷ୍ଟପ ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି । ସ୍ମାର୍ଟସିଟି ଲିମିଟେଡ୍‍ ପକ୍ଷରୁ ଜାରି ଏକ ପ୍ରେସ୍‍ ରିଲିଜ୍‍ରେ ଏହା ସ୍ପଷ୍ଟ କରାଯାଇଛି ।

ସହର ଭିତରେ ଅତ୍ୟାଧୁନିକ ସେବା ଯୋଗାଇବ ବୋଲି ପ୍ରତିଶୃତି ଦେଇ ଆସୁଥିବା ସ୍ମାର୍ଟସିଟି ଲିମିଟେଡ୍‍ ଏମିତି ଅନେକ ସ୍ୱପ୍ନ ସହରବାସୀଙ୍କୁ ଖବରକାଗଜ ଓ ମିଡିଆ ମାଧ୍ୟମରେ ଦେଖାଇଛି । ଯେଉଁଥିରେ ସ୍ମାର୍ଟ ଟ୍ରାଫିକ୍‍ ବ୍ୟବସ୍ଥା, ବ୍ୟାଟେରୀ ଚାଳିତ ଅଟୋ ରିକ୍ସା ବ୍ୟବହାର, ମଲ୍ଟି ଲେଭେଲ୍‍ ପାର୍କିଂ ପ୍ରଭୃତି ଅନ୍ୟତମ । ସ୍ମାର୍ଟ ଜନପଥ ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ । ଏସବୁ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି, ଆନ୍ତର୍ଜାତିକ ସଂସ୍ଥା ପାଇଁ ଚୁକ୍ତି ହୋଇଥିବା କୁହାଯାଉଥିଲେ ମଧ୍ୟ ଏଯାଏ କିଛି ବି ବାସ୍ତବ ହୋଇପାରି ନାହିଁ । କିନ୍ତୁ ସହର ଭିତରେ ହୋର୍ଡିଂ ଲଗାଇବା ପାଇଁ କିଛି ନୂଆ ସ୍ଥାନ ସୃଷ୍ଟି ହୋଇପାରିଛି ଏହାକୁ କେହି ଅସ୍ୱୀକାର କରିବେ ନାହିଁ । ଜୟଦେବ ବିହାର ପାଦ ଚଲା ଓଭର ବ୍ରିଜ୍‍ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏଣୁ ସ୍ମାର୍ଟ ବସ୍‍ ଷ୍ଟପ୍‍କୁ ଆଉ ଏକ ସ୍ୱପ୍ନ ବୋଲି କୁହାଯାଇପାରେ ଯେଉଁଥିପାଇଁ ସହରବାସୀଙ୍କୁ ପରୋକ୍ଷରେ ଅଧିକ ଟିକସ ଦେବାକୁ ହେବ ।

ସ୍ମାର୍ଟସିଟି ପକ୍ଷରୁ ଜାରି ଏହି ସ୍ମାର୍ଟ ସ୍ୱପ୍ନ ଅନୁସାରେ ଏହି ସ୍ମାର୍ଟ ବସ୍‍ଷ୍ଟପ୍‍ସବୁ ଜିପିଏସ୍‍ ଧାରୀ ହେବେ । ଅର୍ଥାତ୍‍ ଏଠାରେ ବସ୍‍ଗୁଡ଼ିକର ଯାତାୟାତ ସମ୍ପର୍କରେ ସୂଚନା ଆଗନ୍ତୁକଙ୍କୁ ମିଳିପାରିବ । ରାଜଧାନୀର ସିଟି ବସ୍‍ ଚଳାଚଳ କରୁଥିବା ରୁଟ୍‍ରେ ଏସବୁ ହେବ । ତେବେ ୍େ‍ତୋଟି ବସ୍‍ ଷ୍ଟପ୍‍ ସ୍ମାର୍ଟ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।