ଓଡ଼ିଆ ସିନେ ଜଗତର ବରିଷ୍ଠ କଳାକାର ବିଜୟ ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଆ ସିନେମାର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି । ଆଜି ସନ୍ଧ୍ୟାରେ ତାଙ୍କର ଅବସ୍ଥା ଗୁରୁତର ହେବା ପରେ କେୟାର ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି ।

ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତେବେ ହାଇଦ୍ରାବାଦରେ ଚିକିତ୍ସାଧିନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ଓଡିଶା ଅଣାଯାଇଥିଲା । ଏଠାରେ ପୁଣି ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆଜି ସନ୍ଧ୍ୟାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।

ଏକାଧାରରେ ଥିଏଟର ଓ ଚଳଚ୍ଚିତ୍ର ଅଭିନୟ ସହ ଅଧ୍ୟାପନା କ୍ଷେତ୍ରରେ ନାମ କମାଇଥିବା ବିଜୟ ମହାନ୍ତି ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ପଣ୍ଡାରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତେବେ ମୟୂରଭଞ୍ଜର ବାରିପଦାରେ ସେ ସ୍କୁଲ ଓ କଲେଜ ଶିକ୍ଷା ଗ୍ରହଣ କରିଥିଲେ । ସ୍ନାତକ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମାରେ ନାମ ଲେଖାଇଥିଲେ । ସେଠାରେ ଅଭିନୟ ଶିକ୍ଷା ଶେଷ କରି ୧୯୭୫ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ ଅବସ୍ଥାନ କରି ବିଭିନ୍ନ ଥିଏଟରରେ ଅଭିନୟ କରିଥିଲେ । ଏହାପରେ ସେ ଓଡିଶା ଫେରିଥିଲେ । ଓଡିଆ ଚଳଚ୍ଚିତ୍ର ଚିଲିକା ତୀରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର ।

 

Leave a Reply

Your email address will not be published.