‘କାଳିଆ’ ଓ ‘ରୟୁତୁ ବନ୍ଧୁ’ ଯୋଜନା : ବୁଡ଼ିବାକୁ ଯାଉଛି ଦୁଇ ରାଜ୍ୟର ଅର୍ଥବ୍ୟବସ୍ଥା

ଓଡ଼ିଶାର ‘କାଳିଆ’ ତେଲଙ୍ଗାନାର ରୟୁତୁ ବନ୍ଧୁ ଯୋଜନାର କାର୍ବନ କପି। ଉଭୟ ଯୋଜନାର ହେତୁ ହେଲା ଚାଷୀଙ୍କ ଭୋଟ ହାତେଇବା। ଗତବର୍ଷ ଅପ୍ରେଲରେ ତେଲଙ୍ଗାନା ଏହି ଯୋଜନା କରିଥିଲା। ନବୀନ ସରକାର କଲେ ବର୍ଷ ଶେଷରେ। ଏହି ଦୁଇ ରାଜ୍ୟର ଶାସକ ଦଳ ଭୋଟ ଫାଇଦା ପାେଇବେ କି ନାହିଁ, ତାହା ଫଳ ବାହାରିଲା ପରେ ଜଣାପଡ଼ିବ, କିନ୍ତୁ ଆଖିବୁଜି କହି ହେବ ଯେ, ଦୁଇଟି ରାଜ୍ୟର ଅର୍ଥନୀତି ନିଶ୍ଚୟ ଭୁଶୁଡ଼ିଯିବ।

Telangana rythu bandhu scheme banner psd design template with KCR photos free downloads

ପ୍ରଥମେ ତେଲଙ୍ଗାନା କଥା ବିଚାରକୁ ନିଆଯାଉ। ରୟତୁ ବନ୍ଧୁ ଯୋଜନାରେ ଖର୍ଚ୍ଚ ହେବ ମାସକୁ ୩ହଜାର କୋଟି। କିନ୍ତୁ ରାଜ୍ୟର ଆୟ ୧୦ ହଜାର କୋଟି ମାସକୁ। ଏଥିରୁ ୮୦ ଭାଗ ସରକାରୀ କର୍ମଚାରୀ ଦରମାରେ ଯାଉଛି। ସୁତରାଂ ଚାଷୀଙ୍କୁ ଯାହା ଦେବା ପାଇଁ ଚନ୍ଦ୍ରଶେଖର ରାଓ ସରକାର ଘୋଷଣା କରିଛନ୍ତି ସେଥିପାଇଁ ରାଜ୍ୟକୁ କରଜ କରିବାକୁ ପଡିବ।

ଓଡ଼ିଶାରେ ଆରମ୍ଭରୁ କାଳିଆ ବିବାଦ ଭିତରେ ଫଶିଛି। ଏହି ଯୋଜନାର ବଡ଼ ରାଜନୈତିକ ଫାଇଦା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବିଛନ୍ତି। ସେଥିପାଇଁ ରାଜ୍ୟସାରା କାଳିଆ ହୋର୍ଡିଂରେ ତାଙ୍କ ଫଟୋ ଛାଇଯାଇଥିଲା। ଠିକ ଏମିତି ଫଟୋ ମଧ୍ୟ ଚନ୍ଦ୍ରଶେଖର ରାଓ ତେଲଙ୍ଗାନାରେ ଲଗାଇଛନ୍ତି। ମାତ୍ର ଓଡ଼ିଶାରେ କାଳିଆ ଯୋଜନା ସରକାରଙ୍କ ପାଇଁ ବଡ଼ ବିପଦର କାରଣ ହୋଇଛି।

ଓଡ଼ିଶାରେ ଅନେକ ଥିଲାବାଲାଙ୍କୁ କାଳିଆ ସହାୟତା ମିଳିଥିଲାବେଳେ ଚାଷୀ ଓ ଭାଗଚାଷୀଙ୍କ ସହ ବିଜୁ ଜନତା ଦଳ ମଜାକ କରିଛି ବୋଲି ଆଲୋଚନା ହେଉଛି। ସମାନ ଅଭିଯୋଗ ଆସୁଛି ତେଲଙ୍ଗାନାରୁ। ରୟତୁ ବନ୍ଧୁ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ମିଳିନି ଚାଷୀଙ୍କୁ। ଯଦିଓ ଓଡ଼ିଶା ଠାରୁ ବହୁ ଆଗରୁ ତେଲଙ୍ଗାନା ଏହି ଯୋଜନା ଆରମ୍ଭ କରିଛି, ମାତ୍ର ଅର୍ଥ ଅଭାବରୁ ଚାଷୀଙ୍କୁ ଆଉ ଟଙ୍କା ଦିଆଯାଇପାରୁନାହିଁ।

