ଆଇଏସ୍‌ ଛାଡ଼ି ନିଜର ଅସ୍ତିତ୍ଵ ଖୋଜୁଥିବା ସାମୀମାର ଛାଇ

0
10603

ଲେଖକ ଜଣେ ସାମ୍ବାଦିକ ଏବଂ ସମସାୟିକ ଘଟଣା ବିଶ୍ଳେଷକ

ବିଭୂତି ପତି
ସଫ୍ଦରଜଙ୍ଗ୍ ଏନ୍କ୍ଲେଭ, ନୂଆଦିଲ୍ଲୀ
୯୯୧୦୭୪୦୮୩୯

ଖୁବ୍ ଶୀଘ୍ର ପାକିସ୍ତାନରେ ଏପରି ଏକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି, ଯାହାଦ୍ୱାରା ଏହାକୁ ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ର ଦ୍ୱାରା ଅସ୍ୱୀକାର କରାଯାଇଥିବା ନାଗରିକମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ପଡ଼ିପାରେ” ବୋଲି କହିଛନ୍ତି ରାଫିଆ ଜାକାରିଆ । ରାଫିଆ ଜାକାରିଆ ଜଣେ ଆଟର୍ଣ୍ଣି ଯିଏକି ସାମ୍ବିଧାନିକ ଆଇନ୍ ଏବଂ ରାଜନୈତିକ ଦର୍ଶନ ବିଷୟ ପଢ଼ାନ୍ତି ଏବଂ ପାକିସ୍ତାନର ଜଣେ ସୁନାମଧନ୍ୟ ସମ୍ଭକାର ।

ସାମୀମା ବେଗମ୍‌ଙ୍କୁ ଯେତେବେଳେ ୧୫ ବର୍ଷ ବୟସ ସେ ଇଂଲଣ୍ଡ ଛାଡ଼ି ପଳାୟନ କରିଥିଲେ । ଯେତେବେଳେ ସାମୀମା ଇଂଲଣ୍ଡରୁ ପଳାୟନ କଲେ, ସେତେବେଳେକୁ ସେ ବେଥନାଲ ଗ୍ରୀଡ଼ ଏକାଡେମୀ ବିଦ୍ୟାଳୟର ଛାତ୍ରୀ ଥିଲେ । ସାମୀମା ସେତେବେଳେ ମିଲିଟାଣ୍ଟ ଇସ୍ଲାମିକ୍ ଷ୍ଟେଟ୍ (ଆତଙ୍କବାଦୀ ଦଳ)ରେ ଯୋଗ ଦେବା ପାଇଁ ଚାଲିଯାଇଥିଲେ । ସାମୀମା ମିଲିଟାଣ୍ଟ୍ ଇସ୍ଲାମିକ୍ ଷ୍ଟେଟ୍ର ଆଦର୍ଶରେ ଅନୁପ୍ରାଣିତ ହୋଇ ସେହି ଆତଙ୍କବାଦୀ ଦଳରେ କାର୍ଯ୍ୟ କରିବାକୁ ଚାହୁଁଥିଲେ ଏବଂ ତାଙ୍କର ସାଧାରଣ ଜୀବନ ତୁଳନାରେ ମିଲିଟାଣ୍ଟ୍ ଇସ୍ଲାମିକ୍ ଷ୍ଟେଟ୍ ପାଇଁ କାର୍ଯ୍ୟ କରିବାକୁ ଜଣେ ଆତଙ୍କବାଦୀଙ୍କ ପତ୍ନୀର ଜୀବନକୁ ଅଧିକ ଶ୍ରେୟସ୍କର ମନେ କରିଥିଲେ । ସାମୀମା ସଂଯୁକ୍ତ ରାଷ୍ଟ୍ର (ଇଂଲଣ୍ଡ/ବ୍ରିଟେନ୍) ଯାଇଥିବା ବାଂଲାଦେଶ ପରିବାରର ସନ୍ତାନ ଥିଲେ । ନିକଟରେ ଯେତେବେଳେ ମିଲିଟାଣ୍ଟ୍ ଇସ୍ଲାମିକ୍ ଷ୍ଟେଟ୍ (ଆଇ.