ମନ୍ତ୍ରୀ ସମୀର ରଞ୍ଜାମ ଦାଶ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ ମନ୍ତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଏହାସହିତ ତାଙ୍କ ପତ୍ନୀ ସଙ୍ଗୀତ ଦାଶ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ସହିତ ପତ୍ନୀ ସଙ୍ଗୀତ ଦାସ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଉଭୟ ସୁସ୍ଥ ଅଛନ୍ତି । ତେବେ ଗତ ସାତ ଦିନ ଭିତରେ ମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜ ନିଜର କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ।

ଏହାପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂହ, ପଦ୍ମୀନି ଦିଆନ, ଟୁକୁନି ସାହୁ ଆଦି ନେତାମାନେ କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ସେହିପରି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । 

 

Leave a Reply

Your email address will not be published.