ପୂର୍ବତନ ମନ୍ତ୍ରୀ ସେଖ୍‌ ମତଲୁବ ଅଲ୍ଲୀଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) :ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସିଟାଲରେ ଆଜି ସକାଳେ ପରଲୋକ ଘଟିଥିବା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଗତ ୧୪ ତାରିଖରେ ଅସୁସ୍ଥତା କାରଣରୁ ହସପିଟାଲରେ ଭର୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।

୧୯୪୨ ଡିସେମ୍ବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିବା ସେଖ୍ ମତଲୁବ୍ ଅଲ୍ଲୀ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାନସଭାକୁ ପତିନିଧିତ୍ବ କରିଥିଲେ। ସେ ୧୯୭୪, ୧୯୮୦, ୧୯୮୫ ଏବଂ ୧୯୯୫ରେ ବିଧାୟକ ଭାବେ ନିର୍ବଚିତ ହୋଇଥିଲେ। ସେଖ୍ ମତଲୁବ ଅଲୀ କିଛି ଦିନ କଂଗ୍ରେସ ସରକାରରେ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳି ଥିଲେ। ରାଜନୀତି ସହ ସାହିତ୍ୟ ଓ ସମାଜସେବାରେ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା। ରେଭେନ୍ସା ମହାବିଦ୍ୟାଳୟରେ ପଢ଼ୁଥିବା ବେଳେ ରେଭେନ୍ସା ଓ୍ବେଷ୍ଟ ହଷ୍ଟେଲ ମାଗାଜିନ ‘ଉର୍ମି’ର ସମ୍ପାଦନା କରିଥିଲେ। ଏହା ବ୍ୟତୀତ ସେ କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଏବଂ ସାହିତ୍ୟ ଆଲୋଚନା ପୁସ୍ତକ ଲେଖିଛନ୍ତି। ଏହା ସହ ସେ ସ୍ବେଚ୍ଛାସେବୀ ସଂଗଠନ ‘ଅକ୍ସଫାମ’ ଏବଂ ‘ସେଭ ଦି ଚିଲଡ୍ରେନ ଫଣ୍ଡ’ରେ ଅନୁଷ୍ଠିତ ଜାତି ଓ ଜନଜାତି ବିକାଶ ପାଇଁ କାର୍ଯ୍ୟ କରିଛନ୍ତି।

Leave a Reply