ଏସ୍)ର ଶେଷ ଆତଙ୍କବାଦୀମାନଙ୍କୁ ଧରାଗଲା ସାମୀମା ପୁଣିଥରେ ଲୋକଲୋଚନକୁ ଆସି ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କୁ ୧୯ ବର୍ଷ ବୟସ । ସାମୀମା ଏବେ କହୁଛନ୍ତି, ସେ କେବଳ ଇଂଲଣ୍ଡକୁ ଫେରିବାଠାରୁ ଅଧିକ କିଛି ଆଶା କରୁନାହାନ୍ତି । ତାଙ୍କ ପରିବାର ଅନ୍ୟ ସଦସ୍ୟମାନେ ମଧ୍ୟ ସର୍ବସାଧାରଣରେ ଏପରି ନିବେଦନ କରବା ଆରମ୍ଭ କରିଦେଇଛନ୍ତି ।
ଯଦିଓ ସାମୀମାଙ୍କ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ ଶୀଘ୍ର ସମ୍ଭବ ନୁହେଁ, କିନ୍ତୁ ତାଙ୍କ ପରିବାର ସଦସ୍ୟ ଚାହାନ୍ତି ସେମାନେ ସାମୀମାଙ୍କ ଶିଶୁ ସନ୍ତାନଟିକୁ ବ୍ରିଟେନ୍ ଆଣିପାରିବେ, ଯାହାଫଳରେ ଶିଶୁଟିର ଲାଳନ ପାଳନ ଠିକ୍ ଭାବରେ କରାଯାଇ ପାରିବ । ସାମୀମା ଏବେ ତାଙ୍କର ଶିଶୁ ପୁତ୍ର ସନ୍ତାନ ସହିତ ଏକ ଶରଣାର୍ଥୀ କ୍ୟାମ୍ପରେ ରହୁଛନ୍ତି, ଯେଉଁଠାରେ ତାଙ୍କର ପୁଅର ଉପଯୁକ୍ତ ଯତ୍ନ ନିଆଯାଇପାରୁନାହିଁ ବୋଲି ସାମୀମା ଓ ତାଙ୍କ ପରିବାରର ସଦସ୍ୟମାନେ ମତ ଦେଉଛନ୍ତି ।
ମାତ୍ର ବାସ୍ତବ ହେଉଛି, ସାମୀମା ଇଂଲଣ୍ଡ ଫେରିଯିବା ପ୍ରକ୍ରିୟା ଯଥେଷ୍ଟ ଜଟିଳ । ସାମୀମା ବ୍ରିଟେନର ନାଗରିକ ହୋଇଥବା ଯୋଗୁଁ ତାଙ୍କୁ ସେହି ଦେଶକୁ ଫେରାଇ ଆଣିବା ଉଚିତ ହୋଇଥିଲେ ମଧ୍ୟ ବ୍ରିଟେନ୍ ଏଥିପାଇଁ କୁଣ୍ଠିତ । ସାମିମା ବେଗମ୍ଙ୍କ କାହାଣୀ ପ୍ରଚାରିତ ହେବା ପରେ ବ୍ରିଟେନ୍ର ଗୃହସଚିବ ସାଜିଦ୍ ଜାଭିଦ୍ ଘୋଷଣା କଲେ ଯେ ବ୍ରିଟେନ୍ ସାମୀମା ବେଗମ୍ଙ୍କୁ ଫେରାଇ ଆଣିବ ନାହିଁ । ସାଜିଦ୍ ଯୁକ୍ତି ବାଢ଼ିଥିଲେ, ସାମୀମା ବାଂଲାଦେଶୀ ମୂଳ ବାସିନ୍ଦା ହୋଇଥିବା ଫଳରେ ବାଂଲାଦେଶ ନାଗରିକତ୍ୱ ପାଇବା ପାଇଁ ହକ୍ଦାର । ତେଣୁ ସାମୀମା ବ୍ରିଟିଶ୍ ନାଗରିକତ୍ୱରୁ ବଞ୍ଚିତ ହେଲେ ମଧ୍ୟ ରାଷ୍ଟ୍ର ବିହୀନ ହେବେ ନାହିଁ । ଆଇ.ଏସ୍.ରେ ଯୋଗଦେବା ପାଇଁ ଇଂଲଣ୍ଡର ପଳାୟନ କରିଥିବା ଏବଂ ଜଣେ ଆତଙ୍କବାଦୀଙ୍କୁ ବିବାହ କରି ଶିଶୁପୁତ୍ରର ଜନନୀ ସାଜିଥିବା ସମୀମାଙ୍କୁ ବ୍ରିଟେନ୍କୁ ଫେରାଇ ନାଗରିକତ୍ୱ ପ୍ରଦାନ କରିହେବନାହିଁ ।

ଯେଉଁ ମହିଳାମାନେ ଆଇ.ଏସ୍ର ତଥାକଥିତ ଜିହାଦୀ ଆତଙ୍କବାଦୀଙ୍କୁ ବିବାହ କରିଥିଲେ ସେମାନଙ୍କ ସମସ୍ୟା ସାମୀମାଙ୍କ ସମସ୍ୟାଠାରୁ ଅନେକ ବଡ଼ । ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଅନୁଯାୟୀ ଶରଣାର୍ଥୀ ଶିବରରେ ରହୁଥିବା ପ୍ରାୟ ୮୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଅଛନ୍ତି ଯେଉଁମାନେ କୌଣସି ନା କୌଣସି ଭାବରେ ଆଇ.ଏସ୍ ସହିତ ସଂପୃକ୍ତ ଥିଲେ ଏବଂ ସେମାନଙ୍କର ପାଶ୍ଚତ୍ୟ ରାଷ୍ଟ୍ରଗୁଡ଼ିକର ନାଗରିକତ୍ୱ ଥିଲା । ଆର୍ନ୍ତଜାତିକ ନିୟମ ମୁତାବକ ଏହି ଦେଶଗୁଡ଼ିକ ଉପରୋକ୍ତ ବ୍ୟକ୍ତିମାନଙ୍କୁ ନିଜ ଦେଶକୁ ଫେରାଇ ନେବା କଥା ଏବଂ ସେମାନଙ୍କ ନାଗରିକତ୍ୱ ପ୍ରତ୍ୟାହାର କରିନେଇ ସେମାନଙ୍କୁ ରାଷ୍ଟ୍ରହୀନ କରି ଛାଡ଼ିଦେଇ ପାରିବେ ନାହିଁ । ଜାଭିଦିଙ୍କ ପରି ବହୁ ରାଷ୍ଟ୍ର ସାମିମାଙ୍କ ଭଳି ବ୍ୟକ୍ତିମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଦାୟକୁ ଅନ୍ୟ ରାଷ୍ଟ୍ର ଉପରେ ଲଦିଦେବାକୁ ଚାହିଁଛନ୍ତି । ଏପରି ଦେଶର ଉପରେ ଏହି ଦାୟ ଲଦିଦେବାକୁ ଚାହାଁନ୍ତି ଯାହା ଫଳରେ ବିକଳ୍ପ ନାଗରିକତ୍ୱ ପାଇଁ ସେମାନଙ୍କୁ ଯୋଡ଼ି ହେବ ।
ସାମୀମା ବେଗମ୍ଙ୍କ ପରି ଅନ୍ୟ ବ୍ୟକ୍ତିମାନଙ୍କର ସେମାନଙ୍କର ବିକଳ୍ପ ନାଗରିକତ୍ୱ ପ୍ରଦାନ କରିଥିବା ରାଷ୍ଟ୍ରଗୁଡ଼ିକ ସହିତ ସମ୍ପର୍କ ଭଙ୍ଗୁର ବା ମୂଳ ଦେଶ ସହ ସମ୍ପର୍କ ଦୁର୍ବଳ ହୋଇପାରେ । ମାତ୍ର ଏଠାରେ ମହିଳାମାନଙ୍କୁ ଅସ୍ୱୀକାର କରିବା ପାଇଁ ବିକଳ୍ପ ନାଗରିକତ୍ୱ ବିଚାର ଏକ ବାହାନା ମାତ୍ର । ବ୍ରିଟେନର ବିଚାରରେ ସାମିମା ବେଗମ୍ ବାଂଲାଦେଶର ସମସ୍ୟା, ଯଦିଓ ଏହି ଘଟଣା ସହ ସିଧାସଳଖ ପାକିସ୍ତାନ ସଂପୃକ୍ତ ନୁହେଁ ତଥାପି ଖୁବ୍ ଶୀଘ୍ର ଏପରି ପରିସ୍ଥିିତି ଉପୁଜିପାରେ ଯେଉଁ କ୍ଷେତ୍ରରେ ପାକିସ୍ତାନକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦ୍ୱାରା ପ୍ରତ୍ୟାଖ୍ୟାତ ଆଇ.ଏସ୍. ସହ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ନିଜର ନାଗରିକ ରୂପେ ସ୍ୱୀକାର କରିବାକୁ ପଡ଼ିବ, ଏକଥା ଦର୍ଶାନ୍ତି ରାଫିଆ ଜାକାରିଆ ।
