ଡାକ୍ତରଖାନାରେ ମହିଳାଙ୍କ ଅସ୍ତ୍ରୋପଚାର କଲେ ସିକ୍ୟୁରିଟି ଗାର୍ଡ

ଲାହୋର, (ଓଡିଶା ଟାଇମ୍) :ପାକିସ୍ତାନର ଏକ ହସ୍ପିଟାଲରେ ୮୦ ବର୍ଷୀ ଜଣେ ମହିଳାଙ୍କ ଅପରେଶନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ମହିଳାଙ୍କର ଅପରେଶନ କରିଥିଲେ। ଅପରେଶନର ୨ ସପ୍ତାହର ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ଲାହୋର ହସ୍ପିଟାଲରେ ଘଟିଛି ଏପରି ଅଭାବନୀୟ ଘଟଣା। ଶମିମା ବେଗମ ନାମ୍ନୀ ଜଣେ ମହିଳା ୨ ସପ୍ତାହ ପୂର୍ବରୁ ପିଠିରେ ହୋଇଥିବା ଏକ କ୍ଷତର ଅସ୍ତ୍ରୋପଚାର କରାଇଥିଲେ। ହେଲେ ଅପରେଶନ ଡାକ୍ତର କରି ନ ଥିଲେ। କରିଥିଲେ ମୁହମ୍ମଦ ବାହିଦ ନାମକ ଜଣେ ସିକ୍ୟୁରିଟି ଗାର୍ଡ। କୁହାଯାଉଛି, ଏକ ସରକାରୀ ଡାକ୍ତରଖାନାରେ ଏପରି କାମ କରାଯାଇଛି।

ଲାହୋର ସ୍ଥିତ ମିଓ ହସ୍ପିଟାଲର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଥିଲେ, ଏହା ବହୁତ ବଡ ଡାକ୍ତରଖାନା ଅଟେ। ତେଣୁ କେତେବେଳେ କିଏ କେଉଁଠି କ’ଣ କଲା ତାହାର ଅପଡେଟ ଖବର ପ୍ରତି ମୁହୂର୍ତ୍ତରେ ରଖିବା ସମ୍ଭବପର ନୁହେଁ। ତେବେ ଅପରେଶନ ଥିଏଟରରେ ଜଣେ ସିକ୍ୟୁରିଟି ଗାର୍ଡ କିପରି ଅପରେଶନ କଲା ତାହା ସ୍ପଷ୍ଟ ହୋଇନାହିଁ। ସେ ସମୟରେ କ୍ୱାଲିଫାଏଡ ଟେକ୍ନିସିଆନ ଥିଲେ ବୋଲି ସେ କହିଛନ୍ତି।

Leave a Reply

Your email address will not be published.