ଭୁବନେଶ୍ୱର ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ, ଲକ୍ଷଣ ଦେଖାଗଲେ ଟେଷ୍ଟିଂ ଜରୁରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ଚିନ୍ତା ବଢାଇଲାଣି କରୋନାର ୨ୟ ଷ୍ଟ୍ରେନ୍‌ । ଯାହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି । ଖାସ୍‌ କରି ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସ୍କ୍ରିନିଂ କରାଯିବ ।

କରୋନାର ୨ୟ ଷ୍ଟ୍ରେନ୍‌ ନେଇ ବିଏମ୍‌ସି ପକ୍ଷରୁ ପଦକ୍ଷେପ । ୨ୟ ଷ୍ଟ୍ରେନ୍‌କୁ ନଜରରେ ରଖି ଏୟାରପୋର୍ଟରେ ସ୍କ୍ରିନିଂ ଆରମ୍ଭ ହୋଇଛି ।  ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସ୍କ୍ରିନିଂ କରାଯାଉଛି । ସ୍କ୍ରିନିଂ ବେଳେ ଯଦି ଲକ୍ଷଣ ଦେଖାଯିବେ, ତେବେ ସେମାନଙ୍କର ଟେଷ୍ଟିଂ କରାଯିବ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କ୍ରିନିଂ ପାଇଁ ୨ଟି ଟିମ୍ ନିୟୋଜିତ ଅଛନ୍ତି । ଏୟାରପୋର୍ଟ ଭଳି ଖୁବଶୀଘ୍ର ରେଲୱେ ଷ୍ଟେସନରେ ବି ସ୍କ୍ରିନିଂ ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା

Leave a Reply

Your email address will not be published. Required fields are marked *