ଖୁବ୍ ଶୀଘ୍ର ଆସିବ ‘ରୁହ ଆଫଜା’

ରାଜକୁମାର ରାଓ ଓ ଜାହ୍ନବୀ କପୁରଙ୍କ ଯୋଡ଼ି ନେଇ ଆସୁଥିବା ଅପକମିଙ୍ଗ୍ ଫିଲ୍ମ ‘ରୁହ ଆଫଜା’ର ସୁଟିଂ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏଥିରେ ବରୁଣ ଶର୍ମା ମଧ୍ୟ ମୁଖ୍ୟ ଭୁମିକାରେ ନଜର ଆସିବେ । ଏହି ୩ଜଣ ତାରକା ସୋସିଆଲ୍ ମିଡିଆରେ ଫିଲ୍ମର କ୍ଲିପବୋର୍ଡ଼ ଫଟୋ ସେୟାର୍ କରିବା ସହିତ ଏହି ସୂଚନା ଦେଇଛନ୍ତି । ହାର୍ଦ୍ଧିକ ମେହେତା ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ପ୍ରଯୋଜକ ଭାବେ ଅଛନ୍ତି ଦିନେଶ ବିଜନ୍ ଓ ମୃଗଦୀପ୍ ଲାମ୍ବା । ଏହି ଫିଲ୍ମ ସମ୍ପର୍କରେ ଏକ ବିଶେଷ ଖବର ହେଉଛି ଏଥିରେ ଶ୍ରଦ୍ଧା କପୁର୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିପାରନ୍ତି । ପୂର୍ବରୁ ଦିନେଶ ଶ୍ରଦ୍ଧାଙ୍କ ସହିତ ହରର୍ କମେଡ଼ି ‘ସ୍ତ୍ରୀ’ର ନିର୍ମାଣ କରିସାରିଛନ୍ତି । ଫିଲ୍ମ ସୁପରହିଟ୍ ଥିଲା । ତେଣୁ ମେକର୍ସ ପୁଣିଥରେ ଶ୍ରଦ୍ଧାଙ୍କୁ ସାଇନ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଯେବେଠାରୁ ଏଭଳି ଏକ ଖବର ଶୁଣିବାକୁ ମିଳିଛି, ‘ରୁହ ଆଫଜା’ ପ୍ରତି ଶ୍ରଦ୍ଧାଙ୍କ ପ୍ରଶଂସକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି ।

Leave a Reply

Your email address will not be published.