ସଂବାଦର ସପ୍ତମ ସଂସ୍କରଣର ଶୁଭାରମ୍ଭ, ଆଦିବାସୀତ୍ୱକୁ ପାଳନ କରିବା ଲାଗି ଏକ ସ୍ୱତନ୍ତ୍ର ମଂଚ ଯେଉଁଥିରେ ଭାରତର ୨୩ଟି ରାଜ୍ୟ ଓ ୧୭ଟି ଦେଶ ଅଂଶଗ୍ରହଣ କରିବେ
ଭୁବନେଶ୍ବର, (ଓଡିଶା ଟାଇମ୍) : ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଆଦିବାସୀ ସମ୍ମିଳନୀ ସଂବାଦ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହି ଆଲୋଚନା ଏବଂ ଉତ୍ସବ ପାଳନ ଡିଜିଟାଲ୍ ମଂଚ୍ରେ ପହଂଚିଛି । ଭାରତର ସବୁଠୁ ଚର୍ଚ୍ଚିତ ଆଦିବାସୀ ବ୍ୟକ୍ତିତ୍ୱ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତାଙ୍କ ଜୟନ୍ତୀରେ ହିଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ଟି ଭି ନରେନ୍ଦ୍ରନ, ସିଇଓ ଓ ଏମ୍ଡି, ଟାଟା ଷ୍ଟିଲ୍ ଏବଂ ରେଜାନ ଗୁରିଆ, କୁଂଟି, ଝାଡ଼ଖଣ୍ଡ ଉପସ୍ଥିତ ଥିଲେ ଏବଂ କନ୍କ୍ଲେଭ୍ର ଶୁଭାରମ୍ଭ ବିଷୟରେ ଘୋଷଣା କରିଥିଲେ ।
“ସଂବାଦ ୨୦୨୦ ଏହାର ସପ୍ତମ ସଂସ୍କରଣରେ ପ୍ରବେଶ କରିଛି । ପ୍ରତ୍ୟକ୍ଷ ଭାବେ ଏକତ୍ରୀତ ହେବା ଏବଂ ଚଳପ୍ରଚଳନକୁ ନେଇ ରହିଥିବା କଟକଣା ଆମକୁ ଚଳିତ ବର୍ଷ ଏହାର ମଡେଲ୍ ପରିବର୍ତନ କରିବାକୁ ବାଧ୍ୟ କରିଛି । ଆମେ ଏକ ଫର୍ମର୍ାଟ୍ ବିକଶିତ କରୁଛି ଯାହା ଆମକୁ ଏହି ଆଲୋଚନାକୁ ଡିଜିଟାଲ୍ ମାଧ୍ୟମରେ ସମଗ୍ର ବିଶ୍ୱର ଲୋକମାନଙ୍କ ପାଖରେ ପହଂଚାଇବ । ସଂବାଦ ଏକ ମଂଚ ଯାହା ଆମକୁ ସାମଗ୍ରିକ ଭାବେ ଆବିସ୍କାର ଏବଂ ବଡ଼ ଧରଣର ଲକ୍ଷ୍ୟକୁ ମାର୍ଜିତ କରିବା, ଲକ୍ଷ୍ୟ ଧାର୍ଯ୍ୟ କରିବା ଏବଂ ଲକ୍ଷ୍ୟ ଭିତିକ ଫଳାଫଳ ହାସଲ କରିବା ଲାଗି ଅନୁପ୍ରାଣିତ କରିଛି ଯାହା ମୁଖ୍ୟତଃ ଅନ୍ତର୍ଭୁକ୍ତୀକରଣ ଉପରେ ପର୍ଯ୍ୟବେସିତ ବୋଲି ଟି ଭି ନରେନ୍ଦ୍ରନ, ସିଇଓ ଓ ଏମ୍ଡି, ଟାଟା ଷ୍ଟିଲ୍ କହିଛନ୍ତି ।’’
ଚଳିତ ବର୍ଷ ଏହି କନ୍କ୍ଲେଭ୍ରେ ଭାରତର ୨୩ଟି ରାଜ୍ୟ ଓ ପାଂଚଟି କେନ୍ଦ୍ରଶାସିତ ଅଂଚଳ ଓ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ନେପାଳ, କେନିଆ, ଫିଲିପାଇନ୍ସ, ଥାଇଲ୍ୟାଣ୍ଡ୍, ତାଞ୍ଜାନିଆ ଭଳି ୧୭ଟି ଦେଶର ୩୦୦୦ ଲୋକ ଅଂଶଗ୍ରହଣ କରି ଡିଜିଟାଲ୍ ମାଧ୍ୟମରେ ଏକତ୍ରୀତ ହେବ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ସାମାଜିକ ପରିବର୍ତନ ପାଇଁ ଏକ୍ରତୀତ ହେବା’ । ଆସନ୍ତା ଚାରି ଦିନରେ ଆଦିବାସୀ ମହିଳା ଓ ପୁରୁଷଙ୍କୁ ନେଇ ଚିନ୍ତାଧାରାର ଆଦାନପ୍ରଦାନ ହେବ ଯେଉଁମାନେ ଏଥିରେ ଅନଲାଇନ୍ରେ ଯୋଗ ଦେବେ ଏବଂ ବିଭନ୍ନ ପ୍ରକାର ଆଦିବାସୀ ପାଇଁ ଜୀବନ୍ତ ସଂସ୍କୃତିର ପାଳନ କରିବେ । ଆଦିବାସୀ ହସ୍ତତନ୍ତ, ଆଦିବାସୀ ସିନେମା ଦେଖା, ଆଦିବାସୀ ଖାଦ୍ୟ ବିଭିନ୍ନ ଆଦିବାସୀଙ୍କ ଦ୍ୱାରା ସାଂସ୍କୃୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଯାହା ସାଧାରଣ ଲେଶକମାନଙ୍କ ପାଖରେ ଏକ ସ୍ୱତନ୍ତ୍ର ୱେବସାଇଟ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ଜରଆରେ ଆଦିବାସୀଙ୍କ ପରମ୍ପରା ଏବଂ ସମୃଦ୍ଧ ଐତିହ୍ୟ ପହଂଚିବ ।
ଏହି ଅବସରରେ ଚାଣକ୍ୟ ଚୌଧୁରୀ, ଉପ ସଭାପତି (କର୍ପୋରେଟ୍ ସେବା), ଟାଟା ଷ୍ଟିଲ୍, ସୌରଭ ରାୟ, ମୁଖ୍ୟ, କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି), ଟାଟା ଷ୍ଟିଲ୍, ଦସମନ୍ତ ହାଁସଦା, ଯୁଗସଲାଇ ଟୋରୋପ ପରଗଣା, ପାରମ୍ପରିକ ସାନ୍ତାଳ ପ୍ରଶାସନିକ ବ୍ୟବସ୍ଥା, ପୂର୍ବ ସିଂହଭୂମ୍, କ୍ରିଷ୍ଣା ଚନ୍ଦ୍ର ବୋଦ୍ରା, ସଭାପତି, ଆଦିବାସୀ ହୋ ସମାଜ ମହାସଭା, ପଶ୍ଚିମ ସିଂହଭୂମ୍ ଏବଂ ଉତମ ସିଂହ ସରଦାର, ପ୍ରଧାନ, ପାରମ୍ପରିକ ଭୂମିର ପ୍ରଶାସନିକ ବ୍ୟବସ୍ଥା, ପୋଟକାଲ୍ ଏହି ଅବସରରେ ଉପସ୍ଥିତ ଥିଲେ ।
ପ୍ରାରମ୍ଭିକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ଯେଉଁଥିରେ ସାମିଲ ଥିଲା ଦୁଇଟି ଗୀତ ଯାହାକୁ ସଂବାଦ ସହଯୋଗିତାରେ ରିଦିମସ୍ ଅଫ୍ ଆର୍ଥ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ପଦ୍ମଶ୍ରୀ ମୁକୁନ୍ଦ ନାୟ କଂଠରେ ପ୍ରଥମ ଗୀତ ଥିଲା ବିରସା କେର ରାଇଜ୍ ଥିଲା ଓ ଦ୍ୱିତୀୟ ଗୀତଟି ଥିଲା ଆବୁଆ ଦିସୁମ, ଆବୁଆ ରାଇଜୁ ଯାହାକୁ ରିଦିମସ୍ ଅଫ୍ ଆର୍ଥର ୧୫ କଳାକାର ପ୍ରସ୍ତୁତ କରିଥିଲେ ।
ବିଗତ ଛଅ ବର୍ଷ ଭିତରେ ସଂବାଦ ୧୮ଟି ଦେଶ ଏବଂ ଭାରତର ୨୭ଟି ରାଜ୍ୟର ୧୧୭ ପ୍ରକାର ଆଦିବାସୀ ବର୍ଗର ୩୦,୦୦୦ରୁ ଅଧିକ ଲୋକଙ୍କ ପାଖରେ ପହଂଚିଛି । ଆଦିବାସୀ ସମାଜ ଏବଂ ଜାମସେଦପୁର ଲୋକ ଏହାକୁ ପ୍ରତିବର୍ଷ ଚାହିଁରହିଥାନ୍ତି ।