ପୁଣି ‘ସାର୍ସ’ ଭାଇରସ୍ ଆତଙ୍କ, ଗଲାଣି ୬ ମୁଣ୍ଡ

0
321
advertisement

ନୂଆଦିଲ୍ଲୀ(ଓଟି): ଏକଦା ବିଶ୍ଵର ୨୫ଟି ଦେଶକୁ ବ୍ୟାପୀ ଯାଇଥିବା ମାରାତ୍ମକ ଭାଇରସ୍‌ ଏସଏଆରଏସ୍ (ସାର୍ସ) ବହୁଲୋକଙ୍କ ପ୍ରାଣ ନାଶ କରିଥିଲା। ୨୦୦୨ରେ ଏହି ଭାଇରସ୍‌ ଯୋଗୁ ୮୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସମ୍ପ୍ରତି  ୧୭ବର୍ଷ ପରେ ପୁଣି ଏହି ଆତଙ୍କ ଏସିଆ ମହାଦେଶରେ ଦେଖାଦେଇଛି। ଚୀନର ରାଜଧାନୀ ବେଜିଂ ସମେତ ଅନେକ ସହରରେ ଏହି ଭାଇରାସ ବ୍ୟାପିଥିବାବେଳେ ୨୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। କେବଳ ବୁହାନ ସହରରେ ଏହି ଭାଇରସ କାରଣରୁ ୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିପାଇଁ ଭାରତରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

କଣ ଏହି ଭାଇରସ୍?

ସିଭିୟର ଆକ୍ୟୁଟ୍ ରେସ୍ପୋରେଟରୀ ସିଣ୍ଡ୍ରମ୍ (ଏସଏଆରଏସ) ଭାଇରସ୍ ବଡ଼ ମାରାତ୍ମକ। ସି-ଫୁଡ୍ ଯୋଗୁ ଏହା ଉତ୍ପନ୍ନ ହୋଇଥାଏ। ଓଟ, ବିଲେଇ, ବାଦୁଡ଼ି ଭଳି ପ୍ରାଣୀଙ୍କ ଦେହରେ ମଧ୍ୟ ଏହି ଭାଇରସ ଦେଖାଯାଏ। ଏଥିରେ ଆକ୍ରାନ୍ତ ହେଲେ ପ୍ରଥମେ ଶ୍ଵାସକ୍ରିୟା ପ୍ରଭାବିତ ହୋଇଥାଏ। ନିଃଶ୍ୱାସ ଓ ପ୍ରଶ୍ୱାସରେ ସମସ୍ୟା ହୋଇଥାଏ। ସେହିପରି ଜ୍ୱର, କାଶ ଆଦି ଲାଗି ରହିବାସହ ପରେ ନିମୋନିଆକୁ ଧରେ। ଖାଲି ସେତିକି ନୁହେଁ ଧୀରେଧୀରେ କିଡନୀକୁ କ୍ଷତି କରିଥାଏ। ତେବେ ଏସଏଆରଏସ୍ ଭାଇରସରୁ ବର୍ତ୍ତିବା ପାଇଁ ଭେକସିନ୍ କି ଔଷଧ ଆବିଷ୍କାର ହୋଇପାରିନି।

ସୂଚନାଯୋଗ୍ୟ ଯେ ଆସନ୍ତା ୨୪ରୁ ଚୀନରେ ନୂଆ ବର୍ଷ ଉତ୍ସବ ଆରମ୍ଭ ହେବ। ତେଣୁ ବିଦେଶକୁ ଯିବା ଓ ବିଦେଶରୁ ଲୋକଙ୍କ ଚୀନକୁ ଆସିବାକୁ ଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରପତି ଜିଙ୍ଗପିଙ୍ଗ୍ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଚୀନ ବିଶେଷଜ୍ଞଙ୍କ ମତରେ ଏସିଆର ୩ ଦେଶରେ ଏହି ସଂକ୍ରାମକ ଭାଇରସ ବ୍ୟାପିଛି। ତେବେ ଆମେରିକା ଏଦିଗରେ ଯଥେଷ୍ଟ ସତର୍କ ହୋଇଥିବାବେଳେ ବୁହାନରୁ ଯାଉଥିବା ସମସ୍ତ ବିମାନ ଓ ଯାତ୍ରୀଙ୍କୁ ସ୍ଵତନ୍ତ୍ର ଭାବେ ପରୀକ୍ଷା ନିରୀକ୍ଷା କରୁଛି।