ସ୍କୁଲ ମିଶ୍ରଣ ନିୟମ ବଦଳାଇଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବଦଳାଇଛନ୍ତି ରାଜ୍ୟ ସରକାର।  ସିଡୁଲ୍‌ ଏରିଆରେ ସ୍କୁଲ ନିଷ୍ପତ୍ତି ବଦଳାଇଛନ୍ତି ସକରାର। ଯାହା ଫଳରେ ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲରେ ମିଶ୍ରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସିଡୁଲ୍‌ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ରହିଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଆଜି ବିଧାନସଭାରେ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ବିରୋଧିଙ୍କ ହଟ୍ଟଗୋଳ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉତ୍ତର ରଖି କହିଥିଲେ ଯେ ଉଦ୍ଦେଶ୍ୟମୂଳକ ଭାବେ ସରକାର ସ୍କୁଲ ବନ୍ଦ କରିନାହାନ୍ତି । ଆଇନ ବାହାରକୁ ଯାଇ କୌଣସି କାର୍ଯ୍ୟ କରାଯାଇନାହିଁ । ଛୋଟ ଛୋଟ ସ୍କୁଲକୁ ଏକତ୍ରୀକରଣ କରି ବୃହତ ସ୍କୁଲ କରାଯାଇପାରିଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇ ପାରିବ । ବର୍ତ୍ତମାନ ବିଦ୍ୟାଳୟ ସଂଖ୍ୟା ୬୬ ହଜାର ୫୯୪ ।

ସବୁ ଛାତ୍ରଛାତ୍ରୀଙ୍କୁ କିପରି ଶ୍ରେଣୀ ଗୃହ ଯୋଗାଇ ଦିଆଯାଇପାରିବ, ଏହା ସହ କିପରି ଶ୍ରେଣୀ ଶିକ୍ଷକ ଦିଆଯିବ ତାହା ସରକାରଙ୍କ ମୂଲ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ ଏକତ୍ରୀକରଣ କଲେ ଗୋଟିଏ ସ୍ଥାନରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନ କରାଯାଇପାରିବ । ଲିଖିତ ଭାବେ ଜଣାଇଲେ, ଯେଉଁ ସ୍କୁଲର ସମସ୍ୟା ରହିଛି ସମାଧାନ କରାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।

Leave a Reply

Your email address will not be published.