ହ୍ୟାଣ୍ଡସମ୍ ଭିଲିଆନ୍ ନୀତିନ୍

ଆଜିକାଲି ବି ଟାଉନର ଜଣେ ହ୍ୟାଣ୍ଡସମ୍ ଭିଲିଆନଙ୍କୁ ନେଇ ଜୋର୍ ଚର୍ଚ୍ଚା ହେଉଛି । ଜାଣିଛନ୍ତି ସେ କିଏ? । ସେ ହେଉଛନ୍ତି ପ୍ରଖ୍ୟାତ ଗାୟକ ନୀତିନ୍ ମୁକେଶଙ୍କ ସୁପୁତ୍ର ନୀଲ୍ ନୀତିନ୍ ମୁକେଶ । ଆଗାମୀ ଫିଲ୍ମ ‘ସାହୋ’ରେ ନୀତିନଙ୍କୁ ଭିଲିଆନ୍ ଭାବେ ଦେଖିବାକୁ ମିଳିବ । ‘ସାହୋ’ର ଏକ ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ସେଥିରେ ନୀଲଙ୍କ ଷ୍ଟାଇଲିସ୍ ଅବତାର ଦେଖିବାକୁ ମିଳିଛି । ନୀତିନ୍ ଡେନିମ୍ ସାର୍ଟ ସହିତ ବ୍ରାଉନ୍ ରଙ୍ଗର ଜ୍ୟାକେଟ୍ କ୍ୟାରି କରିଛନ୍ତି । କଳା ଚଷମା ସହିତ କାନରେ ଥିବା ଛୋଟ ରିଙ୍ଗ୍ ତାଙ୍କୁ ଖୁବ୍ ମାନୁଛି । ଏଭଳି ଏକ ଡ୍ୟାସିଙ୍ଗ୍ ଲୁକ୍ ଏବେ ଯୁବପିଢ଼ିଙ୍କୁ କିମିଆ କରି ରଖିଛି ।

ନୀଲ୍ ତାଙ୍କର ଏହି ଲୁକକୁ ଇନଷ୍ଟାଗ୍ରାମରେ ସେୟାର୍ କରିବା ସହ କ୍ୟାପସନରେ ଲେଖିଛନ୍ତି – ‘ଚଳିତବର୍ଷର ସବୁଠାରୁ ବଡ଼ ଆକ୍ସନ୍ ଫିଲ୍ମ ‘ସାହୋ’ର ଜୟ ସହିତ ସାକ୍ଷାତ’ । ନୀଲଙ୍କର ଏହି ଫଟୋ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏବଂ ସେ ଅନେକ ପ୍ରଶଂସା ସାଉଁଟିଛନ୍ତି । ପ୍ରଶଂସକ ମହଲରେ ନୀଲଙ୍କୁ ‘ମଡ଼ର୍ଣ୍ଣ ଭିଲିଆନ୍’ ଭାବେ ଏକ ନୂଆ ପରିଚୟ ମିଳିଛି । ସୁଜିଥଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଯୋଜକ ଭାବେ ଅଛନ୍ତି ଭୂଷଣ କୁମାର, ଭି. ଭାମଶି କୃଷ୍ଣା ରେଡ୍ଡି ଓ ପ୍ରମୋଦ ଉପ୍ପାଲାପତି । ପ୍ରଭାଷ ଓ ଶ୍ରଦ୍ଧା ଷ୍ଟାରର୍ ଏହି ବିଗ୍ ବଜେଟ୍ ଫିଲ୍ମ ଆସନ୍ତା ୩୦ ତାରିଖରେ ସିନେମାଘରକୁ ଆସିବ ।

Leave a Reply

Your email address will not be published.