ଭାଇଜାନଙ୍କ ଫନି ବଟଲ୍ କ୍ୟାପ୍ ଚାଲେଞ୍ଜ୍, ନ ହସି ରହିପାରିବେ ନାହିଁ

0
106
advertisement

ଏବେ ସୋସଆଲ୍ ମିଡିଆରେ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍ ନାମକ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଚ୍ୟାଲେଞ୍ଜ୍ରେ ଜଣେ ବ୍ୟକ୍ତି ଗୋଟିଏ ବଟଲ ଧରି ଠିଆ ହେଉଛନ୍ତି ଏବଂ ଅନ୍ୟ ଜଣେ ବ୍ୟକ୍ତି ଫାଇଟ୍ ଷ୍ଟାଇଲରେ ଆସି ବୋତଲର ଠିପିକୁ ନିଜ ଗୋଡ଼ ସାହାଯ୍ୟରେ ଜୋରରେ ଆଘାତ କରି ଉଡ଼ାଇ ଦେଉଛନ୍ତି । ଶିଶୁଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ଚ୍ୟାଲେଞ୍ଜ୍ ଆକ୍ସସେପ୍ଟ କରି ସେମାନଙ୍କର ଭିଡିଓ ଅପଲୋଡ୍ କରୁଥିବାର ଦେଖିବାକୁ ମିଳିଛି । ଅନେକ ବଲିଉଡ୍ ତାରକା ମଧ୍ୟ ଏହି କୌଶଳପୂର୍ଣ୍ଣ ଚ୍ୟାଲେଞ୍ଜ୍ ଗ୍ରହଣ କରିଛନ୍ତି । କିନ୍ତୁ ଏ କ୍ଷେତ୍ରରେ ବି ଟାଉନ ସୁଲତାନ୍ ସଲ୍ଲୁ ଏକ ନିଆରା ଢଙ୍ଗରେ ଚ୍ୟାଲେଞ୍ଜଟିକୁ ଗ୍ରହଣ କରିଛନ୍ତି । ସଲ୍ଲୁ ବେଶ୍ ମଜାଦାର୍ ଡଙ୍ଗରେ ଏହି ଭିଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହି ଭିଡିଓ ଦେଖିବା ମାତ୍ରେ ଆପଣ ନ ହସି ରହିପାରିବେ ନାହିଁ ।

ଭିଡିଓରେ ଦେଖିବାକୁ ମିଳିଛି ଯେ – ଜିମ୍ ସେଣ୍ଟରରେ ସଲ୍ଲୁଙ୍କ ଆଗରେ ଜଣେ ବ୍ୟକ୍ତି ଏକ ପାଣି ବୋତଲ ଧରି ଠିଆ ହୋଇଛନ୍ତି । ସଲ୍ଲୁ ଅଳ୍ପ ଦୂରରେ ଠିଆ ହୋଇ ଫାଇଟ୍ କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ଖୁବ୍ ଜୋରରେ ସେ ବୋତଲ ଆଡ଼କୁ ଆସୁଛନ୍ତି । କିନ୍ତୁ ସେ ଗୋଡ଼ରେ ନମାରି ଫୁଙ୍କି ଦେଇ ବୋତଲର ଠିପିକୁ ଉଡ଼ାଇ ଦେଉଛନ୍ତି । ଏହାପରେ ତାଙ୍କର ଏକ ଡାଇଲଗ୍ ଶୁଣିବାକୁ ମିଳୁଛି – ଡୋଣ୍ଟ୍ ଥକାଓ, ପାନି ବଚାଓ । ଏହାପରେ ସେ ବୋତଲରେ ଥିବା ପାଣି ପିଉଛନ୍ତି । ଏଭଳି ଏକ ମଜାଦାର ଭିଡିଓକୁ ଏବେ ଖୁବ୍ ଲାଇକ୍ ଓ ସେୟାର୍ ମିଳୁଛି ।