ସେନ୍ସେକ୍ସରେ ୬୩୪ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ଇରାନ୍ ଏବଂ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ନେଇ ପୂର୍ବରୁ ଆନ୍ତର୍ଜାତିକସ୍ତରର ନିବେଶକାରୀମାନେ ଆଶଙ୍କିତ ହୋଇପଡ଼ିଥିବା କାରଣରୁ ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜଗୁଡିକର କାରବାର ଅଚାନକ ଭାବେ ହ୍ରାସ ପାଇଥିଲା । ଭାରତୀୟ ଷ୍ଟକ୍ ବଜାର ମଧ୍ୟ ଏଥିରୁ ବାଦ୍ ପଡ଼ିନଥିଲା । ବିଭିନ୍ନ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରି ନିଆଯିବାରୁ ଅଧିକାଂଶ କମ୍ପାନୀଙ୍କ ବଜାର ପୁଞ୍ଜି ସ୍ଥିତିରେ ହ୍ରାସ ଘଟିବା ସହିତ ବିପୁଳ ପରିମାଣରେ କ୍ଷତି ଘଟିଥିଲା । ତେବେ ଗୁରୁବାର ଏହି ସ୍ଥିତିରେ ପରିବର୍ତ୍ତନ ଘଟିଛି ।

ଆମେରିକା-ଇରାନ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାମୂଳକ ସ୍ଥିତିକୁ ନେଇ ଖୁବ୍ଶୀଘ୍ର ସମାଧାନର ବାଟ ଖୋଲିବ ବୋଲି ସୂଚନା ପାଇବା ପରେ ନିବେଶକାରୀମାନେ ଉତ୍ସାହିତ ରହିଥିବାରୁ ବିଶ୍ୱର ପ୍ରମୁଖ ଷ୍ଟକ୍ ବଜାରରେ କାରବାର ବୃଦ୍ଧି ପାଇବା ସହିତ ଭାରତୀୟ ଷ୍ଟକ୍ ବଜାରରେ ମଧ୍ୟ ସମାନ ପ୍ରଭାବ ଅନୁଭୂତ ହୋଇଛି । ଗୁରୁବାର କାରବାର ଆରମ୍ଭ ହେବା ପରେ ଉଭୟ ବିଏସ୍ଇ ସେନ୍ସେକ୍ସ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ନି‘୍ଟିରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ବିଏସ୍ଇ-୩୦ ସୂଚକାଙ୍କ ଅନ୍ତର୍ଭୁକ୍ତ ଶେୟାରଗୁଡିକର କାରବାର ଯଥେଷ୍ଟ ବୃଦ୍ଧି ପାଇବା କାରଣରୁ ସେନ୍ସେକ୍ସରେ ୬୩୪.୬୧ ପଏଣ୍ଟ ବୃଦ୍ଧି ଘଟି କାରବାର ଶେଷ ବେଳକୁ ଏହା ୪୧,୪୫୨.୩୫ ପଏଣ୍ଟରେ ବନ୍ଦ ରହିଥିବା ଜଣାପଡ଼ିଛି । ସେହିପରି ନିଫ୍ଟି ମଧ୍ୟ୧୯୦.୫୫ ପଏଣ୍ଟ ବୃଦ୍ଧିରେ ୧୨,୨୧୫.୯୦ ପଏଣ୍ଟରେ ବନ୍ଦ ରହିଥିଲା । ଏସ୍ବିଆଇ,ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ, ମାରୁତି ସୁଜୁକି, ଏସିଆନ୍ ପେଣ୍ଟସ୍ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଦିର ଶେୟାର କାରବାର ଉତ୍ତମ ରହିଥିଲା । ତେବେ ଟିସିଏସ୍, ଏଚ୍ସିଏଲ୍, ଏନ୍ଟିପିସି ଏବଂ ସନ୍ ‘ାର୍ମା ଆଦି କ୍ଷତିର ସମ୍ମୁଖୀନ ହୋଇଥିବା କୁହାଯାଇଛି ।

Guide to Successful SaaS Software Development: Benefits, Challenges, and Best Practices https://sapient.pro/blog/guide-to-successful-saas-software-development/ .

Leave a Reply

Your email address will not be published.