ମେ’ ୧୯ କାଳ ରାତି: ରବିବାର ଝଡ଼, ମଙ୍ଗଳବାର ବାତ୍ୟା;

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରବିବାର ସନ୍ଧ୍ୟାରେ ଝଡ଼ ତୋଫାନ ହେବ। ମଙ୍ଗଳବାର ଏହି ତୋଫାନ ଅଧିକ ତୀବ୍ରତର ହୋଇ ବାତ୍ୟା ରୂପ ନେବା ଆଶଙ୍କା ରହିଛି। ବଙ୍ଗେବେସାଗରରେ ସୃଷ୍ଟ ଲଘୁଚାପ ଯେଉଁଭଳି ଭାବେ ସଂଘଟିତ ହେଉଛି ତାହାକୁ ବିଭିନ୍ନ ବୈଜ୍ଞାନିକ ମଡେଲ୍‌ ଆଧାରରେ ଗବେଷଣା କରି ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆସନ୍ତା ୨୪ ଘଣ୍ଟା ଭିତରେ ଏହି ଲଘୁଚାପ ଅଧିକ ଘନୀଭୂତ ହେବ।  ରବିବାର ଯାଏ ଏହି ଲଘୁଚାପ ଉତ୍ତର ପଶ୍ଚିମ ଦିଗଆଡ଼କୁ ଗତି କରିବା ପରେ ଅଧିକ ଘନୀଭୂତ ହୋଇ ଭୟଙ୍କର ରୂପ ନେବ। ଏହା ପରେ ଏହି ବାତ୍ୟାର ଦିଗ ଉତ୍ତର-ଉତ୍ତର ପୂର୍ବ ଆଡ଼କୁ ରହିବ। ପୁଣି ମଙ୍ଗଳବାର ବେଳକୁ ଏହା ଅତ୍ୟନ୍ତ ଭୟଙ୍କର ବାତ୍ୟାରେ ପରିଣତ ହେବ।

  ମେ ମାସ ୧୭ରୁ ୧୯ ତାରିଖ ଅର୍ଥାତ୍‌ ରବିବାର ସନ୍ଧ୍ୟାରୁ ମଙ୍ଗଳବାର ସନ୍ଧ୍ୟା ଯାଏ ଓଡ଼ିଶା-ପଶ୍ଚିମବଙ୍ଗର ଅତି ନିକଟରେ ଏହା କେନ୍ଦ୍ରୀଭୂତ ହେବ। ଫଳରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ପବନ ହେବ। ମେ’ ୧୯ ରାତିରେ କିମ୍ବା ୨୦ ତାରିଖ ସକାଳୁ ଏହା ଉପକୂଳ ପାର କରିବ। ଅର୍ଥାତ୍‌ ମଙ୍ଗଳବାର ରାତି ଓଡ଼ିଶ ଉପକୂଳ ପାଇଁ ବିପଜ୍ଜନକ। ଏହି ସମୟରେ ଘଣ୍ଟାପଅତି ୧୨୦ କିଲୋମିଟର ବେଗର ପବନ ପ୍ରବାହିତ ହେବା ଆଶଙ୍କା କରାଯାଇଛି।

ବିଶେକେରି ଏହି ତିନିଦିନ ଭିତରେ  ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲା କ୍ଷତିଗ୍ରସ୍ତ  ହେବା ଆଶଙ୍କା ରହିଛି।  ଏହାବାଦ୍‌ ମେ’ ୧୮ ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ଜିଲ୍ଲାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ପୁଣି କଟକ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲା ବି ଏଥିତରେ ପ୍ରଭାବିତ ହେବ। ଏଠାରେ ମେ’ ୧୯ ଏବଂ ୨୦ ତାରିଖରେ ମଧ୍ୟମଠୁ ପ୍ରବଳ ବର୍ଷା ଆଶଙ୍କା ରହିଛି।

ଏଣୁ ମେ’ ୧୭ରୁ ୨୧ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published.