ସାଇଙ୍କ ସହିତ ସଲମାନଙ୍କ ରୋମାନ୍ସ

0
138
advertisement

୨୦୧୦ରେ ରିଲିଜ୍ ହୋଇଥିବା ‘ଦବଙ୍ଗ’ ପାର୍ଟ ୧ରେ ମହେଶ ମାଞ୍ଜେରେକର୍ ସଲମାନଙ୍କ ଶ୍ୱଶୁର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏବେ ମହେଶଙ୍କ ସାନ ଝିଅ ସାଇ ମାଞ୍ଜେରେକର୍ ସଲ୍ଲୁଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ ବୋଲି ଖବର ଆସିଛି । ଚୁଲବୁଲ୍ ପାଣ୍ଡେ ଓରଫ୍ ସଲ୍ଲୁ ଭାଇଜାନ୍ ପୁଲିସ୍ ହେବା ପର୍ଯ୍ୟନ୍ତ ସଫଳ କାହାଣୀକୁ ଦର୍ଶକଙ୍କ ସାମନାକୁ ଅଣାଯିବ । ତେଣୁ ଚୁଲବୁଲ୍ ପାଣ୍ଡେଙ୍କ କଲେଜ୍ ସମୟକୁ ଅଧିକ ଫୋକସ୍ କରାଯିବ । ସେଥିରେ ସଲ୍ଲୁ ଓ ସଇଙ୍କ ରୋମାନ୍ସ କେମେଷ୍ଟ୍ରୀକୁ ଦର୍ଶକ ଦେଖିପାରିବେ । ସାଇଙ୍କର ଅଧିକାଂଶ ସୁଟିଂ ସରିଯାଇଛି । ସେଥିମଧ୍ୟରୁ ଏକ ରୋମାଣ୍ଟିକ୍ ଗୀତ ମଧ୍ୟ ରହିଛି । ସେଥିରେ ୫୩ ବର୍ଷୀୟ ସଲ୍ଲୁଙ୍କ ସହିତ ସାଇଙ୍କର ରୋମାଣ୍ଟିକ୍ ଅନ୍ଦାଜ୍ ଦେଖିବାକୁ ମିଳିବ ।

ଆଉ ଏକ ସୂଚନା ଅନୁଯାୟୀ ଏହି ରୋଲ୍ ପାଇଁ ସଇଙ୍କ ବଡ଼ ଭଉଣୀ ସିଲେକ୍ଟ ହୋଇଥିଲେ । କିନ୍ତୁ ସେ ଅଭିନୟରେ ଆଗ୍ରହୀ ନଥିବାରୁ ଏହି ଭୂମିକା ସାଇଙ୍କୁ ମିଳିଥିଲା । ପାର୍ଟ ୧ ଓ ପାର୍ଟ ୨ ଭଳି ‘ଦବଙ୍ଗ୩’ରେ ମଧ୍ୟ ସୋନାକ୍ଷୀ ସିହ୍ନା ସଲ୍ଲୁଙ୍କର ଅନସ୍କ୍ରୀନ୍ ପତ୍ନୀ ଭାବେ ପରଦା ଉପରକୁ ଆସିବେ । ପ୍ରଭୁ ଦେବାଙ୍କ ନିର୍ଦ୍ଦେଶିତ ‘ଦବଙ୍ଗ ୩’ ଆସନ୍ତା ଡିସେମ୍ବର ୨୦ ତାରିଖରେ ସିନେମାଘରକୁ ଆସିବ ।