କେବଳ ଭୋଟ ଆଶାରେ ଅର୍ଥନୀତିକୁ ନ ସଜାଡି ଏମିତି ଲୋଭନୀୟ ଘୋଷଣା ଦ୍ୱାରା ରାଜ୍ୟ ଯେ, ସଂକଟରେ ପଡେ, ତେଲେଙ୍ଗାନା ହେଉଛି ତା’ର ପ୍ରମାଣ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନ୍ୟୁନତମ ଆୟ ଯୋଜନା ବା ନ୍ୟାୟ ଘୋଷଣା କରିଛନ୍ତି। ଗରିବ ପରିବାର ବର୍ଷକୁ ୭୨ ହଜାର ଟଙ୍କା ପାଇବେ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ପାଖାପାଖି ୪ଲକ୍ଷ କୋଟି ଟଙ୍କା କେଉଁଠୁ ଆସିବ ତାହା କହିପାରିନାହାଁନ୍ତି ରାହୁଲ। ଏଭଳି ଯୋଜନା ଦେଶକୁ ମଧ୍ୟ ଦେବାଳିଆ କରିଦେବ।

ତେଲଙ୍ଗାନା ଏବଂ ଓଡ଼ିଶା କରଜ ବୋଝରେ ପଡିଛନ୍ତି। ତେଲଙ୍ଗାନାର ଋଣ ବୋଝ ଜିଡିପିର ୨୨.୨ ପ୍ରତିଶତରେ ପହଞ୍ଚିଗଲାଣି। ଓଡ଼ିଶାରେ ଏହା ପହଞ୍ଚିଛି ୧୮ ପ୍ରତିଶତରେ। ଋଣ ସୁଝିବା ପାଇଁ ତେଲଙ୍ଗାନାକୁ ବର୍ଷକୁ ୧୨ ହଜାର କୋଟି ଓ ଓଡ଼ିଶାକୁ ୩୩୯୩ କୋଟି ଟଙ୍କା ଦରକାର। ଏପରି ଅବସ୍ଥାରେ ଚାଷୀଙ୍କୁ ଟଙ୍କା ଲୋଭ ଦେଖାଇ ଏହି ଦୁଇ ରାଜ୍ୟ ସରକାର ଆହୁରି ଦେବାଳିଆ ପରିସ୍ଥିତିକୁ ଠେଲି ଦେବେ ରାଜ୍ୟକୁ।

ଜେଏନୟୁର ପ୍ରଫେସର ହିମାଂଶୁ କହିଛନ୍ତି ଯେ, ଚାଷ ନକରି ମଧ୍ୟ ଅର୍ଥ ପାଇବାର କୌଣସି ମାନେ ନାହିଁ। କାରଣ ଏହାଦ୍ୱାରା କୌଣସି ଉତ୍ପାଦନ ହେବ ନାହିଁ। ଆର୍ଥିକ ସାହାଯ୍ୟକୁ ଉତ୍ପାଦିକତାର ସହ ସଂଯୋଗ ନକଲେ ଯେଉଁ ଭୟଙ୍କର ପରିଣାମ ସୃଷ୍ଟି ହେବ, ତାହାର ଫଳ ରାଜ୍ୟ ଓ ରାଜ୍ୟବାସୀ ହିଁ ଭୋଗିବେ।

