ପୁଣିଥରେ କ୍ଷତାକ୍ତ ହେଲେ ଶ୍ରଦ୍ଧା

ଶ୍ରଦ୍ଧା କପୁରଙ୍କ ପ୍ରଶଂସକଙ୍କ ପାଇଁ ନିରାଶଜକ ଖବର । ଶ୍ରଦ୍ଧା ପୁଣିଥରେ ସୁଟିଂ ସେଟରେ କ୍ଷତାକ୍ତ ହୋଇଛନ୍ତି । କଥା ହେଉଛି ଶ୍ରଦ୍ଧାଙ୍କ ଆଗାମୀ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର୍ ୩ଡି’ର ସୁଟିଂ ଜୋରସୋରରେ ଚାଲିଛି । ଏହାର ସୁଟିଂ ସେଟରେ ଶ୍ରଦ୍ଧା ପୂର୍ବରୁ ଦୁଇଥର କ୍ଷତାକ୍ତ ହୋଇଥିଲେ । ଏବେ ଶ୍ରଦ୍ଧାଙ୍କ ପାଦ ମକଚି ହୋଇଯାଇଛି । ଏହି ଖବରକୁ ଶ୍ରଦ୍ଧା ଇନଷ୍ଟାଗ୍ରାମ୍ ଆକାଉଣ୍ଟର ଷ୍ଟୋରୀ ମାଧ୍ୟମରେ ସେୟାର୍ କରିଛନ୍ତି । ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ହିରୋ ହେବେ ବରୁଣ ଧୱନ୍ । ଏହାର ଦୁବାଇ ସୁଟିଂ ସେଡ୍ୟୁଲ୍ ଜୁନ୍ ମାସରେ ସରିଯାଇଛି । ଏହାର କିଛି ଫଟୋ ମଧ୍ୟ ଶ୍ରଦ୍ଧା ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ ।

ଶ୍ରଦ୍ଧା ଓ ବରୁଣ ଷ୍ଟାରର୍ ‘ଷ୍ଟ୍ରିଟ୍ ଡ୍ୟାନ୍ସର୍ ୩ଡି’ ଆଗାମୀ ଜାନୁୟାରି ୨୪ ତାରିଖରେ ସିନେମାଘରକୁ ଆସିବ ବୋଲି ଯୋଜନା ରହିଛି । ଏହାର କାହାଣୀ ଅନୁଯାୟୀ ଶ୍ରଦ୍ଧା ଜଣେ ପାକିସ୍ତାନୀ ଡ୍ୟାନ୍ସର୍ ଏବଂ ବରୁଣ ଜଣେ ପଞ୍ଜାବୀ ଡ୍ୟାନ୍ସର୍ ଭାବେ ପରଦା ଉପରକୁ ଆସିବେ । ଏହି ଫିଲ୍ମ ପାଇଁ ଶ୍ରଦ୍ଧାଙ୍କ ପୂର୍ବରୁ କ୍ୟାଟ୍ରିନାଙ୍କୁ ଅଫର୍ ମିଳିଥିଲା । କିନ୍ତୁ ସେହି ସମୟରେ କ୍ୟାଟ୍ ‘ଭାରତ’ର ସୁଟିଂରେ ବ୍ୟସ୍ତ ଥିବାରୁ ଶ୍ରଦ୍ଧାଙ୍କୁ ଏହି ସୁଯୋଗ ମିଳିଥିଲା ।

Leave a Reply

Your email address will not be published.