ରାଜ୍ୟରେ ଦୈନିକ ୧୨ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି

0
83
advt
< a href= "#">

ଦେଶରେ ପ୍ରତି ମିନିଟରେ ୧୬ଜଣଙ୍କ ପ୍ରାଣହାନୀ

ପ୍ରତିଦିନ ୧୨୧୪ଟି ସଡ଼କ ଦୁର୍ଘଟଣା

୧୪ବର୍ଷରୁ କମ‍୍‌ ବୟସର ୨୦ଜଣ ସଡ଼କ ଦୁର୍ଘଟଣା ପ୍ରାଣ ହରାଉଛନ୍ତି

ଭୁବନେଶ୍ୱର,(ଓଟି): ଜାତୀୟ ରାଜପଥ କତ୍ତୃର୍ପକ୍ଷ ସଡ଼କ ଦୁର୍ଘଟଣାରେ ବାରମ୍ୱାର ନିନ୍ଦିତ ହେବା ପରେ କାରଣ ଜାଣିବା ପାଇଁ ୫୦୬ଟି ସ୍ଥାନ ନିରୂପଣ କରିଛନ୍ତି। କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରାଳୟ ଦ୍ୱାରା ‘ସଡ଼କ ଦୁର୍ଘଟଣା ରିପୋର୍ଟ-୨୦୧୭’ ଅନୁସାରେ ସେହି ବର୍ଷ ୬୫ ହଜାର ୫୬୨ଟି ସଡ଼କ ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ଦେଢ଼ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ୫ଲକ୍ଷରୁ ଅଧିକ ଲୋକ ସାରା ଜୀବନ ପାଇଁ ପଙ୍ଗୁ ହୋଇଯାଇଛନ୍ତି।

advt

ରିପୋର୍ଟ ଅନୁସାରେ ୨୦୧୭ରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରୁ ଦୁଇ ଚକିଆ ଯାନ ବ୍ୟବହାର କରୁଥିବା ୩୫ ପ୍ରତିଶତ ଲୋକ ରହିଛନ୍ତି। ଗତବର୍ଷ ରାଜ୍ୟରେ ମୋଟ ୪୭୯୦ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ୧୧୦୦୦ରୁ ଅଧିକ ଲୋକ ଘାଏଲ ହୋଇଛନ୍ତି।

ସର୍ବଭାରତୀୟ ସଡ଼କ ଦୁର୍ଘଟଣା ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ପ୍ରତି ୧୦୦ଟି ଦୁର୍ଘଟଣାରେ ୪୬ଜଣ ପ୍ରାଣ ହରାଉଛନ୍ତି। ସର୍ବଭାରତୀୟ ସ୍ତରରେ ଏହି ହାର ୨୯.୭୮ଜଣ ରହିଛି। ସଡ଼କ ଦୁର୍ଘଟଣାରେ ୧୫-୪୫ ବର୍ଷ ବୟସର ଲୋକମାନେ ଯିଏକି ପରିବାର ପାଇଁ ରୋଜଗାର କରିଥାନ୍ତି ସେମାନେ ମୃତ୍ୟୁବରଣ କରୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୧୬ ତୁଳନାରେ ୨୦୧୭ରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ଅଧିକ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୨୦୧୬ରେ ପ୍ରତିଦିନ ୧୩୧୭ଟି ଦୁର୍ଘଟଣା ଘଟି ୪୧୩ଜଣ ଲୋକ ପ୍ରାଣ ହରାଇଛନ୍ତି। ସଡ଼କ ଦୁର୍ଘଟଣା ନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରୁଥିଲେ ହେଁ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ୨୦୧୮ ଜାନୁଆରୀ, ଫେବୃୟାରୀରେ ସମାନ ସମୟରେ ଓଡ଼ିଶାରେ ୨୪ ପ୍ରତିଶତ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

୨୦୧୭ରେ ଉତ୍ତିର ପ୍ରଦେଶରେ ସଡ଼କ ଦୁର୍ଘଟଣାରେ ୨୪,୧୨୪ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲାେବେଳ ତାମିଲନାଡ଼ୁରେ ୫୩,୩୯୯ଟି ଦୁର୍ଘଟଣାରେ ୧୦.୧୭୭ଜଣ, କର୍ଣ୍ଣାଟକରେ ୪୨,୫୪୨ଟି ଦୁର୍ଘଟଣାରେ ୧୦,୬୦୯ଜଣଙ୍କ ମୃତ୍ୟୁ ହୋଇଛି। ଏହିସବୁ ଦୁର୍ଘଟଣା ଓ ମୃତ୍ୟୁ ଘଟଣା ଜାତୀୟ ରାଜପଥ ଉପରେ ସର୍ବାଧିକ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୬ରେ ଜାତୀୟ ରାଜପଥ ଉପରେ ୨୯.୬ ପ୍ରତିଶତ ସଡ଼କ ଦୁର୍ଘଟଣା ହୋଇ ୫୨,୦୭୫ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଯାହାକି ମୋଟ ସଡ଼କ ଦୁଘଁଟଣା ମୃତ୍ୟୁ ସଂଖ୍ୟାର ୩୪.୫ ପ୍ରତିଶତ ବୋଲି ଆକଳନ କରାଯାଇଛି।

ସଡ଼କ ଇଞ୍ଜିନିୟରିଂରେ ଅନୁଭବ ଅଭାବ କାରଣରୁ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ଅଧିକ ହେଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଯେଉଁ ଅଧିକାରୀମାନେ ସଡ଼କ ପୁନଃନିର୍ମାଣ ଦାୟିତ୍ୱରେ ରହିଛନ୍ତି ସେମାନଙ୍କର କର୍ତ୍ତବ୍ୟରେ ଅବହେଳା କାରଣ ଅନ୍ୟତମ ବୋଲି ଏଥିରେ କୁହାଯାଇଛି। ଏହି କଥାକୁ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ସ୍ୱୀକାର କରିଛନ୍ତି।

advt
< a href= "#">