ତେଲଙ୍ଗାନାରେ ରୟତୁ ବନ୍ଧୁ ଯୋଜନା ୨୦୧୮ ଏପ୍ରିଲ ମାସରେ ଆରମ୍ଭ ହେଲା। ପ୍ରଥମ କିସ୍ତି ଟଙ୍କା ମେ ମାସରେ ମିଳିଗଲା ୪୨ଲକ୍ଷ ଚାଷୀଙ୍କୁ ଏକର ପିଛା ୪ହଜାର ଟଙ୍କା ଦେଇଥିଲେ ସରକାର। ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ନଦେଇ ସରକାର ଚେକ ଆକାରରେ ଟଙ୍କା ଦେଇଥିଲେ। କାଳେ ବ୍ୟାଙ୍କ ପରିଶୋଧ ହୋଇନଥିବା ଋଣ ବାବଦକୁ ଏହି ଟଙ୍କା କାଟିନେବେ ସେଥିପାଇଁ ତେଲଙ୍ଗାନା ସରକାର ଚେକ ବ୍ୟବସ୍ଥା କରିଥିଲେ।

କିନ୍ତୁ ଓଡ଼ିଶାରେ ବ୍ୟାଙ୍କ ଜମା ଖାତାକୁ କାଳିଆ ଟଙ୍କା ପଠାଇ ଭଲ ବୁଦ୍ଧି ଶିଖିଲେ ସରକାର। ଏବେ ନିର୍ବାଚନ କମିଶନ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବା ପାଇଁ ତେଲଙ୍ଗାନାକୁ ନିଦ୍ଦେର୍ଶ ଦେଇଛନ୍ତି। ତେଲଙ୍ଗାନା ଦ୍ୱିତୀୟ କିସ୍ତିର ଟଙ୍କା ଚାଷୀ ପାଉନାହାଁନ୍ତି। କିନ୍ତୁ ଏଥିପାଇଁ ଅର୍ଥ ବରାଦ ହୋଇଛି। କିନ୍ତୁ ଯେହେତୁ ବ୍ୟାଙ୍କ ଖାତା ପ୍ରଶ୍ନ ଆସିଛି, ସରକାର ପଡିଛନ୍ତି ହରଡ଼ଘଣାରେ।

ଓଡ଼ିଶାରେ ଆହୁରି ବିଚିତ୍ର ସ୍ଥିତି। କାଳିଆ ବଜେଟ ଏବଂ ଉପଭୋକ୍ତା ଚାଷୀଙ୍କ ତାଲିକା ଦେଇନପାରିବାରୁ ଏହା ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ। ନିର୍ବାଚନ ସରିବା ପରେ ଯେଉଁ ପ୍ରକାର ଆର୍ଥିକ ବୋଝ ଏହି ଦୁଇ ରାଜ୍ୟ ଉପରେ ପଡିବ ତାହାକୁ ଭରଣା କରିବା ଏତେ ସହଜ ନୁହେଁ। ବଜେଟରେ ୧୨ହଜାର କୋଟି ଟଙ୍କାରୁ ୧୮ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ବରାଦ କରିବା ସହଜ। କିନ୍ତୁ ଏଥିପାଇ ଅର୍ଥ ବ୍ୟବସ୍ଥା କରିବା ଜଟିଳ କଥା।

ଓଡିଶାରେ କାଳିଆ ମାମଲା ହାଇକୋର୍ଟକୁ ଯାଇଛି। ଆରଟିଆଇ କର୍ମୀ ସୁବାସ ମହାପାତ୍ର କାଳିଆ ଯୋଜନାକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି। କେଉଁ ପରିସ୍ଥିତିରେ ସରକାର ଆପଦ ପାଣ୍ଠିରୁ ୭୩୫ କୋଟି ଟଙ୍କା ଉଠାଇଲେ ସେ ସମ୍ପର୍କରେ ପ୍ରଶ୍ନ କରିଛନ୍ତି ସେ। ଋଣ କରି କେବଳ ଭୋଟ ପାଇବା ଲାଗି ନବୀନ ସରକାର ଯେଉଁ ତରବରିଆ କାଳିଆ ଯୋଜନା କରିଛନ୍ତି ତାହା ରାଜ୍ୟକୁ ମହଙ୍ଗା ପଡିବ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

କୋରାପୁଟରେ ମୋଦି: ବିଜେଡି ସରକାରଙ୍କୁ ଅଣ ସମ୍ବେଦନଶୀଳ କହିଲେ

୭ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା, ପୁରୀରୁ ସତ୍ୟ, ବାଲେଶ୍ଵରରୁ ନବଜ୍ୟୋତି

ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

Leave a Reply