୨୦ ବର୍ଷ ପରେ ଫେରୁଛି ଶାହରୁଖ୍ ଓ ବନସାଲୀ ଯୋଡ଼ି

ଖବର ମିଳିଛି ଯେ ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ କିଙ୍ଗଖାନ୍ ଓ ସଞ୍ଜୟଲିଲା ବନସାଲୀ ଏକାଠୀ କାମ କରିବାକୁ ଯାଉଛନ୍ତି । ‘ଦେବଦାସ୍’ ପରେ ସଞ୍ଜୟ ଓ ଶାହରୁଖଙ୍କୁ ଆଉ ଏକ ଭଲ କାହାଣୀ ମିଳିଯାଇଛି ଏବଂ ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ କରାଯିବ । ଏହି ଫିଲ୍ମର ନାଁ ମଧ୍ୟ ସ୍ଥିର କରାଯାଇ ରେଜିଷ୍ଟର୍ ସରିଛି । ‘ଇଜହାର୍’ ନାମକ ଏହି ଆଗାମୀ ଫିଲ୍ମରେ ସଞ୍ଜୟ ଓ ଶାହରୁଖ୍ ପ୍ରଯୋଜକ ଭାବେ ଅଛନ୍ତି । ଏହାର ଷ୍ଟାରକାଷ୍ଟ୍ କାମ ଆରମ୍ଭ କରଯାଇନାହିଁ । ଶାହରୁଖ୍ ଏହି ପ୍ରୋଜେକ୍ଟରେ ପରଦା ଉପରକୁ ଆସି ନପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ । ସଞ୍ଜୟ ମଧ୍ୟ ଫିଲ୍ମର ନିର୍ଦ୍ଦେଶନା ଦେବେ ନାହିଁ ବୋଲି ଶୁଣାଯାଉଛି । ତେଣୁ ଏ ପର୍ଯ୍ୟନ୍ତ ଫିଲ୍ମର ନିର୍ଦ୍ଦେଶକ ଓ ଷ୍ଟାରକାଷ୍ଟ୍ କିଏ ହେବ, ସେ ସମ୍ପର୍କରେ କୌଣସି ଖବର ଆସିନାହିଁ । ସବୁକିଛି ଫାଇନାଲ୍ ହେବା ପରେ ଫିଲ୍ମର ଔପଚାରିକ ଘୋଷଣା ହେବ ।

ଏହା ବ୍ୟତୀତ ବନସାଲୀଙ୍କ ବ୍ୟାନର୍ ପକ୍ଷରୁ ଏବେ ଆଉ ଏକ ଥ୍ରୀଲର ଫିଲ୍ମ ପ୍ରସ୍ତୁତ ହେଉଛି । ସେଥିରେ ରଣଦୀପ୍ ହୁଡ୍ଡା ଜଣେ ପୁଲିସ୍ ଅଫିସର୍ ଭୂମିକାରେ ଅଛନ୍ତି । ଏହି ଫିଲ୍ମ ମାଧ୍ୟମରେ ବଲବିନ୍ଦର୍ ସିଂ ଆହୁଜା ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରୁଛନ୍ତି । ଏହାର ସ୍କ୍ରିପ୍ଟକୁ ନେଇ ଅନେକ ଦିନ ହେଲା କାମ ଚାଲିଥିଲା ।

Leave a Reply

Your email address will not be published.