ପେଗାସସ୍‌ ମାମଲାରେ କମ୍ପିଲା ଗୃହ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଇସ୍ରାଏଲ ସଫ୍ଟ ଓୟାର ପେଗାସ୍‌କୁ ନେଇ ଗୁରୁବାର ମଧ୍ୟ ସଂସଦରେ ଉଠିଲା ଝଡ। ବିରୋଧୀଙ୍କ ନାରାବାଜି ଏବଂ ପ୍ରବଳ ହଟ୍ଟଗୋଳରେ କମ୍ପିଲା ଗୃହ। ସ୍ଥିତି ଏମିତି ହେଲା ଯେ, ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନିଜର ଉତ୍ତର ମଧ୍ୟ ଠିକରେ ରଖି ପାରି ନାହାନ୍ତି। ତୃଣମୂଳ କଂଗ୍ରେସ ସାଂସଦ  ହଙ୍ଗାମା କରିବା ସହ କାଗଜ ଫାଡି ଗୃହର ମଧ୍ୟଭାଗରେ ଫୋପାଡିଛନ୍ତି। ଏମିତିରେ ଗୃହ ମୁଲତବୀ ରଖିବାକୁ ପଡିଥିଲା। ଆଜି କ୍ରମାଗତ ଗୃହରେ  ହଟ୍ଟଗୋଳ ଲାଗି ରହିଥିଲା। ବିଜେପି ଓ ଟିଏମସି ସାଂସଦ ମଧ୍ୟରେ ଉପରେ ଖୁବ୍ ନାରାବାଜି ହୋଇଛି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ସେନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଛି। ସ୍ଥିତି ଏମିତି ଉପୁଜିଥିଲା ଯେ, ମାର୍ସଲଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା।

ହଙ୍ଗାମା କାରଣରୁ ଅଶ୍ଵିନୀ ବୈଷ୍ଣବ ନିଜର ଉତ୍ତର ଠିକ୍ ଢଙ୍ଗରେ ମଧ୍ୟ ରଖି ପାରି ନାହାନ୍ତି। ଦୁଇ ଥର ଗୃହ ମୁଲତବୀ ପରେ ଅପରାହ୍ନ ୨ଟାରେ ଯେମିତି ଗୃହ କାର୍ଯ୍ୟ ଆରମ୍ଭ ହେଲା ଉପ ସଭାପତି ହରିବଂଶ ନିଜର ତଥ୍ୟ ରଖିବାକୁ ବୈଷ୍ଣବଙ୍କୁ ଅନୁମତି ଦେଇଥିଲେ। ଠିକ୍ ଯେମିତି ଅଶ୍ଵିନୀ ବୈଷ୍ଣବ କହିବା ଆରମ୍ଭ କଲେ ଟିଏମସି ସଦସ୍ୟ ଖୁବ୍ ହଙ୍ଗାମ କରିଥିଲେ। ଏପରିକି କାଗଜ ଫାଡି ଗୃହରେ ଫୋପାଡିଥିଲେ। ପ୍ରବଳ ନାରାବାଜିରେ ବୈଷ୍ଣବଙ୍କ ଭାଷଣ ମଧ୍ୟ ଠିକ୍‌ରେ ଶୁଭୁନଥିଲା। ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ଖୁବ୍ ହଙ୍ଗାମା କରିଛନ୍ତି। ବିରୋଧୀଙ୍କ ଏହି ଆଭିମୁଖ୍ୟକୁ ଉପ ସଭାପତି ଅସଂସଦୀୟ ଆଖ୍ୟା ଦେଇଛନ୍ତି।

Leave a Reply

Your email address will not be published.