କଥା ରଖିଲା ସମ୍ବଲପୁର ପୁଲିସ: ୨୦ ଦିନ ଭିତରେ ଦେଲା ବରେହିପାଲି ଗଣଦୁଷ୍କର୍ମ ଚାର୍ଜଶିଟ୍‌

ସମ୍ବଲପୁର, (ଓଟି): ଗୋଟିକ ପରେ ଗୋଟିଏ ଗଣଦୁଷ୍କର୍ମ ଘଟୁଥିବା ଓଡ଼ିଶାରେ ସମ୍ବୁଲପୁର ଜିଲ୍ଲା ପୁଲିସ ଏକ ଉଦାହରଣ ସୃଷ୍ଟି କରିଛି। ନିଜ କଥା ରଖି ୨୦ ଦିନ ଭିତରେ ଅଭିଯୁକ୍ତଙ୍କ ବିରୋଧରେ ଚର୍ଜଶିଟ୍‌ ପ୍ରସ୍ତୁତ କରିଛି। ଏହା ସହ ପୀଡ଼ିତାଙ୍କୁ ଆବଶ୍ୟକ କ୍ଷତିପୂରଣ ଦେବା ସହ ଏ ମାମଲାରେ ଶୀଘ୍ର ବିଚାର ପ୍ରକ୍ରିୟା ଆରମ୍ଭ ପାଇଁ ମଧ୍ୟ ସୁପାରିସି କରିଛି। 

ଡିସେମ୍ବର-୮ ତାରିଖରେ ସମ୍ବଲ୍‌ପୁର ସହର ଭିତରେ ଅଇଁଠା ପାଲି ପୁଲିସ ଷ୍ଟେସନ୍‌ ଅଞ୍ଚଳରେ ଆସୁଥିବା ବରେଇପାଲି ଗାଁର ଜଣେ ବିବାହିତା ମହିଳାଙ୍କୁ କିଛି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ମାମଲା ଗଣମାଧ୍୍ରମରେ ପ୍ରକାଶ ପାଇବା ପରେ ରାଜ୍ୟସାରା ଚର୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା। ଏ ବାବଦଣେ ଶୀଘ୍ର ପଦକ୍ଷେପ ନେବାକୁ ଯାଇ ସମ୍ବୁଲ୍‌ପୁର ପୁଲିସ ପକ୍ଷରୁ ମାମଲାର ତଦନ୍ତ ଓ ଚାର୍ଜଶୀଟ୍‌ ପ୍ରକ୍ରିୟା ୨୦ ଦିନ ଭିତରେ ଶେଷ ହେବ ବୋଲି କହିଥିଲେ। ଏବେ ନିଜ କଥରା ରଖି ଚାର୍ଜଶୀଟ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ୬ ଜଣ ଅଭିଯୁକ୍ତ ରହିଛନ୍ତି। ସେମାନଙ୍କ ଭିତରୁ ୨ ଜଣ ହେଉଛନ୍ତି ନାବାଳକ। ଅଭିଯୁକ୍ତମାନେ ହେଲେ ଶିବଶଙ୍କର ନାୟକ, ମହେଶ ସେଠ, ଅକ୍ରୁର ଛୁରିଆ ଏବଂ ଦୋଳମଣି ଭୂଏ। ନାବାଳକଙ୍କ ନାମ ଆଇନ ଅନୁସାରେ ଗୋପନ ରଖାଯାଇଛି। 

ଡିଏସ୍‌ପି ସୁଜାତା ପଣ୍ଡା ଘଟଣାର ତଦନ୍ତ କରିଛନ୍ତି। 

ଗଣଦୁଷ୍କର୍ମ ମାମଲା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ଏଥିରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌ ପ୍ରସ୍ତୁତି କରିବା ନେଇ ପୁଲିସ ବିଳମ୍ବ କରୁଥିବା ଅଭିଯୋଗ ହୋଇ ଆସିଛି। ତେବେ ଏହି କ୍ରିୟାଶୀଳ ପୁଲିସ ପ୍ରତି ସହାୟକ ହେବ ବୋଲି ଆଶା କରାଯାଉଛି। 

 

Leave a Reply

Your email address will not be published.