ବାଂଲାଦେଶ ପରି ପାକିସ୍ତାନ ନାଗରିକତ୍ୱ ଆଇନ ବଂଶାନୁକ୍ରମ ଅନୁଯାୟୀ ନାଗରିକତ୍ୱ ପ୍ରଦାନ କରେ । ସିରିଆ ଯାଇଥିବା ବହୁ ମିଲିଟାଣ୍ଟ୍ ଇସ୍ଲାମିକ୍ ଷ୍ଟେଟ୍ର ସଦସ୍ୟ ପାକିସ୍ତାନର ମୂଳ ବାସିନ୍ଦା ଥିଲେ । ପ୍ରକୃତପକ୍ଷେ ବାଂଲାଦେଶ ଓ ପାକିସ୍ତାନ ଉପରେ ପୂର୍ବତନ ଆତଙ୍କବାଦୀମାନଙ୍କର କିମ୍ବା ସେମାନଙ୍କର ସ୍ତ୍ରୀମାନଙ୍କର ତଥା ସନ୍ତାନମାନଙ୍କର ନାଗରିକତ୍ୱର ବୋଝ ଲଦି ଦିଆଯିବା ପରିପ୍ରେକ୍ଷୀରେ ସେମାନେ କ’ଣ କରିବେ? କାରଣ ପାଶ୍ଚତ୍ୟ ରାଷ୍ଟ୍ରମାନେ ଏକଥା ବଜାୟ ରଖିବାକୁ ଚାହୁଁଛନ୍ତି ଯେ ଏପରି ଲୋକମାନେ ଆଉ ସେମାନଙ୍କର ନାଗରିକତ୍ୱ ପାଇଁ ଯୋଗ୍ୟ ହୋଇ ରହିନାହାନ୍ତି।
ବ୍ରିଟେନରେ ଏପରି ବହୁ ଲୋକ ଅଛନ୍ତି ଯେଉଁମାନେ ସାମୀମା ବେଗମ୍ଙ୍କୁ ଫେରାଇନେବାକୁ ସମର୍ଥନ କରୁଛନ୍ତି । ଏପରି ବିବାଦ ସୃଷ୍ଟି ହେବା ପରିପ୍ରେକ୍ଷୀରେ କେତେକ ସ୍ତମ୍ଭକାର ଯୁକ୍ତି ବାଢ଼ନ୍ତି ଯେ ସାମୀମା ବେଗମ୍ ବ୍ରିଟେନ୍ରେ ହିଁ ବଢ଼ିଛନ୍ତି ଏବଂ ଆଇ.ଏସ୍.ରେ ସାମିଲ ହୋଇଛନ୍ତି । ତେଣୁ ତାଙ୍କୁ ଘରୋଇ ମାଟିରେ ସୃଷ୍ଟି ହୋଇଥିବା ଆତଙ୍କବାଦୀ ବୋଲି କୁହାଯାଇ ପାରିବ, ଯିଏକି ସିରିଆକୁ ଯିବା ପାଇଁ ପ୍ରରୋଚିତ ହୋଇଛନ୍ତି । ଏସବୁକଥା ସାମୀମା ବ୍ରିଟେନ୍ରେ ଥିବାବେଳେ ହିଁ ସଂଘଟିତ ହୋଇଥିଲା । ବ୍ରିଟେନ୍ର ଆଇନ ଅନୁଯାୟୀ ସାମୀମା ଦେଶ ଛାଡ଼ିବା ବେଳକୁ ମାତ୍ର ୧୫ ବର୍ଷର ହୋଇଥିଲେ, ସେ ନାବାଳିକା ଥିଲେ । ଯଦି ତାଙ୍କର ବିଚାର ବ୍ରିଟେନ୍ରେ ସଂଘଟିତ କୌଣସି ଅପରାଧ କରାଯାଇଥାଆନ୍ତା ତେବେ ସାମୀମାଙ୍କ ବୟସ ତାଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଥାନ୍ତା । ଅନ୍ୟ ପକ୍ଷରେ ତାଙ୍କ ପ୍ରତ୍ୟାବର୍ତ୍ତନର ସବୁଠାରୁ ବଡ଼ ବିରୋଧୀ ତଥା ଗୃହ ସଚିବ ସାଜିଦ ଜାଭିଦଙ୍କ ବୁନିୟାଦି ଉପରେ ଦୃଷ୍ଟି ଦିଆଯିବା ଆବଶ୍ୟକ । କେତେକ ବୁଦ୍ଧିଜୀବୀ ଏଥିରେ ସହମତ ଯେ ବ୍ରିଟେନ୍ର କନ୍ଜରଭେଟିଭ ପାର୍ଟିର ସଦସ୍ୟମାନଙ୍କ ଦୃଷ୍ଟିରେ ନିଜର ଆତଙ୍କବାଦ ବିରୋଧୀ ଭାବମୂର୍ତ୍ତିକୁ ବଳବତ୍ତର କରିବାକୁ ସାଜିଦ୍ ଚାହୁଁଛନ୍ତି । ତେଣୁ ସାମିମାଙ୍କ ପ୍ରତ୍ୟାବର୍ତ୍ତନକୁ ସେ ବିରୋଧ କରୁଛନ୍ତି ।
ସାମୀମା ବେଗମଙ୍କ ସମସ୍ୟାର ସମାଧାନ ହେବା ସମ୍ଭବନା ବେଶ କ୍ଷୀଣ । ନିକଟରେ ଏକ ସାକ୍ଷାତକାର ମାଧ୍ୟମରେ ସାମୀମା ସାର୍ବଜନୀନ ଭାବେ ବିଟ୍ରେନ ସରକାରଙ୍କୁ ଆବେଦନ କରିବା ତାଙ୍କ ସ୍ୱାର୍ଥ ସାଧନରେ ପ୍ରମୁଖ ବାଧକ ହୋଇଛି, କାରଣ ତାଙ୍କର ଆବେଦନ ପରେ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକ ଥିବା ଅନ୍ୟଜଣେ ମହିଳା ହୋଡ଼ା ମୁଥାନ ମଧ୍ୟ ତାଙ୍କୁ ଆମେରକାକୁ ପ୍ରତ୍ୟାର୍ପଣ କରିନେବାକୁ ଇଚ୍ଛା ପ୍ରକଟ କରି ଆମେରିକା ସରକାରଙ୍କୁ ଦାବୀ କରିଛନ୍ତି । ବ୍ରଟେନ ପରି ଆମେରିକା ମଧ୍ୟ ତାଙ୍କୁ ଫେରାଇ ନେବା ପାଇଁ ଅନିଚ୍ଛା ପ୍ରକଟ କରିଛି । ଆମେରିକାର ଯୁକ୍ତି ହେଲା ଯେ ହୋଡ଼ାଙ୍କ ନିକଟରେ ଆମେରିକାର ପାସ୍ପୋର୍ଟ, ଭିସା କିମ୍ବା ପାସପୋର୍ଟ ପାଇବା ପାଇଁ ହକ୍ଦାର ଦର୍ଶାଉଥିବା କୌଣସି ଦଲିଲ ନାହିଁ । ତେଣୁ ତାଙ୍କୁ ଆମେରିକା ଫେରିଆସିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ।
ନାଗରିକତାର ଏହି ପ୍ରସଙ୍ଗ ସହ ଆହୁରି ଗୋଟିଏ ପ୍ରସଙ୍ଗ ମଧ୍ୟ ଜଡ଼ିତ – ତାହା ହେଉଛି ସଂପୃକ୍ତିର ପ୍ରସଙ୍ଗ । ଏକଥା ଏଯାଏ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନାହିଁ ଯେ ଆଇ.ଏସ୍ ମିଲିଟାଣ୍ଟରେ ଥିବାବେଳେ ସାମୀମା କ’ଣ କରୁଥିଲେ? କେତେକ ୟେଜିଦି ମହିଳାଙ୍କ ବକ୍ତବ୍ୟ ଅନୁଯାୟୀ ଏକଥା ବିବେଚନା କରାଯିବା ବୋକାମୀ ହେବ ଯେ ମହିଳାମାନେ କେବଳ ନିରପରାଧୀ ଦର୍ଶକ ଥିଲେ ଏବଂ ନିଷ୍କ୍ରିୟ ସ୍ତ୍ରୀ ଥିଲେ । ଅନେକ ଆଇ.