ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ

ଯାଜପୁର, (ଓଡିଶା ଟାଇମ୍) : ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥରେ ରଥିଆ ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକକୁ ଏକ କାର ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୨ ଓ ମେଡ଼ିକାଲ ନେବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଏହାସହ ଜଣେ ମହିଳାଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଧର୍ମଶାଳା ମେଡ଼ିକାଲରେ ଭର୍ତି କରାଯାଇଛି। କାରଟି ଭୋର ସମୟରେ ପଶ୍ଚିମବଙ୍ଗ ଯାଉଥିବା ସମୟରେ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published.