ବିଧାନସଭାକୁ ଚାରିପଟୁ ସିଲ୍ କଲା ପୋଲିସ

ଭୁବନେଶ୍ବର, (ଓଡିଶା ଟାଇମ୍) :ସୁରକ୍ଷା ଦୃଷ୍ଟିରୁ ବିଧାନସଭା ଚତୁପାର୍ଶ୍ୱ ରାସ୍ତାକୁ ସିଲ୍ କଲା କମିଶନରେଟ୍ ପୋଲିସ । ଏହାସହ ସୁରକ୍ଷା ଦୃଷ୍ଟିରୁ ବିଧାନସଭାକୁ ଲାଗି ରହିଥିବା ଅଞ୍ଚଳରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଛି ।

ଲୋକସେବା ଭବନ ଠାରୁ ରବୀନ୍ଦ୍ର ମଣ୍ଡପ ରାସ୍ତା, ପିଏମଜି ରାସ୍ତା ଓ କମିଶନରେଟ ପୋଲିସ କାର୍ଯ୍ୟାଳୟରୁ ବିଧାନସଭାକୁ ଯାଇଥିବା ରାସ୍ତାକୁ ସମ୍ପୁର୍ଣ୍ଣ ସିଲ୍ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପ୍ରତି ବ୍ୟାରିକେଡରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଗାଡି ଚାଳକ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତା ଉପରେ ମଧ୍ୟ ପୋଲିସ ନଜର ଦେଇଛି । ଏଜି ଛକରୁ ଆସୁଥିବା ଗାଡି ଇନ୍ଦିରା ଗାନ୍ଧୀ ପାର୍କ ପଛ ପଟ ରାସ୍ତା ଦେଇ ପିଏମଜିରେ ବାହାରିବ । ଜୟଦେବ ବିହାରରୁ ଆସୁଥିବା ଗାଡି ରବୀନ୍ଦ୍ର ମଣ୍ଡପ ନିକଟରୁ ବିଡିଏ ରାସ୍ତା ଦେଇ ଲୋୟର ପିଏମଜିରେ ବାହରିବ ।

Leave a Reply