ଏସ୍.ର ଉଦ୍ଦେଶ୍ୟ ସାଧନ ସକାଶେ ପ୍ରତ୍ୟେକ୍ଷଭାବେ କାର୍ଯ୍ୟ କରୁଥିଲେ ଏବଂ ସେମାନଙ୍କ ତଳସ୍ତରର ଆତଙ୍କବାଦୀମାନଙ୍କ ପ୍ରତି ଖରାପ ବ୍ୟହାର ପ୍ରଦର୍ଶନ କରୁଥିଲେ । ହୋଡ଼ା ମୁଥାନ୍ଙ୍କ କ୍ଷେତ୍ରରେ ଏଭଳି ପ୍ରମାଣ ସହଜରେ ଉପଲବ୍ଧ । ବିଭିନ୍ନ ଇଣ୍ଟରନେଟ୍ ରେକର୍ଡ଼ ଦର୍ଶାଯାଉଛି ହୋଡ଼ା ଅନ୍ୟମାନଙ୍କୁ ବିପୁଳ ସଂଖ୍ୟାରେ ଆଇ.ଏସ୍ରେ ଭର୍ତ୍ତି କରାଉଥିଲେ ଏବଂ ସାମାଜିକ ଗଣମାଧ୍ୟମରେ ଆମେରିକୀୟମାନଙ୍କୁ ହତ୍ୟା କରବୋଲି ଆହ୍ୱାନ ଦେଉଥିଲେ ।
ଏପରି ମହିଳମାନଙ୍କୁ କୌଣସି ଦେଶ କାହିଁକି ଫେରାଇନେବ? ଆନ୍ତର୍ଜାତିକ ଆଇନରେ ଏ ପ୍ରଶ୍ନର କେତେକ ଉତ୍ତର ରହିଛି ମାତ୍ର ମିଲିଟାଣ୍ଟ୍ ଆଇ.ଏସ୍ର ରୂପରେଖ ଯାହା, ଏହା ଯେପରି ଯୁବକମାନଙ୍କୁ ସେମାନଙ୍କ ପାଖକୁ ଆକୃଷ୍ଟ କରିବା ସକାଶେ ଯେପରି ପଦକ୍ଷେପମାନ ଗ୍ରହଣ କରୁଥିଲେ ସେହି ପରିପ୍ରେକ୍ଷୀରେ ଏହି ଆଇନ ଗୁଡ଼ିକର ବିଶେଷ ମୂଲ୍ୟ ନାହିଁ । ଏକଥାର କୌଣସି ନିଶ୍ଚିତତା ନାହିଁ ଯେ ଏହି ମିଲିଟାଣ୍ଟ୍ ଆଇ.ଏସ୍. ଆତଙ୍କବାଦୀମାନଙ୍କ ସ୍ତ୍ରୀମାନଙ୍କୁ ଫେରାଇ ନିଆଗଲେ ସେମାନେ ନୂଆ ଯୁବକମାନଙ୍କୁ ଆଇ.ଏସ୍. ଆତଙ୍କବାଦୀ ତଥାକଥିତ ଜୀହାଦୀ ରୂପରେ ଭର୍ତ୍ତି କରାଇବେ ନାହିଁ । ଆଗାମୀଦିନରେ ଏପରି ମହିଳାମାନଙ୍କୁ ଦେଶକୁ ଫେରାଇ ନେବା ଓ ସେମାନଙ୍କୁ ଥଇଥାନ କରିବାର ମୁଣ୍ଡବ୍ୟଥା କୌଣସି ଦେଶ ବରଣ କରିବ ନାହିଁ । ଏପରି ସଂଗଠନ ଗୁଡ଼ିକ ସହିତ ଥରେ ସଂପୃକ୍ତ ହେବାର ଅର୍ଥ ହେଲା ସାରା ଜୀବନ ସକାଶେ ସଂପୃକ୍ତ ହେବା । ପୁଣିି ଏପରି ବ୍ୟକ୍ତିମାନେ ସ୍ୱାଗତ କରାଯିବା, ଗ୍ରହଣ କରାଯିବା କିମ୍ବା ବିଶ୍ୱାସର କରିବାର ଯୋଗ୍ୟ ନୁହଁନ୍ତି । ସେହି ଦୃଷ୍ଟିରୁ ସମ୍ଭବତଃ ସାମୀମା ବେଗମ୍ ଏବଂ ତାଙ୍କ ପୁଅ ଘର ତଥା ଦେଶଟିଏ ପାଇବା ସକାଶେ ବ୍ୟାକୁଳ ଆଉ ଏହାଙ୍କ ସ୍ୱପ୍ନ ହୁଏତ ପୂରଣ ହୋଇ ନପାରେ!

ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