ରାଜସ୍ଥାନ ସଟ୍ଟା ବଜାରରେ ବିଜେପିକୁ ୨୫୦ ଓ ଏନଡ଼ିଏକୁ ୩୦୦ ଆସନ

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ସଟ୍ଟା ବଜାରରେ ଆଗାମୀ ସରକାର କାହାର ହେବ ବୋଲି ବାଜି ଲାଗିିଛି। ବିଶେଷକରି ଏନଡିଏ ଉପରେ ବାଜି ଲାଗିଥିବା କୁହାଯାଉଛି। ସଟ୍ଟା ବଜାରର ଆକଳନ ଅନୁଯାୟୀ ବାଲାକୋଟ୍‌ର ବିମାନ ଆକ୍ରମଣପରେ ଭୋଟରମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଉଜ୍ଜ୍ୱଳମୟ ହୋଇଛି।

ଯୋଧପୁର ନିକଟସ୍ଥ ପ୍ୟାଲୋଡିର ସଟ୍ଟା ବଜାରରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୨୫୦ରୁ ଅଧିକ ଆସନ ଜିତିବ ଓ ଏନଡିଏ ୩୦୦ ସଂଖ୍ୟା ପାର କରିବ। ଏହି ସଟ୍ଟା ବଜାରରେ କଂଗ୍ରେସକୁ କମ୍‌ ଆସନ ଦିଆଯାଇଛି। କଂଗ୍ରେସ ଆଗାମୀ ନିର୍ବାଚନରେ ୭୨ରୁ ୭୪ଟି ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି।

ରାଜସ୍ଥାନରେ ଥିବା ମୋଟ୍‌ ୨୫ଟି ଲୋକସଭା ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ୧୮ରୁ ୨୦ଟି ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଯୋଗୁଁ ଏଭଳି ହେବ ବୋଲି କୁହାଯାଉଛି।

ସଟ୍ଟା ବଜାରର କହିବା ଅନୁଯାୟୀ, ବାଲାକୋଟ୍ ଏୟାର ଷ୍ଟ୍ରାଇକ୍‌ ପରେ ମୋଦି ସରକାରଙ୍କ ଲୋକପ୍ରିୟତା ଅଧିକ ବଢ଼ିଛି। ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ସଟ୍ଟା ବଜାର ଏନ୍‌ଡିଏ ୨୮୦ଟି ସିଟ୍‌ ପାଇବ ବୋଲି ଆକଳନ କରିଥିଲା। ହେଲେ ଏୟାର ଷ୍ଟ୍ରାଇକ୍‌ ପରେ ବିଜେପି ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ କଂଗ୍ରେସର ନିର୍ବାଚନୀ ଫଳାଫଳ ସମ୍ପର୍କରେ ମଧ୍ୟ ସଟ୍ଟା ବଜାର ଆକଳନ କରିଛି। ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ କଂଗ୍ରେସ ୧୦୦ଟି ଆସନ ଜିତିବ ବୋଲି କୁହାଯାଉଥିଲା। ହେଲେ ଏବେ ଏହା ୭୨-୭୪କୁ ଖସି ଆସିଛି।

Leave a Reply

Your email address will not be published.