ଫୋବର୍ସ ତାଲିକାର ସୁଲତାନ୍ ସଲ୍ଲୁ

0
8
advt
< a href= "#">
ନିକଟରେ ଫୋବର୍ସ ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ ବଲିଉଡ୍ ବ୍ୟାଚେଲର୍ ସଲ୍ଲୁମିଆଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ୨୦୧୭ ଅକ୍ଟୋବର ୧ ତାରିଖରୁ ୨୦୧୮ ସେପ୍ଟେମ୍ବର ୩୦ ମଧ୍ୟରେ ଫିଲ୍ମ, ଏଣ୍ଡୋର୍ସ୍ମେଂଟ ଓ ଟିଭି ଶୋ’ ର ବ୍ୟବସାୟ ଆଧାରରେ ଏହି ତାଲିକା ପ୍ରକାଶ ପାଇଥାଏ ।
ଏହି ସମୟ ଭିତରେ ସଲ୍ଲୁଙ୍କର ଆୟ ଥିଲା ୨୫୩ କୋଟି ୨୫ ଲକ୍ଷ । ସଲ୍ଲୁଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି କ୍ରିକେଟ୍ ତାରକା ବିରାଟ କୋହଲି । ତାଙ୍କର ବାର୍ଷିକ  ଆୟ ହେଉଛି ୨୨୮ କୋଟି ୯ ଲକ୍ଷ ।
୧୮୫  କୋଟି ସହିତ ତୃତୀୟ ସ୍ଥାନରେ ଅଛନ୍ତି ଖିଲାଡ଼ି କୁମାର ଅକ୍ଷୟ । ଏହାପରେ କ୍ରମାନୁଯାୟୀ ଅଛନ୍ତି (୪)ଦୀପିକା ପାଦୁକୋନ୍, (୫) ମହେନ୍ଦ୍ରସିଂ ଧୋନି, (୬)ଅମୀର୍ ଖାନ୍, (୭) ବିଗ୍ ବି ଅମିତାଭ୍, (୮) ରଣବୀର୍ ସିଂ, (୯) ସଚିନ୍ ତେନ୍ଦୁଲ୍କର୍, (୧୦)ଅଜୟ ଦେବଗନ୍ । ଚଳିତବର୍ଷ ଏହି ତାଲିକାରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ତାରକାଙ୍କ ମଧ୍ୟରେ ୧୮ ଜଣ ମହିଳା ଥିବାବେଳେ ଗତବର୍ଷ ୨୧ ଜଣ ଥିଲେ ।
 
advt
< a href= "#">