ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ୀ କିଣିଲେ ଓଡିଆ ଆଇଆଇଟି ଛାତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗାଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବଲିଉଡ଼୍ ଅଭିନେତ୍ରୀ ବିଦ୍ୟାବାଲାନ ଫିଲ୍ମରେ ପିନ୍ଧିଥିବା କଳା ରଙ୍ଗର ଜ୍ୟାମିତିକ ପାଟଶାଢ଼ୀ ବିକ୍ରି ହୋଇଛି। ଏହି ଶାଢ଼ୀକୁ ଅନଲାଇନ୍‌ରେ ବିକ୍ରି କରାଯାଇଛି। ଜଣେ ଓଡିଆ ଝିଅ ଏହି ଶାଢ଼ୀକୁ କିଣିଛନ୍ତି। ଏହି ଶାଢ଼ୀଟିକୁ ସେ ୫୫ ହଜାର ଟଙ୍କାରେ କିଣିଛନ୍ତି। ଓଡ଼ିଶାର ଭଦ୍ରକ ଜିଲ୍ଳାରେ ଶାଢ଼ୀକୁ କିଣିଥିବା ଝିଅଙ୍କ ଘର ହୋଇଥିବାବେଳେ ସେ ଆଇଆଇଟି ଗୁଆହାଟୀର ଛାତ୍ରୀ ହୋଇଥିବା ଜଣାପଡ଼ିଛି। ତାଙ୍କର ନାମ ଦେବାଂଶୀ ମିଶ୍ର। ଏହି ବାବଦରେ ମିଳିଥିବା ଟଙ୍କାକୁ ବୁଣାକାର ଭାଗବତ ମେହେରଙ୍କୁ ଦିଆଯାଇଛି।

Leave a Reply

Your email address will not be published.