କିଙ୍ଗ୍ ଖାନଙ୍କ ନୂଆ ପରିଚୟ ଡ.ଶାହରୁଖ୍

0
70
advertisement

ଅଭିନୟ ଦୁନିଆର କିଙ୍ଗ୍ ବୋଲାଉଥିବା ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆଗାମୀ ଦିନରେ ଶାହରୁଖଙ୍କୁ ମେଲବର୍ଣ୍ଣ ଫିଲ୍ମ ଫେଷ୍ଟିଭାଲ୍ ମେଂଲା ଟର୍ବ ୟୁନିଭର୍ସିଟି ପକ୍ଷରୁ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯିବ । ଗରୀବ ଓ ଅସହାୟ ଶିଶୁମାନଙ୍କ ପ୍ରତି ଯତ୍ନଶୀଳ ରହି ସେମାନଙ୍କୁ ସବୁଦିଗରୁ ସାହାଯ୍ୟ କରିବା, ମହିଳା ସଶକ୍ତିକରଣ ଓ ମନୋରଞ୍ଜନ ଦୁନିଆରେ ନିଜର ଉକୃଷ୍ଟ ଯୋଗଦାନ ପାଇଁ ଶାହରୁଖଙ୍କୁ ଏହି ଉପାଧି ପ୍ରଦାନ କରାଯିବ । ଶାହରୁଖ୍ ତାଙ୍କର ପିତାଙ୍କ ନାମ ଅନୁଯାୟୀ ମୀର୍ ଫାଉଣ୍ଡେସନ୍ ପ୍ରତିଷ୍ଠା କରିଛନ୍ତି । ଏହି ସଂସ୍ଥା ସମାଜସେବା ପାଇଁ ଉଦ୍ଦିଷ୍ଟ ।

୫ମ ଥର ପାଇଁ ଶାହରୁଖଙ୍କୁ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତା ଅଗଷ୍ଟ ୯ ତାରିଖରେ ଏହି ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ ହେବ । ଏଥିରେ କରଣ ଜୋହର୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଭାବେ ୧୯୯୫ରେ ରିଲିଜ୍ ହୋଇଥିବା ଶାହରୁଖଙ୍କ ଅଭିନୀତ ବ୍ଲକବଷ୍ଟର୍ ଫିଲ୍ମ ‘କୁଛ୍ କୁଛ୍ ହୋତା ହେ’ର ସ୍କ୍ରିନିଙ୍ଗ୍ କରାଯିବ ବୋଲି ସୂଚନା ମିଳିଛି । ଶାହରୁଖଙ୍କ ଏହି ସଫଳତା ପାଇଁ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି ।