ଆଦିତ୍ୟ ଦାଶଙ୍କ ମୃତ୍ୟୁ ଏବଂ ଅବକ୍ଷୟମୁଖୀ ଗଣମାଧ୍ୟମ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କରମୃତ୍ୟୁ ଖବର ଏବେ ଚହଳ ସୃଷ୍ଟି କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ବିବାଦ ସୃଷ୍ଟି ହେବାର ଲାଗିଛି । ଜଣେ ସମାଜସେବୀ ଏବଂ ଉଦ୍ଦୀପନାସୃଷ୍ଟିକାରୀ ବକ୍ତା ହିସାବରେ ଆଦିତ୍ୟ ଦାଶଙ୍କର ଅନେକ ସୁନାମ ଥିଲା । ସମାଜିକ ଗଣମାଧ୍ୟମରେ ତାଙ୍କର ହଜାର ହଜାର ଫଲୋଅରଥିଲେ । ତାଙ୍କର ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖୁଥିଲେ । ଏଣୁ ତାଙ୍କର ମୃତ୍ୟୁ ଅନେକଙ୍କୁ ସ୍ତବ୍ଧ କରିଦେଇଛି । ଅନ୍ୟକୁ ଆତ୍ମହତ୍ୟାରୁ ରୋକିଥିବା ଏହି ପ୍ରତିଭାଜଣଙ୍କ ଯେ ନିଜେ ଆତ୍ମହତ୍ୟା କରିପାରନ୍ତି ତାହା ଅନେକ ବିଶ୍ୱାସ କରିପାରୁନାହାନ୍ତି । ଅନେକଙ୍କ ମତରେ ଏହା ଏକ ସୁପରିଚିନ୍ତିତ ହତ୍ୟାକାଣ୍ଡ ଏବଂ ଆଦିତ୍ୟଙ୍କୁ ହତ୍ୟା କରାଯାଇ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି । ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି ଏବଂ ସତ୍ୟ ଖୁବ୍ ଶୀଘ୍ର ଲୋକ ଲୋଚନକୁ ଆସିବ ବୋଲି ଆମେ ଆଶା କରିବା ।
ଆଦିତ୍ୟଙ୍କ ଏହି ମୃତୁ୍ୟ ଖବର ପରେ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଏବେ ଫୋକସରେ ଅଛନ୍ତି । ତାଙ୍କ ମୃତ୍ୟୁ ପରେ ପରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସେ ନିୟମିତ ସାମନା କରିଚାଲୁଛନ୍ତି । ତାଙ୍କୁ ପଚାରାଯାଉଥିବା ସବୁ ପ୍ରଶ୍ନର ଉ ର ସେ ବେଶ୍ ଦମ୍ଭର ସହ ରଖୁଛନ୍ତି । ଘଂଟା ଘଂଟା ଧରି ଗଣମାଧ୍ୟମକୁ ସାକ୍ଷାତକାର ଦେଇଚାଲିଛନ୍ତି । ବିବାହର ମାସେ ନପୁରୁଣୁ ବିଧବା ହେବା ଜଣଙ୍କ ପାଇଁ ବେଶ୍ ଭାଙ୍ଗିପଡିବା ପରି ଘଟଣା ଏବଂ ଏହି ସମୟରେ ନିଜର ସ୍ୱାମୀଙ୍କର ଶେଷକୃତ୍ୟ ସମ୍ପନ୍ନ କରିବା ସହ ଗଣମାଧମ ପ୍ରତିନିଧିଙ୍କ ପ୍ରଶ୍ନକୁ ସାହାସର ସହ ସାମନା କରିବା ପାଇଁ ଅସୀମ ଧୈର୍ଯ୍ୟ ଆବଶ୍ୟକ ଏବଂ ବିଦ୍ୟାଶ୍ରୀ ଏକ କଠିନ ପରିସ୍ଥିତିରେ ଅବିଚଳିତ ରହି ଗଣମାଧ୍ୟମକୁ ସାମନା କରିବା ପାଇଁ ତାଙ୍କୁ ସାବାସୀ ଦେଲେ ବି କମ୍ ହେବ ।

ତେବେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର କଭରେଜକୁ ନେଇ ଗଣମାଧ୍ୟମ ବେଶ୍ ଆଲୋଚନାର ଶରବ୍ୟ ହୋଇଛି । ଜଣେ ସଦ୍ୟ ବିବାହିତ ମହିଳାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିବା, ପ୍ରଶ୍ନ ବାହାନାରେ ତାଙ୍କୁ ଅଭିଯୁକ୍ତ କରି ସଜାଇବାକୁ ଉଦ୍ୟମ କରିବା, ତାଙ୍କ ବେଡ୍ ରୁମ୍ରେ ପଶି ପ୍ରଶ୍ନ କରିବା, ଆପଣ ଆଖି ବନ୍ଦ କଲେ ଆଦିତ୍ୟ ଆପଣଙ୍କ ସ୍ୱପ୍ନରେ ଆସୁଛନ୍ତି କି ବୋଲି ପ୍ରଶ୍ନ କରିବା ଆଦି କାରଣ ପାଇଁ ଏବେ ଗଣମାଧ୍ୟମକୁ ବେଶ୍ ସମାଲୋଚନା କରାଯାଉଛି । ହାତରେ ବୁମ୍ ଏବଂ ଆଗରେ ଜଣେ ଉ ରଦାତାଥିଲେ କଣ ଯାହା ନାହିଁ ତାହା ପ୍ରଶ୍ନ ପଚାରିହେବ କି ବୋଲି ଲୋକମାନେ ପଚାରିବା ଆରମ୍ଭ କଲେଣି । ଖାସ୍ କରି ଜଣେ ନିଜ ପରିବାରର ସଦସ୍ୟକୁ ହରାଇଥିଲେ ତାକୁ ଆମେ ଆପଣଙ୍କୁ କେମିତି ଲାଗୁଛି କିମ୍ବା ଆପଣ କଣ କହିବେ ବୋଲି ପଚାରିବା ସମୀଚିନ ହେବ କି?

ଏବେ ବଜାରରେ ମାଳମାଳ ଚ୍ୟାନେଲ୍, ଭୁଲଭାଲ ଲେଖି ସବୁ ଖବରକୁ ସନସନୀଖେଜ୍ କିମ୍ବା ମହାଖୁଲାସା ବୋଲି ବିଚାରୁଥିବା ୱେବ ପୋର୍ଟଲ ମାଳମାଳ । ଯାହା ହାତରେ ମୋବାଇଲ ସିଏ ଏବେ ସାମ୍ବାଦିକ । ସଠିକ୍ ଖବର କିମ୍ବା ତ୍ରୁୁଟିଶୂନ୍ୟ ଖବର ପରିବେଷଣ ଅପେକ୍ଷା ଅନ୍ୟମାନଙ୍କୁ ପଛ କରି ନିଜେ ବ୍ରେକିଂ ନିଉଜର ମାଲିକ୍ ହେବା ଲକ୍ଷ୍ୟରେ ସାମ୍ବାଦିକତାର ମୂଳ ସିଦ୍ଧାନ୍ତ କେବେଠାରୁ କବର ନେବାକୁ ବସିଲାଣି । ଯିଏ ଯେତେ ଅବାଗିଆ ଖବରକୁ ଅଶାଳୀନ ଢଙ୍ଗରେ ପ୍ରସାରଣ କରିପାରିଲା ତାହାର ଟିଆରପି ସେତେ ଅଧିକ । ଧିରସ୍ଥିରରେ ପ୍ରଶ୍ପ କରୁଥିବା ବା ଉ ର ଶୁଣିବାକୁ ଖୋଲା ରଖିଥିବା ଆଙ୍କରମାନେ ତ କେବେଠୁ ହଜିଗଲେଣି । ନିଉଜ୍ ରୁମରେ ଚିକ୍ରାର ହିଁ ପାଲଟିଛି ଖବର ପରିବେଷଣର ନୂଆ ଅଦବ କାଏଦା । ଏ କଳାରେ ଯିଏ ଯେତେ ମାହିର, ସିଏ ସେତେ ଆଗକୁ ଯାଉଛି ତାର ଟି ଆରପି ସେତେ ଅଧିକ ତାର ପାଠକ/ ଦର୍ଶକ ସେତେ ଅଧିକ । ଏ ଫମୂର୍ଲାକୁ ବୁଝିଥିବା ରିପୋର୍ଟର ବିଦ୍ୟାଶୀ୍ରକୁ ତାଙ୍କ ବେଡ ଉପରେ ବସାଇ ସାକ୍ଷାତକାର ନେଇ ପାରୁଛି । ପାଟି କରିବା ବା ପ୍ରତିବାଦ କରିବା ଲୋକଙ୍କ ସଂଖ୍ୟା ବେଶ୍ ନଗଣ୍ୟ । ବରଂ ମୋର କଣଯାଉଛି କହି ମଜା ନେଉଥିବା ଲୋକଙ୍କ ସଂଖ୍ୟା ବେଶ୍ ଅଧିକ ।

ସ୍ୱର୍ଗତ ଆଦିତ୍ୟ ଦାଶଙ୍କ ବୃଦ୍ଧା ମା ଏବଂ ସଦ୍ୟ ବିଧବା ପତ୍ନୀଙ୍କୁ ଯେପରି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ଜାଲରେ ଛନ୍ଦି ଆକ୍ତାମାକ୍ତା କରୁଛନ୍ତି ସେଥିରୁ ଜଣା ପଡୁଛି ଯେ ଗଣମାଧ୍ୟମର ସେଇ ପ୍ରତିନିଧିମାନେ ନିଜକୁ ଜଣେ ସାମ୍ବାଦିକ ନୁହେଁ ବରଂ ମାମଲା ଅନୁସନ୍ଧାନକାରୀ ଅଫିସର ବୋଲି ବିଚାରୁଛନ୍ତି । ସତେ ଯେପରି ସେମାନେ ଏଠିକି ଖବର ସଂଗ୍ରହ ନୁହେଁ ବରଂ ମାମଲାର ଫଇସଲା କରିବାକୁ ଆସିଛନ୍ତି । ଆଉ ସେଇ ମାମଲା ସେଇଠି ତୁରନ୍ତ ଫଇସଲା ହେବା ଆବଶ୍ୟକ । ଯଦି ସେ ମାମଲା ନେଇ ତୁରନ୍ତ ନିଜର ଫଇସଲା ଶୁଣାଇ ନପାରୁଛି ତେବେ ସେ କି ସାମ୍ବାଦିକ ।

ଖବର ସଂଗ୍ରହ ବେଳେ ସାମ୍ବାଦିକଜଣଙ୍କ ଭୁଲିଯିବା ଉଚିତ୍ ନୁହେଁ ଯେ ସେ ସେଠିକି ଖବର ସଂଗ୍ରହ କରିବାକୁ ଯାଇଛି । ଏଠି ପରିସ୍ଥିିତି ଭିନ୍ନ । ଜଣେ ନିଜର ପରିବାର ସଦସ୍ୟଙ୍କୁ ଏବେ ଏବେ ହରାଇଛି । ମାସେ ତଳେ ସଦ୍ୟ ବିବାହ କରିଥିବା ମହିଳାଜଣଙ୍କ ଏବେ ବିଧବା ହୋଇଛି । ସେ ଗୋଟିଏ ଭିନ୍ନ ସ୍ଥିତି ଦେଇ ଗତି କରୁଛି ଏବଂ ସେ ଆଇନ୍ଗତ ଦୃଷ୍ଟିରୁ ଆମର ସମସ୍ତ ପ୍ରଶ୍ନର ଉ ର ଦେବା ଆବଶ୍ୟକ କିମ୍ବା ବାଧ୍ୟ ନୁହେଁ । ଶାଳୀନତାପୂର୍ଣ୍ଣ ଢଂଗରେ ବି ସମସ୍ତ ପ୍ରଶ୍ନ ପଚାରାଯାଇପାରେ । ସାମ୍ବାଦିକତା ଏକ କଳା ଏବଂ ଏହାକୁ ଆୟ କରିବାପାଇଁ ଅନେକ ପରିଶ୍ରମ କରିବାକୁ ପଡେ ଏକଥା ଜଣେ ଜାଣି ରଖିଲେ ଜଣେ ଏପରି କଠିନ ସମୟରେ ଶାଳୀନତାପୂର୍ଣ୍ଣ ପ୍ରଶ୍ନ ପଚାରିବାରେ ସକ୍ଷମ ହେବ । କାହାର ବେଡ୍ ରୁମରେ ପଶି ଅଣସମ୍ବେଦନଶୀଳ ହୋଇ ପ୍ରଶ୍ନ କରିବାର ଅଧିକାର ଗଣମାଧ୍ୟମର କାଲିନଥିଲା, ଆଜି ନାହିଁ କିମ୍ବା ଆସନ୍ତା କାଲି ଗଣମାଧ୍ୟମକୁ ଏହା ମିଳିବାର ମଧ୍ୟ ନାହିଁ ।

ଆଦିତ୍ୟ ଦାଶଙ୍କର ମୃତୁ୍ୟପରର କଭରେଜ୍ ଏକ ଅବକ୍ଷୟମୁଖୀ ଗଣମାଧ୍ୟମ ଆଡକୁ ଦିଶା ନିର୍ଦେଶ କରୁଛି ଯାହାକୁ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ଵ ହେବା ଆବଶ୍ୟକ । ଆମେ ଯେତେ ନିଜେ ଚୁପ୍ ରହିବା ଏହି ସ୍ଥିତି ଆହୁରି ଖରାପ ଆଡକୁ ଗତି କରିବ । ଗଣମାଧ୍ୟମରେ କାମକରୁଥିବା ବରିଷ୍ଠ କର୍ମଚାରୀ ଏବଂ ମାଲିକ ମାନେ ଏ ଦିଗରେ କାମ କରିବା ଆବଶ୍ୟକ । ଏକ ସୁସ୍ଥ , ସମ୍ବେଦନଶୀଳ ଏବଂ ଉ ରଦାୟିତ୍ୱ ସଂପନ୍ନ ଗଣମାଧ୍ୟମ ସମାଜର ସମସ୍ତଙ୍କର ଆବଶ୍ୟକତା ଏବଂ ଏହାକୁ ସୁସ୍ଥମାନସିକତାର ସହ ତିଆରି କରିବା ଏବଂ ଏହାକୁ ବଜାୟ ରଖିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ୍।

(ଲେଖକ ଜଣେ ମୁକ୍ତବୃତ୍ତ ସ୍ତମ୍ଭକାର। ଏହି ସ୍ତମ୍ଭରେ ପ୍ରତିଫଳିତ ମନ୍ତବ୍ୟ ତାଙ୍କ ବ୍ୟକ୍ତିଗତ ଚିନ୍ତନ ଓ  ଅନୁଶୀଳନ ଆଧାରିତ। ତାଙ୍କୁ ଯୋଗାଯୋଗ କରିବା ଠିକଣା: ରୁଦ୍ର ପ୍ରସନ୍ନ ରଥ, ଧବଳଗିରି, ଯାଜପୁର ରୋଡ, ଫୋନ୍‌: ୭୯୭୮୬୭୧୭୭୬)

 ଏହି ସମ୍ଭକାରଙ୍କ ଅନ୍ୟ ଲେଖା ପଢ଼ିବା ପାଇଁ କ୍ଲିକ୍‌ କରନ୍ତୁ: 

ମଦର ହୋମ ଡେଲିଭରୀ: ଶୃଙ୍ଖଳିତ ମଦ୍ୟପାନ ଦିଗରେ ଗୋଟିଏ ପାଦ

Leave a Reply