ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ୍ ପୋଲିସ ଫୋର୍ସ
ଭୁବନେଶ୍ବର, (ଓଡିଶା ଟାଇମ୍) : ପୁରୀରେ ଆଜି ରାତିରୁ ୧୪୪ ଧାରା ଜାରି ହେବ । ବିନା ଭକ୍ତରେ ହେବ ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା । ସୀମିତ ସଂଖ୍ୟକ ସେବାୟତ ଓ କୋଭିଡ-୧୯ ସାମାଜିକ କଟକଣା ମଧ୍ୟରେ ଏହି ଯାତ୍ରା ହେବ । ମୋଟ୍ ୩୭ ପ୍ଲାଟୁନ୍ ଫୋର୍ସ ସହ ୧୫୦ ଅଫିସର ମୁତୟନ ହେବେ । ରାତି ଗୋଟାଏରୁ ମହାପ୍ରଭୁଙ୍କ ପହଣ୍ଡି ହେବ। ବିନା ଭକ୍ତ ଓ ୧୪୪ ଧାରା ଜାରି ମଧ୍ୟରେ ଏହି ଯାତ୍ରା ହେବ। ସମଗ୍ର ସହରକୁ ୭ଟି ଜୋନରେ ବିଭକ୍ତ କରାଯାଇଛି । ୨ ଜଣ କମାଡାଣ୍ଟ, ୪୪ ଜଣ ଇନ୍ସପେକ୍ଟର, ୬ ଜଣ ଅତିରିକ୍ତ ଏସପି, ୧୯ ଜଣ ଡ଼ିଏସପି, ୧୭୩ ଜଣ କନେଷ୍ଟବଳ, ୨୪ ଜଣ ଟ୍ରାଫିକ କନେଷ୍ଟବଳ, ୧୫୭ ଜଣ ଏସଆଇ/ଏଏସଆଇ, ୩୪ ଜଣ ହାବିଲଦାର, ୬୬୫ଜଣ ହୋମଗାର୍ଡ ଓ ୩୮ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।
ସହରକୁ ୭ଟି ଜୋନରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ବଡଦାଣ୍ଡ, ବାଲିସାହିରୁ ଦୋଳମଣ୍ଡପ ସାହି, ବାଲିସାହିରୁ ଲୋକନାଥ ମନ୍ଦିର, ଲୋକନାଥ ମନ୍ଦିର ରାସ୍ତାରୁ ମଙ୍ଗଳାଘାଟ, ହସ୍ପିଟାଲ ଛକରୁ ସୁବାସ ବୋଷ ଛକ ଓ ପୁରୀର ପ୍ରବେଶ ପଥକୁ ୭ଟି ଜୋନରେ ଭାଗ କରାଯାଇଛି । ସ୍ବତନ୍ତ୍ର ଡ୍ରାଇଭ ପାର୍ଟ ସହ ୯ଟି ମୋବାଇଲ ପାର୍ଟ ମୁତୟନ ରହିବେ । ଅନ୍ୟପଟରେ ଗତକାଲି ରାତିରେ ମହାପ୍ରଭୁଙ୍କ ବାହୁଟକଣ୍ଟ ଓ କୋଠସୁଆଁସିଆ ସେବକଙ୍କ ଦ୍ବାରା ପହଣ୍ଡି ପାଇଁ ରତ୍ନସିଂହାସନ ତଳେ ଚାରମାଳ ବନ୍ଧା ଯିବା ପରେ ଆଜି ମହାପ୍ରଭୁଙ୍କ ସେନାପଟା ଲାଗି କରାଯାଇଥିଲା ।