ବୟସ୍କ ବିଜେପି ନେତାଙ୍କୁ ଟିକଟ ମିଳିବ; ପଦପଦବୀ ନୁହେଁ

ସେନା, ସମାଜ ସେବୀ, ଡାକ୍ତର, ଇଞ୍ଜିନିୟର ଏବଂ କ୍ରିକେଟରଙ୍କୁ ଟିକେଟ ଦେବ ବିଜେପି

ଆଗାମୀ ନିର୍ବାଚନରେ ବିଜେପିର ବୟସ୍କ ନେତାଙ୍କୁ ଟିକେଟ ନମିଳିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଅବସାନ ଘଟିଛି। ନିଷ୍ପତ୍ତି ଅନୁଯାୟୀ ବିଜେପି ୭୫ ବର୍ଷ ଉପରେ ନେତାଙ୍କୁ ଟିକେଟ ଦେବ। କିନ୍ତୁ ସେମାନଙ୍କୁ କୌଣସି ପଦପଦବୀ ମିଳିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପି ସଂସଦୀୟ ବୋର୍ଡ଼ ବୈଠକରେ ଦଳ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଗତ ୩ ବର୍ଷ ଧରି ଚାଲିଥିବା ଦଳୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିଲା। ୩ ଘଣ୍ଟା ଧରି ଚାଲିଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ, ସୁଷମା ସ୍ୱାରଜ୍‌, ଅରୁଣ ଜେଟଲୀ, ନିତିନ୍‌ ଗଡ଼କରୀ , ରାଜନାଥ ସିଂହ, ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଟିକେଟ ଆଶାୟୀଙ୍କୁ ନେଇ ଆଲୋଚନା ହୋଇଥିଲା। ଆଲୋଚନା ଅନୁଯାୟୀ, ସାଂସଦମାନଙ୍କର ଗତ ୫ ବର୍ଷର ପ୍ରଦର୍ଶନକୁ ହିସାବକୁ ନେଇ ଟିକେଟ ଦିଆଯିବାକୁ ନିର୍ଣ୍ଣୟ ହେବ।

ତେବେ ଚଳିତ ଥର ଖାସ୍‌କରି ସମାଜର ପ୍ରତିଷ୍ଟିତ ବ୍ୟକ୍ତିମାନଙ୍କୁ ଟିକେଟ୍‌ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟତଃ ସେନା, ସମାଜ ସେବା, ଡାକ୍ତର, ଇଞ୍ଜିନିୟର ଏବଂ କ୍ରିକେଟରଙ୍କୁ ଟିକେଟ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published.