ଖୁବ୍ ଶୀଘ୍ର ପରଦାକୁ ଫେରିବେ ଋଷି କପୁର୍

ଦୀର୍ଘ ୧ ବର୍ଷ ଧରି ନ୍ୟୁୟର୍କରେ କ୍ୟାନ୍ସର୍ ଚିକିତ୍ସା କରାଇବା ପରେ ଦକ୍ଷ ଅଭିନେତା ଋଷି କପୁର୍ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଭାରତ ଫେରିଆସିଛନ୍ତି । ପ୍ରଶଂସକ ମହଲରେ ଏହାକୁ ନେଇ ଖୁସିର ଲହରୀ ଖେଳିଯାଇଥିଲା । ଏବେ ଏହା ସହିତ ଆଉ ଏକ ଖୁସି ଖବର ଶୁଣିବାକୁ ମିଳୁଛି ଯେ ଖୁବ୍ ଶୀଘ୍ର ଋଷିଙ୍କୁ ସଞ୍ଜୁବାବାଙ୍କ ସହିତ ପରଦା ଉପରେ ଦେଖିବାକୁ ମିଳିବ । ‘ପ୍ରସ୍ଥାନମ୍’ର ପ୍ରୋମୋସନାଲ୍ ଇଭେଣ୍ଟରେ ସଞ୍ଜୁ ଏ ସମ୍ପର୍କିତ ସୂଚନା ଦେଇଥିଲେ । ସଞ୍ଜୁ ଓ ଋଷଙ୍କ ଆଗାମୀ ଫିଲ୍ମ ‘ପଣ୍ଡିତ ଗଲି କା ଅଲି’ର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ସଞ୍ଜୟ ପୁରନ୍ ସିଂହ ।

ଏହା ପୂର୍ବରୁ ସଞ୍ଜୁବାବା ଓ ଋଷିଙ୍କ ଯୋଡ଼ି ‘ଅଗ୍ନିପଥ୍’ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଋଷି ପ୍ରଥମ ଥର ପାଇଁ ଭିଲିଆନ୍ ଭାବେ ଦର୍ଶକଙ୍କ ସାମନାକୁ ଆସିଥିଲେ । ସେହି ଫିଲ୍ମରେ ସଞ୍ଜୟ ଦତ୍ତ କାଂଚା ଚିନା ଭୂମିକାରେ ଥିବାବେଳେ ଲିଡ୍ଯୋଡ଼ି ଭାବେ ଥିଲେ ପ୍ରିୟଙ୍କା ଚୋପ୍ରା ଓ ହ୍ରିତିକ୍ । ନ୍ୟୁୟର୍କ ଯିବା ପୂର୍ବରୁ ୠଷିଙ୍କୁ ଅନୁଭବ ସିହ୍ନାଙ୍କ ଫିଲ୍ମ ‘ମୁଲକ’ରେ ଦେଖିବାକୁ ମିଳିଥିଲା । ଋଷିଙ୍କ ଅଭିନୀତ ଆଉ ଏକ ଫିଲ୍ମ ‘ଝୁଟା କହିଁକା’ ମଧ୍ୟ ରିଲିଜ୍ ହୋଇଥିଲା ।

Leave a Reply

Your email address will not be published.